www.samajalive.in
Sunday, December 7, 2025
18.1 C
Bhubaneswar

କର ବା ମର ମ୍ୟାଚରେ ସ୍ପେନ୍‍ ଓ ଫ୍ରାନ୍‍ସ

ଭୁବନେଶ୍ୱର : ଚଳିତ ହକି ବିଶ୍ୱକପର ମ୍ୟାଚ୍‍ ଯେତିକି ଆଗକୁ ବଢିବଢି ଚାଲିଛି; ଟୁର୍ଣ୍ଣାମେଣ୍ଟର ରୋମାଞ୍ଚ ସେତିକି ବୃଦ୍ଧି ପାଇବାରେ ଲାଗିଛି। ସୋମବାର ପୁଲ୍‍ ‘ଏ’ରେ ସ୍ପେନ୍‍ ଓ ଫ୍ରାନ୍‍ସ ମଧ୍ୟରେ ମୁକାବିଲା ହେବ। ଉଭୟ ଦଳ ସେମାନଙ୍କର ପ୍ରଥମ ମ୍ୟାଚରେ ପରାସ୍ତ ହୋଇଥିବାରୁ ଏହି ମ୍ୟାଚର ଗୁରୁତ୍ୱ ଅଧିକ ବୃଦ୍ଧିପାଇଛି। ସ୍ପେନ୍‍ ପ୍ରଥମ ମ୍ୟାଚରେ ଅଲିମ୍ପିକ୍‍ ସ୍ୱର୍ଣ୍ଣ ବିଜେତା ଆର୍ଜେଣ୍ଟିନା ନିକଟରୁ ପରାସ୍ତ ହୋଇଥିଲେ ମଧ୍ୟ ଉତ୍ତମ ଖେଳ ପ୍ରଦର୍ଶନ କରିଥିଲା। ଦଳ ପକ୍ଷରୁ ଏନ୍‍ରିକ୍‍ ଗୋଞ୍ଜାଲେଜ୍‍, ଜୋସେପ୍‍ ରୋମେଉ ଓ ଭିସେଙ୍କ୍‍ ରୁଇଜ୍‍ ଗୋଲଦେବାରେ ସକ୍ଷମ ହୋଇଥିଲେ। କ୍ୱାର୍ଟରଫାଇନାଲ ଦୌଡରେ ତିଷ୍ଠିରହିବା ଲାଗି ସ୍ପେନ୍‍ ପାଇଁ ଉକ୍ତ ମ୍ୟାଚ ବିଜୟ ନିଶ୍ଚିତ ଆବଶ୍ୟକତା ରହିଛି। ଆହତ କାରଣରୁ ବିଶ୍ୱକପରୁ ବାଦ୍‍ ପଡ଼ିଥିବା ମିଗୁଏଲ ଡିଲାସଙ୍କ ବଦଳରେ ଦଳର ନେତୃତ୍ୱ ନେଉଥିବା ରିକାର୍ଡୋ ସାଞ୍ଚେଜ ଫ୍ରାନ୍‍ସ ବିପକ୍ଷରେ ବିଜୟ ନେଇ ଢେର ଆଶାବାଦୀ ରହିଛନ୍ତି। ଆମେ ପ୍ରଥମ ମ୍ୟାଚରେ ସାମାନ୍ୟ ତ୍ରୁଟି କରିଥିଲୁ। ଏହାର ଫାଇଦା ଆର୍ଜେଣ୍ଟିନା ଉଠାଇଥିଲା। ୨ୟ ମ୍ୟାଚରେ ତ୍ରୁଟିକୁ ସୁଧାରି ଖେଳିବା ଉପରେ ଗୁରୁତ୍ୱ ଦେବୁ ବୋଲି ଅଧିନାୟକ ସାଞ୍ଚେଜ୍‍ କହିଛନ୍ତି। ଅନ୍ୟପକ୍ଷରେ ଫ୍ରାନ୍‍ସ ମଧ୍ୟ ବିଶ୍ୱକପରେ ପ୍ରଥମ ବିଜୟ ଲାଗି ବ୍ୟଗ୍ରରହିଛି। ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ନିକଟରୁ ୧-୦ ଗୋଲରେ ପରାସ୍ତ ହୋଇଥିବା ଦଳ ସ୍ପେନ ବିପକ୍ଷରେ ବିଜୟ ନେଇ ଆଶା ରଖିଛି। ଅଧିନାୟକ ଭିକ୍ଟର ଚାର୍ଲେଟ ନ୍ୟୁଜିଲାଣ୍ଡ ବିପକ୍ଷରେ ଭଲ ଖେଳି ଗୋଟିଏ ଗୋଲ ଦେଇଥିଲେ। ଟମ୍‍ ଜେନ୍‍ଷ୍ଟିସ, ଭିକ୍ଟର ଲକ୍‍ଉଡ୍‍ ପ୍ରମୁଖ ଭଲ ଫର୍ମରେ ରହିଥିବାରୁ ଦଳ ସ୍ପେନକୁ ପରାସ୍ତ କରିବା ନେଇ ଆଶା ରଖିଛି। ବିଶ୍ୱକପରେ ତିଷ୍ଠିରହିବା ଲାଗି ସ୍ପେନ ବିପକ୍ଷ ମ୍ୟାଚ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏବେ ଆମକୁ ଶ୍ରେଷ୍ଠ ଖେଳ ପ୍ରଦର୍ଶନର ସମୟ ଆସିଛି ବୋଲି ପ୍ରଶିକ୍ଷକ ଜିରାନ ଡେଲ୍‍ମି କହିଛନ୍ତି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories