BJD Bijuli 480×75 Mob

ହସ୍ତତନ୍ତ ଓ ହସ୍ତକଳାର ପ୍ରସାର ପାଇଁ ଉତ୍କଳ ମହୋତ୍ସବ ୨୦୨୩ ‘ଫ୍ରମ୍‌ ଫାର୍ମ ଟୁ ଫେସନ’   ଆୟୋଜିତ

BJD Bijuli 480×75 Mob

ଭୁବନେଶ୍ୱର: ୱାର୍ଲଡ୍‌ ଟ୍ରେଣ୍ଡ୍‌ ସେଂଟର (ଡବ୍ଲୁଟିସି), ଭୁବନେଶ୍ୱର ପକ୍ଷରୁ ଏଣ୍ଟରଟେନମେଣ୍ଟ ଡେଭେଲପ୍‌ମେଂଟ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ଇଡିଆଇଆଇ) ଓ ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତକଳା ବିଭାଗ ମିଳିତ ଭାବରେ ‘ଉତ୍କଳ ମହୋତ୍ସବ-୨୦୨୩ ‘ଫ୍ରମ୍‌ ଫାର୍ମ ଟୁ ଫେସନ’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

ଶୁକ୍ରବାର ଏହି ଦୁଇଦିନିଆ କାର୍ଯ୍ୟକ୍ରମକୁ ଉଦଘାଟନ କରାଯାଇଛି । ଅତିଥି ଭାବେ ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ, ରାଜ୍ୟ ମହିଳା କମିସନର ଅଧ୍ୟକ୍ଷା ମିନତୀ ବେହେରା, ଭାରତୀୟ ବୟନ ସଂଘ, ଓଡ଼ିଶା ୟୁନିଟ୍‌ ଅଧ୍ୟକ୍ଷ ପ୍ରଫେସର ବି ବି ଜେନା, ଏଟଂରପ୍ରେନ୍ୟୁଅରସିପ ଡେଭେଲପମେଂଟ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ଆଂଚଳିକ ନିର୍ଦ୍ଦେଶକ (ପୂର୍ବାଚଂଳ) ଡକ୍ଟର ସୁବ୍ରତ ବିଶ୍ୱାଳ, କିଟ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଜ୍ଞାନ ରଂଜନ ମହାନ୍ତି, ଡବ୍ଲୁଟିସି ଭୁବନେଶ୍ୱର ଓମେନ ଫୋରମ୍‌ର ଉପଦେଷ୍ଟା ଡକ୍ଟର ରୀନା ରାଉତରାୟ ଏବଂ ଇଡିଆଇଆଇର ପ୍ରକଳ୍ପ ନିର୍ଦ୍ଦେଶକ ବିଷ୍ଣୁ ପଣ୍ଡା ଉପସ୍ଥିତ ଥିଲେ ।

, “ବୁଣାକାର ସମୁଦାୟକୁ ପ୍ରୋତ୍ସାହିତ କରିବା ଓ ସେମାନଙ୍କୁ ସଶକ୍ତ କରିବାରେ ଏହି କାର୍ଯ୍ୟକ୍ରମ ବେଶ ସହାୟକ ହେବ ବୋଲି ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ କହିଛନ୍ତି । କିଟ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ-୩ ପଡ଼ିଆରେ ରେ ୫୦ଟି ଷ୍ଟଲ ସ୍ଥାପନ କରାଯାଇଛି । ଏଥିରେ ବହୁ ସଂଖ୍ୟାରେ ବୁଣାକାର, କାରିଗର ଭାଗ ନେଇ ସେମାନଙ୍କ ସାମଗ୍ରୀ ପ୍ରଦର୍ଶନ କରିଛନ୍ତି ।

Comments are closed.