www.samajalive.in
Sunday, December 14, 2025
16.1 C
Bhubaneswar

ରାତିରେ ଶୋଇଥିବା ବେଳେ ଯୁବକଙ୍କୁ ହତ୍ୟା

ଟିଟିଲାଗଡ଼- ଟିଟିଲାଗଡ ଉପଖଣ୍ଡ ସିନ୍ଧେକେଲା ଥାନା ଅନ୍ତର୍ଗତ ଡେଡଗାଁ ଗ୍ରାମର ଚାଷୀ ନରିନ ଥପାଙ୍କ ପୁଅ ରୂଖାଡ଼ ଥପା (୩୫) ରାତ୍ରିରେ ଶୋଇଥିଲା ବେଳେ ଅଜଣା ଲୋକ ଆସି ଆକ୍ରମଣ କରିଥିଲେ l ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଥିଲା ।

ପ୍ରବଳ ରକ୍ତସ୍ରାବ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି l ତାଙ୍କ ମୁଣ୍ଡରେ ଶକ୍ତ ଆକ୍ରମଣ ହୋଇଛି l ତାଙ୍କ ୫ ବର୍ଷର ପୁଅକୁ ମଧ୍ୟ ଆକ୍ରମଣ ହୋଇଛି l ତାଙ୍କ ପତ୍ନୀ କିଛି ଦିନ ହେଲା କଲିଗୋଳ ହୋଇ ନିଜ ମା’ ଘରକୁ ଚାଲିଯାଇଛନ୍ତି l ସିନ୍ଧେକେଲା ଥାନା ଆଇଆଇସି ବସନ୍ତ ଦଳାଇଙ୍କ ସୂଚନା ମୁତାବକ ସେ ତାଙ୍କ ପତ୍ନୀ ତଥା ବିଧବା ଭାଇବୋହୁଙ୍କ ସହ ମଦ ପିଇ କଲିଗୋଳ କରି ଆସୁଥିଲେ l ଏନେଇ ଗ୍ରାମରେ ବୈଠକ ବସି ସମାଧାନ ଉଦ୍ୟମ କରାଯାଇଥିଲା l ତେବେ ଅଚାନକ ରାତ୍ରୀ ରେ ରୂଖାଡ଼ଙ୍କ ହତ୍ୟା ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories