www.samajalive.in
Saturday, December 6, 2025
26.1 C
Bhubaneswar

ହରଭଙ୍ଗାରେ ଶୀତ ଲହରୀ ; ବସଷ୍ଟପ୍‌‌ରେ ନାହିଁ ଶୀତକାଳୀନ ଆଶ୍ରୟସ୍ଥଳୀ

ହରଭଙ୍ଗା : ଗତ ଆଠ/ଦଶଦିନ ହେଲା ଅଧିକାଂଶ ସ୍ଥାନରେ ତାପମାତ୍ରା ଆଶାତୀତ ଭାବେ କମ୍ ହେବା ଫଳରେ ସଂପ୍ରତି କିଛି ଦିନ ହେଲା ସବୁଆଡେ ଶୀତର ପ୍ରକୋପ ବୃଦ୍ଧି ପାଇଛି। ବିଶେଷ କରି ଉପାନ୍ତ ଫୁଲବାଣି ଜିଲାରେ ଗତ ସାତ ଦିନ ମଧ୍ୟରେ ତାପମାତ୍ରା ୫ଡିଗ୍ରୀ ଯୋଗୁଁ କନ୍ଧମାଳରେ ଶୀତର ପ୍ରକୋପ ବୃଦ୍ଧି ପାଇଛିା ଏହାର ପ୍ରଭାବରେ ବର୍ତମାନ ପଡୋଶୀ ଜିଲ୍ଲା ବୌଦ୍ଧରେ ଶୀତ ଅନୁଭବ ହେଉଛି। ଗତ କିଛି ଦିନ ହେଲା ହରଭଙ୍ଗା ବ୍ଲକର ଆଭ୍ୟନ୍ତରୀଣ ଅଂଚଳ ତଳଗାଁ,ଆଡେଣିଗଡ, କୁଶଙ୍ଗ, ଛତ୍ରଙ୍ଗ, ମହାଲ୍ଲିକପଡା,ବାଣୀଭୁଷଣପୁର, କଂରଜକଟା, ପୁରୁଣାକଟକ, ହରଭଙ୍ଗା, ଶଙ୍କୁଲେଇ ଭଳି ପଂଚାୟତ ଗୁଡିକରେ ଶୀତର ଲହରୀ ଯୋଗୁଁ ଲୋକେ ଥଣ୍ଡା,କାଶ ,କଫରେ ଆକ୍ରାନ୍ତ ହୋଇ ମେଡିକାଲ ଧାଉଁଥିବା ଦେଖିବାକୁ ମିଳିଛି। ସକାଳ ୮ଟା ପର୍ଯ୍ୟନ୍ତ ଘନକୁହୁଡି ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହେଉଛି। ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ବିଭିନ୍ନ ସ୍ଥାନରେ ସକାଳେ ଏବଂ ସନ୍ଧ୍ୟା ସମୟରେ ନିଆଁ ପୁଆଁଉଥିବା ଦେଖିବାକୁ ମିଳୁଛି। ଶୀତରୁ ରକ୍ଷା ପାଇବା ପାଇଁ ଚା’ ଦୋକାନରେ ଭିଡ ଜମୁଥିବା ଦେଖିବାକୁ ମିଳିଛି।

ସେହିପରି ବ୍ଲକ ସଦରମହକୁମା ଚାରିଛକ, ପୁରୁଣାକଟକ , ମାଧପୁର ଭଳି ଜନଗହଳି ପୂର୍ଣ୍ଣ ସ୍ଥାନ ବସ୍ ଷ୍ଟପ ଗୁଡିକରେ ଯାତ୍ରୀ ବିଶ୍ରାମଗାର ନଥିବାରୁ ଯାତ୍ରୀମାନେ ଶୀତ ରାତିରେ ନିଆଁ ଜାଳି ବସ୍ କୁ  ଅପେକ୍ଷା କରୁଥିବା ଭଳି ଚିତ୍ର ମଧ୍ୟ ନଜରକୁ ଆସିଛି। ଯାତ୍ରୀଙ୍କ ସୁବିଧା ପାଇଁ ଅନ୍ତତଃ ବସ ଷ୍ଟପ ଗୁଡିକରେ ବିଶେଷ କରି ଚାରିଛକ/ମାଧପୁରରରେ ତୁରନ୍ତ ଅସ୍ଥାୟୀ ଶୀତକାଳୀନ ଯାତ୍ରୀ ଆଶ୍ରୟସ୍ଥଳୀ ନିର୍ମାଣ କରିବା ଜରୁରୀ ରହିଛି। ଥଣ୍ଡାର ପ୍ରକୋପ ଯୋଗୁଁ ବ୍ଲକର ଆଭ୍ୟନ୍ତରୀଣ ଅଂଚଳରେ ଲୋକେ ଅନ୍ୟ ଉପାୟ ନପାଇ ରାତିରେ ନିଆଁ ଜାଳି ଜୀବନଯାପନ କରୁଥିବା ନଜରକୁ ଆସିଛି। ଅନ୍ୟପଟେ କଣ୍ଡରା, କାଚପାଜୁ, ସୁଲକେଟି, ଖଜୁରୀ, ନେଡିଗୁଡା, କାଉପଡା,ଭଳି ଅପହଂଚ ଇଲାକାର ବୃଦ୍ଧବୃଦ୍ଧା ଥଣ୍ଡା, କାଶ ,କଫରେ ଆକ୍ରାନ୍ତ ହୋଇ ମେଡିକାଲ ଆସି ନ ପାରି ଚେରମୂଳୀ ଔଷଧରେ ଜୀବନ ବଂଚାଉଥିବା ଅଭିଯୋଗ ହେଉଛି। ଏଣୁ ଆଭ୍ୟନ୍ତରୀଣ ଅଂଚଳରେ ଲୋକଙ୍କ ଚିକିତ୍ସା ପାଇଁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ପଂହଚାଇବା ପାଇଁ ଦାବୀ ହେଉଛି। ଶୀତକୁ ଦୃଷ୍ଟିରେ ରଖି ମେଡିକାଲ ଗୁଡିକରେ ପ୍ରଚୁର ପରିମାଣରେ ଥଣ୍ଡା, କାଶ, ଜ୍ୱର ଔଷଧ ମହଜୁଦ୍ ରଖିବାକୁ ଦାବୀ ହେଉଛି। ବସ ଷ୍ଟାଣ୍ଡ ଏବଂ ଦୋକାନ ପିଣ୍ଡାରେ ରାତି କାଟୁଥିବା ଅସହାୟ ଲୋକଙ୍କ ପାଇଁ ଶୀତବସ୍ତ୍ର ସହିତ ରାତ୍ରୀ ଆଶ୍ରୟସ୍ଥଳୀ ବ୍ୟବସ୍ଥା ପାଇଁ ବୁଦ୍ଧିଜୀବି ମହଲରେ ଦାବୀ ଉଠୁଛି। ଏ ଦିଗରେ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories