www.samajalive.in
Wednesday, December 10, 2025
16.1 C
Bhubaneswar

ବୋରୱେଲରୁ ଶିଶୁ ଉଦ୍ଧାର ଘଟଣା; ଜନ୍ମଦାତ୍ରୀକୁ ଖୋଜିବା ପାଇଁ ରେଙ୍ଗାଲି ପୁଲିସର ତନାଘନା

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ଥାନା ଅନ୍ତର୍ଗତ ଲାରିପାଲି ଗାଁ ପାଖରେ ଥିବା ପରିତ୍ୟକ୍ତ ବୋରୱେଲ୍ ଭିତରେ ପଡିଥିବା ନବଜାତ ଶିଶୁକନ୍ୟାକୁ ସତର୍କତାର ସହିତ ସୁରକ୍ଷିତ ଭାବରେ ଉଦ୍ଧାର କରାଯିବା ପରେ ଶିଶୁକୁ ଜନ୍ମ ଦେଇ ବୋରୱେଲ ଭିତରେ ଫିଙ୍ଗି ଫେରାର ଥିବା ଜନ୍ମଦାତ୍ରୀକୁ ଖୋଜି ବାହାର କରିବା ପାଇଁ ରେଙ୍ଗାଲି ପୁଲିସ ତନାଘନା ଆରମ୍ଭ କରିଛି। ବୁଧବାର ରେଙ୍ଗାଲି ଆଇଆଇସି ସୁଦର୍ଶନ ପଣ୍ଡା, ସବ୍ଇନ୍ସପେକ୍ଟର ଯଶୋବନ୍ତ ସାଲିମା ସଦଳବଳେ ଲାରିପାଲିର ଘଟଣାସ୍ଥଳ ଓ ଆଖପାଖ ଅଞ୍ଚଳରେ ଛାନ୍‌ଭିନ୍ କରିଛନ୍ତି। ଏହା ସହିତ ବୋରୱେଲ ଆଖପାଖ ଜନବସତି ଏବଂ ଅନତିଦୂରରେ ଥିବା ଇଟାଭାଟିରେ ରହି କାମ କରୁଥିବା ଶ୍ରମିକମାନଙ୍କୁ ଘଟଣା ସଂକ୍ରାନ୍ତରେ ପଚରାଉଚରା କରିଥିବା ଜଣାପଡିଛି। ଘଟଣା ସଂକ୍ରାନ୍ତରେ ଅବଗତ ଥିବା ଭଳି ୮ଜଣଙ୍କୁ ପୁଲିସ ପଚରାଉଚରା କରିଛି।

ଅପରପକ୍ଷରେ ଏହି ଘଟଣା ସଂକ୍ରାନ୍ତରେ ବୁଧବାର ନାନା ପ୍ରକାର କଥା ଶୁଣିବାକୁ ମିଳୁଛି। ଗତକାଲି ଶିଶୁର କ୍ରନ୍ଦନ ଧ୍ବନି ସେହି ବାଟଦେଇ ଶୌଚ ପାଇଁ ଯାଇଥିବା କେତେଜଣ ମହିଳା ଶୁଣି ଗାଁ ଲୋକଙ୍କୁ ଆସି ସୂଚନା ଦେଇଥିଲେ ଏବଂ ଗାଁ ଲୋକେ ପୁଲିସକୁ ଖବର ଦେଇଥିଲେ ବୋଲି କୁହାଯାଉଥିଲା। ଆଉ କେତେକ କହୁଥିଲେ ଛେଳି ଚରାଳି ପ୍ରଥମେ ଶିଶୁର କାନ୍ଦିବା ଶୁଣି ଗାଁରେ ଆସି କହିଥିଲା। ଅନ୍ୟ କିଛି ଲୋକ କହିଛନ୍ତି, କିଛି ମହିଳା ଗାଧୋଇବାକୁ ଯାଇଥିବା ବେଳେ ଶାଗୁଆନ ଜଙ୍ଗଲ ଅଢୁଆଳରେ ହଳଦିଆ ବସ୍ତ୍ର ପରିଧାନ କରି ଜନୈକ ଯୁବତୀ ପ୍ରସବ ବେଦନାରେ ଚାପା ଚିତ୍କାର ଶୁଣିବା ସହିତ କିଛି ସମୟ ପରେ ଶିଶୁର କାନ୍ଦିବା ଶବ୍ଦ ଶୁଣିଥିଲେ। ଆଜି ପୁଣି ଆଉ ଏକ ଭିନ୍ନ ପ୍ରକାରର କଥା ଶୁଣିବାକୁ ମିଳିଛି। ବୋରୱେଲର ଅନତି ଦୂରରେ ଏକ ଇଟା ଭାଟି ଅଛି। ସେଠାରେ ଛତିଶଗଡ, ଝାଡଖଣ୍ଡ ଅଞ୍ଚଳର ଏବଂ ସ୍ଥାନୀୟ ଅଞ୍ଚଳର ଶ୍ରମିକ ଇଟା ତିଆରି କାମରେ ନିୟୋଜିତ ଅଛନ୍ତି। ସେଥିମଧ୍ୟରୁ ରାଜ୍ୟ ବାହାର କେତେଜଣ ଶ୍ରମିକ ଲାରିପାଲି ଗାଁକୁ ଗୁଟଖା କିଣିବାକୁ ଆସି ଇଟା ଭାଟିକୁ ଫେରୁଥିବା ବେଳେ ବୋରୱେଲ ଭିତରୁ ଶିଶୁର କାନ୍ଦିବା ଶଦ୍ଦ ଶୁଣି ବୋରୱେଲ ପାଖକୁ ଆସିଥିଲେ। ବୋରୱେଲ ଭିତରେ ଶିଶୁଟିଏ କାନ୍ଦୁଥିବା ଦେଖି ଭିଡିଓ ଉତ୍ତୋଳନ କରିଥିଲେ। ସଂପୃକ୍ତ ଶ୍ରମିକମାନେ ଇଟା ଭାଟି ଫେରି ସେଠାରେ କାମ କରୁଥିବା ସ୍ଥାନୀୟ ଅଞ୍ଚଳର ଶ୍ରମିକମାନଙ୍କୁ ଘଟଣା ସଂକ୍ରାନ୍ତରେ ଅବଗତ କଲାପରେ ସେମାନେ ଇଟା ଭାଟି ମାଲିକଙ୍କୁ ସୂଚନା ଦେବା ସହିତ ଲାରିପାଲିକୁ ଆସି ଗାଁ ଲୋକଙ୍କୁ ଜଣାଇଥିଲ। ଏହାପରେ ଗାଁର କିଛି ସଚେତନ ନାଗରିକ ପୁଲିସକୁ ଖବର ଦେଇଥିଲେ।

- Advertisement -

ରେଙ୍ଗାଲି ପୁଲିସ ଏସବୁ କଥା ଏବଂ ଅନ୍ୟ ସୂତ୍ରରୁ ପ୍ରାପ୍ତ ସୂଚନାକୁ ଆଧାର କରି ଇଟା ଭାଟିର ଶ୍ରମିକ ଏବଂ ବୋରୱେଲ ପାଖ ଜନବସତିର ୮ଜଣଙ୍କୁ ପଚରା ଉଚରା କରି ଜନ୍ମଦାତ୍ରୀକୁ ଚିହ୍ନଟ କରିବା ପାଇଁ ସୁରାକ୍ ଯୋଗାଡ଼ କରିବା ପାଇଁ ତନାଘନା ଜାରି ରଖିଥିବା ଜଣାପଡିଛି। ଜନ୍ମଦାତ୍ରୀକୁ ଶୀଘ୍ର ଚିହ୍ନଟ କରାଯିବ ବୋଲି ରେଙ୍ଗାଲି ଆଇଆଇସି ସୁଦର୍ଶନ ପଣ୍ଡା କହିଛନ୍ତି। ଏ ସଂକ୍ରାନ୍ତରେ ରେଙ୍ଗାଲି ଥାନାରେ କେସ୍ ନଂ୨୪୭/୨୦୨୩ ଦଫା ୩୦୭ ଆଇପିସିରେ ମାମଲା ରୁଜୁ କରାଯାଇଛି।

Hot this week

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

Related Articles

Popular Categories