www.samajalive.in
Sunday, December 7, 2025
26.1 C
Bhubaneswar

ଦାଦନ ଖଟିବାକୁ ଯାଇଥିବା ମହିଳା ଶ୍ରମିକ ନିଖୋଜ -ପରିବାର ବର୍ଗ ଥାନାର ଦ୍ୱାରସ୍ଥ

ଲାଞ୍ଜିଗଡ : ଦିନକୁ ଦିନ ଦାଦନ ଶ୍ରମିକ ଦୁଃଖ ଲାଞ୍ଜିଗଡ ଅଞ୍ଚଳରେ ବଢ଼ିବାରେ ଲାଗିଛି I କେତେ ବେଳେ ଦାଦନ ଶ୍ରମିକ ସାହୁକାରଙ୍କ ଠାରୁ ନିର୍ଯ୍ୟାତିତ ହେଉଛି ତ କେତେବେଳେ ନିଖୋଜ ଆଉ ପୁଣି କେତେବେଳେ ଶବ ହୋଇ ଗାଁକୁ ଫେରୁଛନ୍ତି l ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଥାନା ଅଞ୍ଚଳ ଜଗନ୍ନାଥପୁର ପଞ୍ଚାୟତ ବଳଭଦ୍ରପୁର ଗ୍ରାମର Iଲାଞ୍ଜିଗଡ ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତ ବଳଭଦ୍ରପୁର ଗ୍ରାମର ବିଜୁଳି ମାଝୀ (୪୧) ନାମକ ଜଣେ ମହିଳା ଶ୍ରମିକ ଦାଦନ ଖଟିବାକୁ ଯାଇ ଉତ୍ତର ପ୍ରଦେଶର ବନାରସ ଠାରେ ନିଖୋଜ ହେଇଯାଇଛନ୍ତି

ସୂଚନାନୁସାରେ ବଳଭଦ୍ରପୁର ଗ୍ରାମର ବିଜୁଳି ମାଝୀ ନାମକ ମହିଳା ଏହି ମାସ ୨ ତାରିଖ ଦିନ ସେହି ଗ୍ରାମର ୨ ଜଣ ମହିଳାଙ୍କ ସହିତ ବ୍ରହ୍ମପୁର ଯାଇଥଇଲେ । ସେଠାରେ ମହିଳା ଦୁଇଜଣ ଦାଦନ ଦଲାଲ ପାଖରେ ଛାଡିଥିଲେ ବ୍ରହ୍ମପୁରରୁ ଦଲାଲ ପାଖରୁ ବନାରସରୁ କୌଣସି ମାଲିକ ଆସି ବିଜୁଳି ଏବଂ ଅନ୍ୟ ଶ୍ରମିକ ମାନଙ୍କୁ ନେଇକି ଯାଇଥିବା ସୂଚନା ମିଳିଛି । ସେଠାରେ କୌଣସି କାରଖାନାରେ କାମ କରିବା ପାଇଁ I ଗତ ୮ ତାରିଖ ଦିନ ବନାରସର ଠିକାଦାର ବିଜୁଳି ଘରକୁ ଫୋନ ଯୋଗେ ବିଜୁଳିର ପୁଅ ମୁରଲୀ ମାଝୀଙ୍କୁ ତାଙ୍କ ମା ବନାରସର ଘରୁ କେଉଁଆଡେ ଚାଲି ଯାଇଛନ୍ତି ବୋଲି ଜଣାଇଥିଲେ I

- Advertisement -

ବିଜୁଳିଙ୍କ ପୁଅ ମୁରଲୀ ମାଝୀ ଲାଞ୍ଜିଗଡ ଥାନାରେ ମିହଳାଙ୍କ ନିଖୋଜ ବିଷୟରେ ଏକ ମାମଲା ଦାୟର କରିଛନ୍ତି I ଏ ନେଇ ଲାଞ୍ଜିଗଡ ଥାନା କେଶ ନଂ ୧୫/୨୩ ରେ ମାମଲା ରୁଜୁ କରି ତଦନ୍ତ କରୁଥିବା ଥାନାଧିକାରୀ ବିଜୟ ଲକ୍ଷ୍ମୀ ହିକକା ସୂଚନା ଦେଇଛନ୍ତି

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories