www.samajalive.in
Monday, December 8, 2025
14.1 C
Bhubaneswar

ବ୍ୟାଡମିଣ୍ଟନ ଡବଲ୍‌ସ ଖେଳାଳି ସାତ୍ତ୍ବିକ ସାଇରାଜ ରାଙ୍କିରେଡ୍ଡି ଓ ଚିରାଗ ସେଟ୍ଟିଙ୍କୁ ଚଳିତବର୍ଷର ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର

ସାତ୍ତ୍ବିକ, ଚିରାଗଙ୍କୁ ଖେଳରତ୍ନ
ନୂଆଦିଲ୍ଲୀ, : ବ୍ୟାଡମିଣ୍ଟନ ଡବଲ୍‌ସ ଖେଳାଳି ସାତ୍ତ୍ବିକ ସାଇରାଜ ରାଙ୍କିରେଡ୍ଡି ଓ ଚିରାଗ ସେଟ୍ଟିଙ୍କୁ ଚଳିତବର୍ଷର ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ମିଳିବ। ଏଥିସହ ଭାରତୀୟ କ୍ରିକେଟ୍‌ ଦଳର ତାରକା ବୋଲର ମହମ୍ମଦ ସାମି ଓ ଅନ୍ୟ ୨୫ଜଣଙ୍କୁ ଅର୍ଜୁନ ପୁରସ୍କାର ମିଳିବ ବୋଲି ଜଣାପଡ଼ିଛି। ପୁରସ୍କାର ପାଇଁ ଖେଳାଳି ମନୋନୟନ କରିବାକୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ ଏକ କମିଟି ଗଠନ କରାଯାଇଥିଲା। କମିଟି ଗତ ୧୩ରେ ଖେଳାଳିମାନଙ୍କ ନାମ ପୁରସ୍କାର ପାଇଁ ସୁପାରିସ କରିଥିଲେ। କମିଟି ସୁପାରିସକୁ ଆଧାର କରି କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ ବୁଧବାର ପୁରସ୍କାର ଘୋଷଣା କରାଯାଇଛି।

ଆସନ୍ତା ଜାନୁଆରୀ ୯ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଖେଳାଳିମାନଙ୍କୁ ପୁରସ୍କୃତ କରିବେ। ଖେଳରତ୍ନ ପାଇବାକୁ ମନୋନୀତ ହୋଇଥିବା ସାତ୍ତ୍ବିକ ଓ ଚିରାଗ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ବିଶ୍ବ ଚମ୍ପିଆନସିପ୍‌ରେ କାଂସ୍ୟ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ହାସଲ କରିଥିଲେ। ଅନ୍ୟପକ୍ଷରେ ସାମି ଭାରତରେ ଖେଳାଯାଇଥିବା କ୍ରିକେଟ୍‌ ବିଶ୍ବକପ୍‌ରେ ଚମତ୍କାର ବୋଲିଂ ପ୍ରଦର୍ଶନ କରି ଅର୍ଜୁନ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସାମି ୭ଟି ମ୍ୟାଚ୍‌ ଖେଳି ୨୪ଟି ୱିକେଟ୍ ହାସଲ କରିଥିଲେ।

- Advertisement -

ଅନ୍ୟମାନଙ୍କ ମଧ୍ୟରେ ତୀରନ୍ଦାଜୀରେ ଓଜାସ ପ୍ରବୀଣ ଓ ଆଦିତି ଗୋପିଚାନ୍ଦ ସ୍ବାମୀ, ଦୌଡ଼କୁଦରେ ମୁରଲୀ ଶ୍ରୀଶଙ୍କର ଓ ପାରୁଲ ଚୌଧୁରୀ, ବକ୍ସିଂରେ ମହମ୍ମଦ ହୁସାମୁଦ୍ଦିନ, ଚେସ୍‌ରେ ଆର୍‌. ବୈଶାଳୀ, ଅଶ୍ବଚାଳନାରେ ଅନୁଷ ଅଗ୍ରୱାଲ ଓ ଦିବ୍ୟକୀର୍ତ୍ତି ସିଂହ, ଗଲ୍‌ଫରେ ଦୀକ୍ଷା ଡାଗର, ହକିରେ କ୍ରିଷନ ବାହାଦୂର ପାଠକ ଓ ସୁଶୀଲା ଚାନୁ, କବାଡ଼ିରେ ପୱନ କୁମାର ଓ ରୀତୁ ନେଗି, ଖୋଖୋରେ ନସରିନ୍‌, ଲନ୍‌ ବାଉଲ୍‌ସରେ ପିଙ୍କି, ବନ୍ଧୁକଚାଳନାରେ ଐଶ୍ବର୍ଯ୍ୟ ପ୍ରତାପ ସିଂହ ଓ ଈଶା ସିଂହ, ସ୍କ୍ବାଶ୍‌ରେ ହରିନ୍ଦର ପାଲ୍‌ ସିଂହ ସାନ୍ଧୁ, ଟେବୁଲ ଟେନିସ୍‌ରେ ଆହିକା ମୁଖାର୍ଜୀ, କୁସ୍ତିରେ ସୁନୀଲ କୁମାର ଓ ଅନ୍ତିମ, ଉଷୁରେ ନାଓରେମ୍‌ ରୋସବିନା ଦେବୀ, ପାରା ତୀରନ୍ଦାଜୀରେ ଶୀତଳ ଦେବୀ, ଦୃଷ୍ଟିହୀନ କ୍ରିକେଟ୍‌ରେ ଅଜୟ କୁମାର ରେଡ୍ଡି, ପାରା ନୌକାଚାଳନାରେ ପ୍ରାଚୀ ଯାଦବ ଅର୍ଜୁନ ପୁରସ୍କାର ପାଇବେ।
ସେହିପରି ପ୍ରଶିକ୍ଷକ ଲଳିତ କୁମାର (କୁସ୍ତି), ଆର୍‌ବି ରମେଶ (ଚେସ୍‌), ମହାବୀର ପ୍ରସାଦ ସାଇନି (ପାରା ଆଥଲେଟ୍‌), ଶିବେନ୍ଦ୍ର ସିଂହ (ହକି), ଗଣେଶ ପ୍ରଭାକର (ମାଲଖମ୍ବ)ଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ମିଳିବାକୁ ଥିବା ବେଳେ ଆଜୀବନ ସାଧନା ପାଇଁ ପ୍ରଶିକ୍ଷକଙ୍କୁ ଜସ୍‌କିରାତ ସିଂହ ଗ୍ରେୱାଲ (ଗଲ୍‌ଫ), ଭାସ୍କରନ୍‌ (କବାଡ଼ି), ଜୟନ୍ତ କୁମାର ପୁଶିଲାଲ (ଟେବୁଲ ଟେନିସ)ଙ୍କୁ ପୁରସ୍କୃତ କରାଯିବ।

#samaja #Latest_Odisha_News, #LiveUpdates , #National_News_In_Odia, #WeatherUpdates

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories