www.samajalive.in
Saturday, December 6, 2025
17.1 C
Bhubaneswar

କଣ୍ଟାମାଳରେ ବ୍ଲକ ସ୍ତରୀୟ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ

ଘଣ୍ଟାପଡ଼ା : କଣ୍ଟାମାଳ ମିଶନ ଶକ୍ତି ଭବନ ଠାରେ କଣ୍ଟାମାଳ ବ୍ଲକ ସ୍ତରୀୟ ଶିଶୁପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ସିଡିପିଓ ଜ୍ୟୋତ୍ସ୍ନାରାଣୀ ପାଢ଼ୀଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟି ସଦସ୍ୟ କଣ୍ଟାମାଳ ଏମଓ, ଅତିରିକ୍ତ ଶିକ୍ଷାଧିକାରୀ, ଶିଶୁ ସୁରକ୍ଷା କମିଟୀ ଅଧିକାରୀ, ସମାଜସେବୀ ଦିବ୍ୟଶଙ୍କର ରାଉତ, ଆଇନଜୀବୀ, ପିଆର ସଦସ୍ୟ, ସମସ୍ତ ସୁପରଭାଇଜର, ମିଶନ ଶକ୍ତି ବିପିସି, କିଶୋର କିଶୋରୀ ଏବଂ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ପ୍ରଥମେ ସୁଶାନ୍ତ ଭୋଇ ସଭା ଆରମ୍ଭ କରିଥିଲେ, ତାପରେ ସିଡିପିଓ ପୂର୍ବ ସଭାର ବିବରଣୀ ଆଲୋଚନା କରିଥିଲେ ଏବଂ କ’ଣ ପଦକ୍ଷେପ ନିଆଗଲା ତାହା ସଭାକୁ ଜଣାଇଥିଲେ ଏବଂ ବାଲ୍ୟ ବିବାହ ରୋକିବାର ବିଭିନ୍ନ ପନ୍ଥା ବିଷୟରେ ଆଲୋଚନା କରିଥିଲେ । ନିମ୍ନଲିଖିତ ବିଷୟ ଗୁଡିକ ଆଲୋଚନା କରାଯାଇଥିଲା। ବାଲ୍ୟ ବିବାହ ମୁକ୍ତ ଗ୍ରାମରେ ଆଉ ଥରେ ସଚେତନତା କରାଯିବ। ନୂଆଁପାଲି ବାଳିକା ଛାତ୍ରାବାସ, ପଳସାଗୋରା, କଣ୍ଟାମାଳ, ବରଗୋଚ୍ଛା ଠାରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା। ରକ୍ତ ସମ୍ପର୍କରେ ବିବାହ କଲେ ସିକିଲ ସେଲ ଏବଂ ଭିନ୍ନକ୍ଷମ ଭଳି ରୋଗ ହୁଏ ତେଣୁ ଏଭଳି ସମ୍ପର୍କରେ ପୁଅ/ଝିଅଙ୍କୁ ବିବାହ ନକରିବା ପାଇଁ ଅଭିଭାବକଙ୍କୁ ପରାମର୍ଶ ଦେଇଥିଲେ। ଯଦି କେହି ଅସହାୟ ଶିଶୁ ଯାହାର ବାପାମାଆ ନାହାଁନ୍ତି ତାହେଲେ ଉକ୍ତ ଶିଶୁର ଥଇଥାନ ପାଇଁ ସିଡବ୍ଲୁସିରେ ପ୍ରଦାନ କରିବା ପାଇଁ ଆଲୋଚନା କରିବା ସହିତ ଶିଶୁ ଗ୍ରହଣର ପ୍ରକ୍ରିୟା ବିଷୟରେ ଆଲୋଚନା କରିଥିଲେ । ଶେଷରେ ମିଶନ ଶକ୍ତି ବିପିସି ଧନ୍ୟବାଦ ଦେଇଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories