www.samajalive.in
Saturday, December 6, 2025
15.1 C
Bhubaneswar

ରାଜ୍ୟର ସମସ୍ତ ବିଜେପି ବିଧାୟକ ଦିଲ୍ଲୀରେ

ଦିଲ୍ଲୀରେ ପହଞ୍ଚିଲେ ବିଜେପି ବିଧାୟକ
ନୂଆଦିଲ୍ଲୀ : ୨୦୨୪ ସାଧାରଣ ନିର୍ବାଚନରେ ବିଜେପିର ରଣନୀତି ପ୍ରସ୍ତୁତି ପାଇଁ ରାଜ୍ୟ ବିଜେପିର ଅଧିକାଂଶ ବିଧାୟକ ଦିଲ୍ଳୀରେ ଆସି ପହଞ୍ଚିଛନ୍ତି। ବୁଧବାର ବିଧାୟକମାନେ ରାଜ୍ୟ ବିଜେପି ସାଂସଦମାନଙ୍କୁ ଭେଟି ରାଜନୈତିକ ପରିସ୍ଥିତି ବିଷୟରେ ଆଲୋଚନା କରିଥିବା ଜଣାପଡ଼ିଛି। ଯଦିଓ ବିଜେପି ବିଧାୟକମାନେ ଦିଲ୍ଳୀ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ବ୍ୟାପାର ମନ୍ତ୍ରୀ ଅମିତ ଶାହ ଓ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି, ତଥାପି ପ୍ରଥମ ଦିନରେ କୌଣସି ବରିଷ୍ଠ ନେତାଙ୍କ ସହ ସେମାନଙ୍କ ସାକ୍ଷାତ ହୋଇପାରିନାହିଁ।

ଗୁରୁବାର ରାଜ୍ୟସଭାରେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ବିଧେୟକ ଉପସ୍ଥାପନ ସମ୍ଭାବନା ଥିବାରୁ ବରିଷ୍ଠ ରାଷ୍ଟ୍ରୀୟ ନେତାଙ୍କ ବ୍ୟସ୍ତତା ରହିବ। ରବିବାର ପର୍ଯ୍ୟନ୍ତ ବିଜେପି ବିଧାୟକ ଦିଲ୍ଲୀରେ ଅବସ୍ଥାନ କରୁଥିବା ଜଣାପଡ଼ିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories