www.samajalive.in
Saturday, December 6, 2025
14.1 C
Bhubaneswar

ସାକ୍ଷୀଗୋପାଳ ମନ୍ଦିରରୁ ଚୋରି, ତଦନ୍ତ ଆରମ୍ଭ

ସାକ୍ଷୀଗୋପାଳ: ପ୍ରସିଦ୍ଧ ବୈଷ୍ଣବ କ୍ଷେତ୍ର ସାକ୍ଷୀଗୋପାଳ ମନ୍ଦିରରୁ ଗତକାଲି ବିଳମ୍ବିତ ରାତ୍ରିରେ ଚୋରି ହୋଇଛି। ଚୋର ମାନେ ସାକ୍ଷୀଗୋପାଳ ଠାକୁରଙ୍କ ଚଳନ୍ତି ପ୍ରତିମା ମଦନ ମୋହନ ଦେବଙ୍କ ମନ୍ଦିର ତାଲା ଭାଙ୍ଗି ମନ୍ଦିର ପରିସରରୁ ୩ ଗୋଟି ହୁଣ୍ଡୀ ଓ ଠାକୁରଙ୍କର ସୁନା ଅଳଙ୍କାର ପାଉଁଜି, କୁଣ୍ଡଳ, କିରିଟି, ହାର ଆଦି ଚୋରି କରି ନେଇଯାଇଛନ୍ତି। ତମାଳ ଗଛ ମୂଳେ ସ୍ଥାପିତ ହୁଣ୍ଡୀ ତାଲା ଭାଙ୍ଗି ସମସ୍ତ ଟଙ୍କା ପଇସା ଲୁଟି ନେଇଛନ୍ତି। ମନ୍ଦିର ପରିସରରେ ଥିବା ଖଟଣି ରୋଷ ଘର ମଧ୍ୟରେ ୨ ଗୋଟି ହୁଣ୍ଡୀ ଭାଙ୍ଗି ଟଙ୍କା ପଇସା ଲୁଟି ନେଇଛନ୍ତି। ଆଉ ଗୋଟିଏ ହୁଣ୍ଡୀ ମଧ୍ୟ ନେଇ ଯାଇଛନ୍ତି।

ସୂଚନା ଅନୁଯାୟୀ, ମନ୍ଦିର ପରିଦର୍ଶକଙ୍କ କାର୍ଯ୍ୟାଳୟ ତାଲା ଭାଙ୍ଗି ସିସି କ୍ୟାମେରା ମନିଟରଟିକୁ ଚୋରି କରି ନେଇ ଯାଇଛନ୍ତି। ଚୋର ମାନେ ମନ୍ଦିର ଦକ୍ଷିଣ ଦ୍ୱାର ବାଟେ ମନ୍ଦିରକୁ ପ୍ରବେଶ କରିଥିବା ଅନୁମାନ କରାଯାଉଛି। ଚୋର ମାନେ ମୋଟ ୬ଟି ତାଲା ଭାଙ୍ଗିଥିବା ଜଣାପଡ଼ିଛି।

- Advertisement -

ଇତି ମଧ୍ୟରେ ପୁଲିସ ସି ସି କ୍ୟାମେରା ହାର୍ଡ ଡିସ୍କଟିକୁ ଜବତ କରି ନେଇଛନ୍ତି। ଘଟଣାସ୍ଥଳରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁ ପ୍ରସାଦ ପତି, ଏସ ଡ଼ି ପି ଓ ବିରଞ୍ଚି ନାରାୟଣ ପତି, ସତ୍ୟବାଦୀ ଆରକ୍ଷୀ ନିରୀକ୍ଷକ ବିଜୟ କେତନ ବେହେରା, ସେକେଣ୍ଡ ଅଫିସର ସୁରମା ସ୍ୱାଇଁ ଓ ଫରେନସିକ ଟିକ ଟିମର ବିରଜା ପ୍ରସାଦ ସାମଲ ଆଙ୍ଗୁଳି ଛାପ ବିଶେଷଜ୍ଞ, ଜିଲ୍ଲା ଅପରାଧ ତଦନ୍ତ ବିଜ୍ଞାନାଗାର ଅଧିକାରୀ ଆଦିତ୍ୟ ରଞ୍ଜନ ନାୟକ ଓ ଫଟୋ ଗ୍ରାଫର ରମେଶ ବାରିକ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ସନ୍ଧାନୀ କୁକୁର ଦ୍ୱାରା ତଦନ୍ତ ବେଳେ ସନ୍ଧାନୀ କୁକୁର ସାକ୍ଷୀଗୋପାଳ ମନ୍ଦିର ଠାରୁ ସାକ୍ଷୀଗୋପାଳ ଗେଟ ବଜାର କଳିଙ୍ଗ ବିହାର ପର୍ଯ୍ୟନ୍ତ ଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories