www.samajalive.in
Monday, December 8, 2025
14.1 C
Bhubaneswar

ନନ୍ଦନକାନନ ଚିଲ ,ଛଞ୍ଚାଣ ଅନ୍ୟ ପକ୍ଷୀଙ୍କୁ ଖାଇ ଦେଉଥିବା ଅଭିଯୋଗ – ବିହଙ୍ଗ ସାରଣୀ ଜାଲ ଛିଣ୍ଡି ଗଲାଣି

ନନ୍ଦନକାନନ- ନନ୍ଦନକାନନ ପ୍ରାଣୀଉଦ୍ୟାନରେ ପକ୍ଷୀ ନେଉଛି ପକ୍ଷୀର ଜୀବନ । ପ୍ରାଣୀଉଦ୍ୟାନରେ ପକ୍ଷୀମାନେ ସୁରକ୍ଷିତ ନାହାନ୍ତି ।୨୦୧୪ ମସିହାରେ ପ୍ରାଣୀ ଉଦ୍ୟାନର ପ୍ରତିଷ୍ଠା ଦିବସରେ ତତ୍କାଳୀନ ଜଙ୍ଗଲ ମନ୍ତ୍ରୀ ବିକ୍ରମକେଶରୀ ଆରୁଖଁ ପାଦଚଲା ବିହଙ୍ଗ ସାରଣୀ(ଓ୍ବାର୍ଥ ଆଭିଅରୀ)କୁ ଉଦଘାଟନ କରିଥିଲେ। ପର୍ଯ୍ୟଟକମାନେ ପାଦରେ ଚାଲିଚାଲି ବିଭିନ୍ନ ପ୍ରଜାତିର ପକ୍ଷୀମାନଙ୍କୁ ଦେଖି ପାରିବେ।ଏହି ପାଦଚଲା ବିହଙ୍ଗ ସାରଣୀ ପରିସର ମଧ୍ୟରେ ସନ୍ କନୁର,ରୂପେଲି କୁକକୁଟ,ମାଣ୍ଡାରିନ୍ ବତକ,ଜାଣ୍ଡେ କନୁର,ବାଇଗଣୀ ଟୁରାକୋ,ସୁନେଲି କୁକକୁଟ,ଲେଡି ଆମରେଷ୍ଟ ଫିଜାଣ୍ଟ ଆଦି ବିଭିନ୍ନ ପ୍ରଜାତିର ପକ୍ଷୀ ରହିଥିଲେ। ସେମାନଙ୍କୁ ବିରାଟ ତାର ଜାଲି ଭିତରେ ମୁକ୍ତ ଭାବରେ ବୁଲି ଖେଳିବାର ସୁଯୋଗ ଥିଲା।

କିନ୍ତୁ ଏବେ ପ୍ରାଣୀଉଦ୍ୟାନର ଜନ୍ତୁ ବିଭାଗର ଅବହେଳା ଫଳରେ ଏହି ତାର ବିଭିନ୍ନ ସ୍ଥାନରେ ନଷ୍ଟ ହୋଇ ବଡ ବଡ କଣା ହୋଇଯାଇଛି।ଫଳରେ ବୁଲା ଚିଲ,ଛଞ୍ଚାଣ,କାଉ ଓ ଅନ୍ୟାନ୍ୟ ପକ୍ଷୀ ଏହି ତାର ଜାଲିର ଉପର ପଟ କଣା ବାଟ ଦେଇ ପଶି ପକ୍ଷୀମାନଙ୍କୁ ମାରି ଦେଉଛନ୍ତି।ଏପରିକି ପକ୍ଷୀମାନେ ଦେଉଥିବା ଅଣ୍ଡାକୁ ମଧ୍ୟ ବୁଲା ପକ୍ଷୀମାନେ ଖାଇ ଯାଉଛନ୍ତି।ଯାଦ୍ବାରା ଦିନକୁ ଦିନ ପକ୍ଷୀ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଅନ୍ୟପଟେ ଏହି ସରଣୀରେ ଆବଶ୍ୟକ ମୂତାବକ ପାଣି ଆସୁନାହିଁ।ଯାହା ଫଳରେ ନିର୍ମିତ ହୋଇଥିବା ପାହାଡ ଝରଣା ଓ ପକ୍ଷୀମାନଙ୍କ ନାଳୀ ଶୁଖିଲା ପଡିଥିବା ଦେଖିବାକୁ ମିଳିଛି।ଜନ୍ତୁ ବିଭାଗର ଅଧିକାରୀମାନେ ଏହାକୁ ଦେଖି ନ ଦେଖିଲା ଭଳି ଚୁପ୍ ରହୁଛନ୍ତି।ଏପରିକି ପ୍ରାଣୀଉଦ୍ୟାନର ଜନ୍ତୁ ବିଭାଗର ଜନ୍ତୁ କ୍ୟୁରେଟର ଓ ଜୀବବିଜ୍ଞାନୀ କୈାଣସି ବିଭାଗର ସମୀକ୍ଷା କରିବାବେଳେ ଏ ସବୁ କଥାକୁ କର୍ତ୍ତୁପକ୍ଷଙ୍କୁ ଜଣାଉନାହାନ୍ତି।ପ୍ରାଣୀଉଦ୍ୟାନର ଏକ ଗୁରୁତ୍ବ ପୂର୍ଣ୍ଣ ବିଭାଗ କିପରି ଧିରେଧିରେ ବିହଙ୍ଗ ସରଣୀ ଶ୍ରୀହୀନ ହେବାକୁ ଯାଉଛି,ତାହା ଦାୟିତ୍ବରେ ଥିବା ଅଧିକାରୀମାନଙ୍କ ନଜରକୁ ଆସୁନାହିଁ।ପର୍ଯ୍ୟଟକମାନେ ମଧ୍ୟ ପାଦଚଲା ବିହଙ୍ଗ ସରଣୀର ଅନେକ ପ୍ରଜାତିର ପକ୍ଷୀମାନଙ୍କୁ ନ ଦେଖି ନିରାଶ ହୋଇ ଫେରୁଛନ୍ତି।ତେଣୁ ଏହାର ତଦନ୍ତ ହେବା ସହ ପକ୍ଷୀମାନଙ୍କର ସୁରକ୍ଷା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ନନ୍ଦନକାନନ ଜୀବଜନ୍ତୁ ଓ ଜଙ୍ଗଲ ସୁରକ୍ଷା ମଞ୍ଚ ଦାବି କରିଛି।ଏ ସଂକ୍ରାନ୍ତରେ ନନ୍ଦନକାନନ ଜନ୍ତୁ ବନାଞ୍ଚଳ(ରେଞର)ଅଧିକାରୀ ନୂତନ ହେର୍ମ୍ରମଙ୍କୁ ପଚାରିବାରୁ ସେ କହିଲେ ରେକର୍ଡ ଦେଖିଲେ କହିବି

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories