www.samajalive.in
Wednesday, December 10, 2025
16.1 C
Bhubaneswar

ଚାଉଁରୀଆବୁଢାଙ୍କ ବାର୍ଷିକ ଲାଠିଯାତ୍ରା ପର୍ବ ଅନୁଷ୍ଠିତ

କଲମପୁର/ମୁଖିଗୁଡା: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅଧିନସ୍ଥ ଅଁଲାଭଟା ପଂଚାୟତର କୁକୁଡି ଏକ ଅନନ୍ୟ ଗାଁ। ଏକ ଶିବ ଓ ଶକ୍ତିର ମିଳନର ଅନନ୍ୟ ତନ୍ତ୍ର ପୀଠ। ଚାଉଁରୀଆ ବୁଢା ରୁପରେ ଶିବ ପୂଜିତ ହେଉଥିବା ବେଳେ ବାମନଦେଈ ରୁପରେ ଦେବୀ ଶକ୍ତି ପୂଜା ପାଇ ଆସୁଛନ୍ତି। କୁକୁଡି ଚାଉଁରୀଆ ବୁଢାଙ୍କ ଲାଠିଯାତ୍ରା ଏକ ଭିନ୍ନ ପରମ୍ପରା। ସମଗ୍ର ଦେଶରେ ଦୈବୀ ପୂଜା ଶାଦୀୟ ଏବଂ ଚୈତ୍ରରେ ନବଦିନାତ୍ମକ ପୂଜା ଅନୁଷ୍ଠିତ ହେଇଥାଏ। କିନ୍ତୁ କୁକୁଡି ଚାଉଁରୀଆ ବୁଢାଙ୍କ ଯାତ୍ରା ମାର୍ଗଶିର ମାସର ପୂର୍ଣ୍ଣମୀ ପୂର୍ବ ସୋମବାର ଦିନ ହେଇଥାଏ। କୁକୁଡି ଗ୍ରାମର ଆଖା ପାଖ ଅଂଚଳର ୧୬ ଗୋଟି ଗ୍ରାମର ଦେବା ଦେବୀଙ୍କ ପ୍ରତୀକ ଲାଠି ସବୁ ଆସି ଗୌନ୍ତିଆଙ୍କ ଘରେ ଏକତ୍ରିତ ହେଇଥାନ୍ତି। ଏହାସହ ବିଭିନ୍ନ ଗାଦିଆ ମଧ୍ୟ ଗୌନ୍ତିଆଙ୍କ ଘରେ ପହଂଚିବା ପରେ ଏକ ଶୋଭାଯାତ୍ରାରେ ପାରମ୍ପାରିକ ବାଜା ସହ ଚାଉଁରୀଆ ବୁଢାଙ୍କ ମନ୍ଦିର ଅଭିମୁଖେ ଯାତ୍ରା କରିଥାନ୍ତି। ଏହି ସମୟରେ ଗୌନ୍ତିଆ ରାଜକୀୟ ବେଶରେ ସଜ୍ଜିତ ହେଇ ଏକ ଘୋଡାରେ ବସି ଚାଉଁରୀଆ ବୁଢାଙ୍କ ପୀଠକୁ ଯାଇ ଦେବ ଦର୍ଶନ କରି ନିଜ ପାରମ୍ପାରିକ ଦେବୀଙ୍କୁ ପୂଜା ଅର୍ଚ୍ଚନା କରିଥିଲେ। ଏହାପରେ ଚାଉଁରୀଆ ବୁଢା ଏବଂ ଦେବୀ ବାମନୀଦେଈଙ୍କୁ ପୂଜା କରିଥିଲେ। ତିନି ପୀଠରେ ପୂଜା ଶେଷ ହେବା ପରେ ପୁଣି କାଳସୀ ମାନେ ଏବଂ ଲାଠି ପର୍ବ ସ୍ଥଳ ପରିକ୍ରମା କରିବା ପରେ ଲାକ ବିନ୍ଧା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା। ରାତିରେ ଲୋକଙ୍କ ମନୋରଞ୍ଜନ ପାଇଁ ପୂଜା କମିଟି ପକ୍ଷରୁ ଜିଲ୍ଲାସ୍ତରୀୟ ଲୋକ ନାଟ ଏବଂ ନୃତ୍ୟୁ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା।

Hot this week

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

Related Articles

Popular Categories