www.samajalive.in
Friday, December 5, 2025
17.1 C
Bhubaneswar

ପତ୍ନୀଙ୍କ କୀଡ୍‌ନୀ ବିକିବ କହି ନେଇଥିଲା ୧୨ ଲକ୍ଷ , ଏବେ ପୁଲିସ ଜିମାରେ

କିଡ୍‌ନୀ ଦେବା ନଁାରେ ୧୨ଲକ୍ଷ ଠକେଇ
କଟକ : ଜଣେ କିଡ୍‌ନୀ ହରାଇଥିବା ବ୍ୟକ୍ତିଙ୍କୁ କିଡନୀ ଦେବାକୁ କହି ଦମ୍ପତି ୧୨ଲକ୍ଷ ଟଙ୍କା ଠକି ନେଇଥିବା ଜଣାପଡ଼ିଛି। ଏହି ଦମ୍ପତିଙ୍କୁ କଟକରେ କିଡନୀ ପାଇଁ ଟଙ୍କା ଦେଇଥିବା ବ୍ୟକ୍ତିଙ୍କ ପରିବାର କାବୁ କରି ପୁଲିସ ଜିମା ଦେଇଛନ୍ତି। ଏହି କାରବାରରେ ଏକ ସୁସଂଗଠିତ ରାକେଟ ସଂପୃକ୍ତ ଥିବା ସନ୍ଦେହ କରି ପୁଲିସ ତଦନ୍ତକୁ ବ୍ୟାପକ କରିଛି।

ମିଳିଥିବା ସୂଚନା ଅନୁଯାୟୀ, କେନ୍ଦୁଝର ଅଞ୍ଚଳର କୁଟୁଲ ମାଝୀଙ୍କ ଦୁଇଟି କିଡନୀ ନଷ୍ଟ ହୋଇଯାଇଥିଲା। ୨୦୨୨ରୁ ସେ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଅନୁଗୋଳ ଅଞ୍ଚଳର ମାର୍କଣ୍ଡ ନାଥ ଏବଂ ପତ୍ନୀ ଶାନ୍ତିଲତା ମଧ୍ୟ ଚିକିତ୍ସା ପାଇଁ ବଡ ଡାକ୍ତରଖାନାକୁ ଆସୁଥିଲେ। ନିୟମିତ ଦେଖାସାକ୍ଷାତରୁ କୁଟୁଲଙ୍କ ସହିତ ମାର୍କଣ୍ଡଙ୍କ ପରିଚୟ ହୋଇଥିଲା। ଦୁଇଟି କିଡନୀ ଖରାପ ଥିବାରୁ ପ୍ରତିରୋପଣ ପାଇଁ କୁଟୁଲଙ୍କୁ ଡାକ୍ତର ପରାମର୍ଶ ଦେଇଥିଲେ। ଏ ସମ୍ପର୍କରେ କୁଟୁଲ ମାର୍କଣ୍ଡଙ୍କୁ କହିଥିଲେ। ଏହି କଥା ଶୁଣିବା ପରେ ମାର୍କଣ୍ଡ ପତ୍ନୀ ଶାନ୍ତିଲତାଙ୍କ କିଡନୀ ଦାନ କରିବାକୁ ଚାହୁଁଥିବା କୁଟୁଲଙ୍କୁ କହିଥିଲେ। ଏଥିପାଇଁ କୁଟୁଲଙ୍କୁ ୧୨ଲକ୍ଷ ଟଙ୍କା ଦେବାକୁ ମାର୍କଣ୍ଡ କହିଥିଲେ। କୁଟୁଲଙ୍କ ପତ୍ନୀ ମାର୍କଣ୍ଡଙ୍କ ସହିତ ଚୁକ୍ତିନାମା କରି ପ୍ରାଥମିକ ପର୍ଯ୍ୟାୟରେ ୯ଲକ୍ଷ ୫୦ ହଜାର ଟଙ୍କା ଦେଇଥିଲେ। ପ୍ରତିରୋପଣ ପରବର୍ତ୍ତୀ ଚିକିତ୍ସା ଖର୍ଚ୍ଚ ବାବଦକୁ ମାସିକ ୩୦ ହଜାର ଟଙ୍କା ଦେବାକୁ ଚୁକ୍ତିରେ ମଧ୍ୟ ଉଲ୍ଲେଖ ରହିଥିଲା। ମାର୍କଣ୍ଡ ତାଙ୍କଠାରୁ ୪ଲକ୍ଷ ଟଙ୍କା ନେଇଯାଇଥିଲେ। ଟଙ୍କା ନେବା ପରେ କିଡନୀ ଦେବାକୁ ମାର୍କଣ୍ଡ ସମୟ ଗଡ଼ାଇ ଚାଲିଥିଲେ। ଲକ୍ଷାଧିକ ଟଙ୍କା ନେବା ସତ୍ତ୍ବେ କୁଟୁଲଙ୍କ ସହିତ ସେ ଆଉ ସମ୍ପର୍କ ରଖି ନଥିଲା। କିଡନୀ ପ୍ରତିରୋପଣ ବିଳମ୍ବ ଘଟୁଥିବାରୁ କୁଟୁଲ ମାର୍କଣ୍ଡ ବିଷୟରେ ତଥ୍ୟ ସଂଗ୍ରହ କରିଥିଲା। ମାର୍କଣ୍ଡ ପରିବାର ସହ ରାଣୀହାଟ ଅଞ୍ଚଳରେ ଭଡା ଘରେ ରହୁଥିବା କୁଟୁଲ ସୂଚନା ପାଇଥିଲା।

- Advertisement -

ଆଜି କୁଟୁଲଙ୍କ ପତ୍ନୀ ଓ ତାଙ୍କର କେତେକ ସମ୍ପର୍କୀୟ ରାଣୀହାଟରୁ ମାର୍କଣ୍ଡକୁ ଧରିନେଇଥିଲେ। ଉଭୟଙ୍କ ଭିତରେ ପାଟିତୁଣ୍ଡ ଶୁଣି ସ୍ଥାନୀୟଲୋକେ ସେଠାରେ ଭିଡ ଜମାଇଥିଲେ। କିଡନୀ ପାଇଁ ମାର୍କଣ୍ଡ ଟଙ୍କା ନେଇଥିବାଜାଣିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ସୂଚନା ପାଇ ପୁଲିସ ଏବଂ ମାର୍କଣ୍ଡର ପତ୍ନୀ ସେଠାରେ ପହଞ୍ଚିଥିଲେ। କୁଟୁଲ କିଡନୀ ଦେବା ପାଇଁ ହୋଇଥିବା ଚୁକ୍ତିନାମା କାଗଜପତ୍ର ଦେଖାଇବା ପରେ ବିବାଦ ଆହୁରି ବଢ଼ିଥିଲା। ପୁଲିସ ପତି ଓ ପତ୍ନୀଙ୍କୁ ଥାନାକୁ ନେଇଯିବାରୁ ଟଙ୍କା ନେଇଥିବା ବିଷୟ ସର୍ବସମ୍ମୁଖରେ ସ୍ୱୀକାର କରିଥିଲେ। ପୁଲିସ ଉଭୟଙ୍କୁ ଅଟକ ରଖି ତଦନ୍ତକୁ ତ୍ୱରାନ୍ୱିତ କରିଛି।

#samaja #Latest_Odisha_News, #LiveUpdates , #National_News_In_Odia, #WeatherUpdates

 

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories