www.samajalive.in
Wednesday, December 10, 2025
14.1 C
Bhubaneswar

ଗୋନାସିକା-କେନ୍ଦୁଝର ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା

କେନ୍ଦୁଝରଗଡ଼: କେନ୍ଦୁଝର ଷ୍ଟାଡିୟମ ପଡ଼ିଆରେ ସୋମବାର ସନ୍ଧ୍ୟାରୁ ଉଦ୍‌‌ଘାଟିତ ‘ଗୋନାସିକା-କେନ୍ଦୁଝର ମହୋତ୍ସବ’ ଓ କାଳୀପଡ଼ିଆରେ ଆରମ୍ଭ ହୋଇଥିବା ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା-୨୦୨୩ର ମଙ୍ଗଳବାର ଦ୍ୱିତୀୟ ସନ୍ଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମହୋତ୍ସବ ମଞ୍ଚକୁ ଦୁଲୁକାଇ ଦେଇଛି। ବିଶେଷକରି ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ବଲିଉଡର ତାରକା କଳାକାର ପବନଦ୍ୱୀପ ଓ ଅରୁଣିତାଙ୍କ ସ୍ୱରରେ କେନ୍ଦୁଝରବାସୀ ପ୍ରବଳ ଶୀତ ସତ୍ତ୍ବେ ବେଶ୍‌‌ ଝୁମିଛନ୍ତି। ଆନ୍ଧ୍ରପ୍ରଦେଶର କୁଚିପୁଡି, ମଧ୍ୟପ୍ରଦେଶର ବଧାଇ, ପୁରୀର ଗୋଟିପୁଅ, ସମ୍ବଲପୁରୀ ଲୋକନୃତ୍ୟ ଓ ପଦ୍ମଶ୍ରୀ ଗୁରୁ ମାଗୁଣି ଚରଣ କୁଅଁରଙ୍କ ଯାଦୁଗରୀ କଣ୍ଢେଇ ନୃତ୍ୟ ଉପସ୍ଥିତ ଦର୍ଶକଙ୍କୁ ବେଶ୍‌‌ ସମୟ ଧରି ବାନ୍ଧି ରଖିଥିବା ଦେଖିବାକୁ ମିଳିଥିଲା। ଏହି ଅବସରରେ ସନ୍ଧ୍ୟାରେ ଆୟୋଜିତ ସଭାରେ କେନ୍ଦୁଝରଗଡ଼ ନଗରପାଳ ନିକୁ ସାହୁ, ଯୋଡା ନଗରପାଳ ଡାକ୍ତର ଜଗଦୀଶ ପ୍ରସାଦ ସାହୁ ପ୍ରମୁଖ ଯୋଗଦେଇ ଏହି ମହୋତ୍ସବ ଜିଲା ଓ ରାଜ୍ୟ ବାହାରର କଳାକାରଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ସହ ଏକତାସୂତ୍ରରେ ବାନ୍ଧି ରଖିବା ପ୍ରୟାସକୁ ପ୍ରଶାସନ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି ବୋଲି କହିଥିଲେ। ମହୋତ୍ସବ ସାଙ୍ଗକୁ ଜାତୀୟସ୍ତରର ପଲ୍ଲିଶ୍ରୀ ମେଳାରେ ଜିଲା ଓ ରାଜ୍ୟ ବାହାରର କଳା, ହସ୍ତକଳା, ହସ୍ତଶିଳ୍ପ ସାଙ୍ଗକୁ ବିଭିନ୍ନ ମନଲୋଭା ସାମଗ୍ରୀ ଏକସଙ୍ଗେ ଗୋଟିଏ ସ୍ଥାନରେ ସୁଲଭ ମୂଲ୍ୟରେ ଉପଲବ୍ଧ ହେବାସାଙ୍ଗକୁ ଖାଦ୍ୟ ମେଳାର ଆୟୋଜନ ଜିଲାବାସୀଙ୍କୁ ଶିତୁଆ ରାତିରେ ବେଶ୍‌‌ ଖୋରାକ ଯୋଗାଇଛି ବୋଲି ଅତିଥିଗଣ ମତବ୍ୟକ୍ତ କରିଥିଲେ। ଉପନିର୍ଦ୍ଦେଶକ, ସୂଚନା ଓ ଲୋକସମ୍ପର୍କ କେନ୍ଦୁଝର ସଞ୍ଜୀବ କୁମାର ବାରିକଙ୍କ ସଂଯୋଜନାରେ ପ୍ରତିଟି କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦିତ ହୋଇଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories