www.samajalive.in
Saturday, December 13, 2025
18.1 C
Bhubaneswar

ଦେଶରେ ବଢୁଛି କରୋନା ସଂକ୍ରମଣ – ଏତିକି ଆକ୍ରାନ୍ତ ଚିହ୍ନଟ ହେଲେଣି

ଦେଶରେ ୬୪୦ ନୂଆ କରୋନା ସଂକ୍ରମିତ ଚିହ୍ନଟ
ନୂଆଦିଲ୍ଲୀ : ଦେଶରେ କରୋନା ଭୂତାଣୁ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଶୁକ୍ରବାର ସମଗ୍ର ଦେଶରେ ୬୪୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ନୂଆ ସଂକ୍ରମିତଙ୍କୁ ମିଶାଇ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୯୭ରେ ପହଞ୍ଚିଛି। ନୂଆ ସଂକ୍ରମିତଙ୍କ ମଧ୍ୟରୁ କେବଳ କେରଳରେ ୨୬୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହିତ କେରଳରେ ଆଉ ଜଣେ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି। ଶୁକ୍ରବାର ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୨ଜଣ ଜେଏନ୍ ଡଟ୍ ୱାନ ପ୍ରଜାତିରେ ଆକ୍ରାନ୍ତ ହୋଇଛନ୍ତି।

 

- Advertisement -

ଏଥିରୁ ୨୧ଜଣ ଗୋଆର ହୋଇଥିବାବେଳେ କେରଳର ଜଣେ। ଦୀର୍ଘ ମାସର ବ୍ୟବଧାନ ପରେ ଉତ୍ତରପ୍ରଦେଶ ନଇଡାର ବୁଦ୍ଧନଗରରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତ ବ୍ୟକ୍ତି ଜଣଙ୍କ ଗୁରୁଗ୍ରାମର ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ ଚାକିରି କରନ୍ତି। ଚଳିତମାସରେ ସେ ନେପାଳ ଗସ୍ତ କରିଥିଲେ। ତାଙ୍କ ଠାରେ କରୋନା ଲକ୍ଷଣ ପ୍ରକାଶ ପାଇବା ପରେ ନମୁନା ପରୀକ୍ଷାରୁ ସଂକ୍ରମିତ ହୋଇଥିବା ଜଣାଯାଇଛି। ତାଙ୍କର ନମୁନାକୁ ଜିନ୍‌ ଅନୁଶୀଳନ ନିମନ୍ତେ ଦିଲ୍ଲୀ ପଠାଯାଇଛି।

ଅନ୍ୟପଟେ ଦେଶରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ରାଜ୍ୟ ସରକାରଗୁଡିକ ସତର୍କ କରାଯାଇଛି। ଦେଶରେ କରୋନାର ଉପପ୍ରଜାତି ଜେଏନ୍ ଡଟ୍ ୱାନର ସଂକ୍ରମଣ ବୃଦ୍ଧିକୁ ନେଇ ଦେଶବାସୀଙ୍କୁ ସତର୍କ ରହିବାକୁ କେନ୍ଦ୍ର କହିଛି। ବୟସ୍କ ଓ ଗୁରୁତର ରୋଗରେ ଆକ୍ରାନ୍ତଙ୍କୁ ବିଶେଷ ଭାବେ ସତର୍କ ରହିବାକୁ କୁହାଯାଇଛି। ଅନ୍ୟପଟେ ଚଣ୍ଡିଗଡ ପ୍ରଶାସନ ଲୋକଙ୍କୁ ତୁଣ୍ଡି (ମାସ୍କ) ପିନ୍ଧିବାକୁ ପରାମର୍ଶ ଦେଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ବରିଷ୍ଠ ବୈଜ୍ଞାନିକ ଡାକ୍ତର ସୌମ୍ୟ ସ୍ବାମୀନାଥନ କହିଛନ୍ତି ଯେ ନୂଆ ପ୍ରଜାତି ଭୂତାଣୁକୁ ନେଇ ଆତଙ୍କିତ ହେବାର ନାହିଁ। ତେବେ ଏହି ଭୂତାଣୁର ଲକ୍ଷଣ ସମ୍ପର୍କରେ ସବିଶେଷ ଅନୁଧ୍ୟାନ କରାଯାଉଛି। ନୂଆ ପ୍ରଜାତିର ଭୂତାଣୁ ସଂକ୍ରମଣରେ ଜ୍ବର ହୋଇ ନଥାଏ। ଏଥିରେ ଶ୍ବାସକ୍ରିୟାରେ କଷ୍ଟ, ଶୁଖିଲା କାଶ, ତଣ୍ଟି ଦରଜ ଭଳି ଲକ୍ଷଣ ପ୍ରକାଶ ପାଇଥାଏ।
ଏଏସ୍‌‌ଓ ଅନିୟମିତତା ମାମଲା -ମେଧା ତାଲିକା କାଏମ – Samaja Live

 

ଆଉ ରହିବନି ଧନର ଅଭାବ ; ନବବର୍ଷରେ କରନ୍ତୁ ଏହି ୩ଟି ସରଳ ଉପାୟ – Samaja Live

 

ଶୁକ୍ରବାର କେସର ଖିରି ପ୍ରସ୍ତୁତ କରି ଭୋଗ କଲେ ; ମିଳିଥାଏ ମା’ଲକ୍ଷ୍ମୀଙ୍କ କୃପା – Samaja Live

 

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories