www.samajalive.in
Sunday, December 14, 2025
14.1 C
Bhubaneswar

ଋତୁରାଜ ବାଦ୍‌; କୋହଲି ଭାରତ ଫେରିଲେ

ନୂଆଦିଲ୍ଲୀ,  : ଆସନ୍ତା ୨୬ରୁ ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ୨ ମ୍ୟାଚ୍‌ର ଟେଷ୍ଟ ଶୃଙ୍ଖଳା ଖେଳିବ। ଏହି ଶୃଙ୍ଖଳାରୁ ଓପ୍‌ନିଂ ବ୍ୟାଟ୍‌ସମ୍ୟାନ୍ ଋତୁରାଜ ଗାଏକ୍‌ୱାଡ୍‌ ବାଦ୍‌ ପଡ଼ିଛନ୍ତି। ଋତୁରାଜଙ୍କ ଆଙ୍ଗୁଠିରେ ଆଘାତ ଲାଗିଛି। ଫଳରେ ସେ ସ୍ବଦେଶ ଫେରିଆସିବେ। ଋତୁରାଜଙ୍କ ସ୍ଥାନରେ ବଙ୍ଗଳାର ଓପ୍‌ନିଂ ବ୍ୟାଟ୍‌ସମ୍ୟାନ୍ ଅଭିମନ୍ୟୁ ଈଶ୍ବରନ୍‌ଙ୍କୁ ଭାରତୀୟ ଟେଷ୍ଟ ଦଳରେ ସାମିଲ କରାଯାଇଛି।

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଖେଳିବା ବେଳେ ଋତୁରାଜଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା। ଋତୁରାଜ ଟେଷ୍ଟ ଶୃଙ୍ଖଳାରେ ଖେଳିବା ଅସମ୍ଭବ ଅନୁଭବ କରି ଭାରତୀୟ ଦଳ ମ୍ୟାନେଜମେଣ୍ଟ ଅଭିମନ୍ୟୁ ଈଶ୍ବରନ୍‌ଙ୍କୁ ୨ ଦିନ ତଳେ ଦଳରେ ସାମିଲ କରି ସାରିଥିଲା। ଈଶ୍ବରନ୍‌ ଭାରତ ‘ଏ’ ଦଳ ସହ ଦକ୍ଷିଣ ଆଫ୍ରିକା ଗସ୍ତରେ ଥିଲେ। ତେଣୁ ଋତୁରାଜଙ୍କ ସ୍ଥାନରେ ଅତିରିକ୍ତ ଓପ୍‌ନର ଭାବେ ଅଭିମନ୍ୟୁ ଈଶ୍ବରନ୍ ଭାରତୀୟ ଟେଷ୍ଟ ଦଳରେ ରହିବେ। ଟେଷ୍ଟମ୍ୟାଚ୍‌ ପୂର୍ବରୁ ଅଭ୍ୟାସ ମ୍ୟାଚ୍‌ରେ ଅଭିମନ୍ୟୁଙ୍କୁ ଖେଳା ଯାଇଥିଲା। ପ୍ରିଟୋରିଆରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଈଶ୍ବରନ୍ ଅପରାଜିତ ୬୧ ରନ୍‌ କରିଥିଲେ। ଋତୁରାଜ ଆହତ ହେବା ଭାରତୀୟ ଟେଷ୍ଟ ଦଳ ଉପରେ ବିଶେଷ ପ୍ରଭାବ ପକାଇବ ନାହିଁ। କାରଣ ଅଧିନାୟକ ରୋହିତ ଶର୍ମା ଓ ଯଶସ୍ବୀ ଜୟସୱାଲ ଇନିଂସ ଓପନ୍‌ କରିବେ। ଚେତେଶ୍ବର ପୂଜାରାଙ୍କ ସ୍ଥାନ ନେଇ ଶୁବ୍‌ମାନ ଗିଲ୍‌ ୩ନଂ ସ୍ଥାନରେ ବ୍ୟାଟିଂ କରିବେ।

- Advertisement -

ଏଣେ ବ୍ୟକ୍ତିଗତ କାମ ଥିବାରୁ ଭାରତୀୟ ଦଳର ତାରକା ବ୍ୟାଟ୍‌ସମ୍ୟାନ୍ ବିରାଟ କୋହଲି ସ୍ବଦେଶ ଫେରି ଆସିଛନ୍ତି। ଫଳରେ ଦଳର ଅଭ୍ୟାସ ମ୍ୟାଚ୍‌ରେ କୋହଲି ଭାଗ ନେଇନଥିଲେ। ତେବେ ୨୬ରେ ପ୍ରଥମ ଟେଷ୍ଟମ୍ୟାଚ୍‌ ପୂର୍ବରୁ କୋହଲି ଭାରତୀୟ ଦଳ ସହ ଯୋଗଦେବେ ଏବଂ ଟେଷ୍ଟମ୍ୟାଚ୍‌ ଖେଳିବେ ବୋଲି ଭାରତୀୟ ଦଳ ପକ୍ଷରୁ କୁହାଯାଇଛି।

 

ଦେଶରେ ବଢୁଛି କରୋନା ସଂକ୍ରମଣ – ଏତିକି ଆକ୍ରାନ୍ତ ଚିହ୍ନଟ ହେଲେଣି – Samaja Live

 

ଶୁକ୍ରବାର କେସର ଖିରି ପ୍ରସ୍ତୁତ କରି ଭୋଗ କଲେ ; ମିଳିଥାଏ ମା’ଲକ୍ଷ୍ମୀଙ୍କ କୃପା – Samaja Live

 

ଆଉ ରହିବନି ଧନର ଅଭାବ ; ନବବର୍ଷରେ କରନ୍ତୁ ଏହି ୩ଟି ସରଳ ଉପାୟ – Samaja Live

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories