www.samajalive.in
Wednesday, December 10, 2025
16.1 C
Bhubaneswar

‘ସମାଜ’ ପ୍ରଭାବ: ବୃଦ୍ଧ ଦମ୍ପତିଙ୍କ ପାଖରେ ପହଞ୍ଚିଲା ପ୍ରଶାସନ

କଲମପୁର: ଭୋଟର ତାଲିକାରେ ବୟସଜନିତ ତୃଟି ପାଇଁ ସାମାଜିକ ସୁରକ୍ଷା ଯୋଜନାରୁ ବଞ୍ଚିତ ହୋଇ ଅସହାୟ ଜୀବନ ବିତାଉଥିବା ବୃଦ୍ଧ ଦମ୍ପତିଙ୍କ କରୁଣ କାହାଣୀକୁ ନେଇ ‘ସମାଜ’ରେ ଖବର ପ୍ରକାଶିତ ହେବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଖବର ପ୍ରକାଶିତ ହେବା ପରେ ବରଗଡ଼ର ଟ୍ୱିଟର ଗାର୍ଲ ଦୀପା ବାରିକ(ଚାରୁବାଳା) ଟ୍ୱିଟର ମାଧ୍ୟମରେ ମୁଖ୍ୟମନ୍ତ୍ରୀ, ମୋ ସରକାର ତଥା ୫ଟି ଅଧ୍ୟକ୍ଷ, ଏସ.ଏସ.ଇ.ପି.ଡି୨ଙ୍କ ସମେତ କଳାହାଣ୍ଡି ଜିଲାପାଳ ଏବଂ କଲମପୁର ବିଡିଓଙ୍କୁ ବୃଦ୍ଧ ଦମ୍ପତିଙ୍କ ପ୍ରତି ଗୁରୁତ୍ୱ ଦେବା ପାଇଁ ଜଣାଇଥିଲେ। ବୁଧବାର କଲମପୁର ସମିତିର ସାମାଜିକ ସୁରକ୍ଷା ଅଧିକାରୀ ଖିତିସୂତା ମେହେର ବୃଦ୍ଧ ଦମ୍ପତିଙ୍କ ନିକଟରେ ପହଞ୍ଚି ସେମାନଙ୍କର ସରକାରୀ ସହାୟତା ପାଇଁ ଆବଶ୍ୟକ ଥିବା ଆଧାର, ଭୋଟର ତାଲିକା ଆଦି ସଂଗ୍ରହ କରିଛନ୍ତି। ଆଗାମୀ ଦିନରେ ବୃଦ୍ଧ ଦମ୍ପତି ସରକାରୀ ସହାୟତା ପାଇବା ନେଇ ପଡ଼ାବାସୀ ଆଶାବାଦୀ ରହିଛନ୍ତି।

କଲମପୁର ତଲପଡ଼ାର ଏକ ବନ୍ଧ ହୁଡାରେ ବାସ କରନ୍ତି ମଧୁସୂଦନ ନାଏକ ଏବଂ ତାଙ୍କ ପତ୍ନୀ ତନୟା ନାଏକ। ଏହି ବୃଦ୍ଧ ଦମ୍ପତିଙ୍କ ନିଜର ବୋଲି କେହି ନାହାନ୍ତି। ସେମାନଙ୍କ ସାହା କେବଳ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରୁ ମିଳୁଥିବା ଚାଉଳ ଗଣ୍ଡାକ। ଅନ୍ୟ କୌଣସି ସହାୟତା ସେମାନେ ପାଇ ପାରିନାହାନ୍ତି। ଭଙ୍ଗା ଦଦରା ମାଟି କୁଡ଼ିଆରେ ବନ୍ଧ ହୁଡାରେ ଜୀବନ ଅତିବାହିତ କରି ଆସୁଛନ୍ତି ଏହି ବୃଦ୍ଧ ଦମ୍ପତି। ବଳ ବୟସ ଥିଲା, ପର ଘରେ ମୂଲ ଲାଗି ବେଶ୍‌ ଆରାମରେ ଚଲିଯାଉଥିଲେ। କିନ୍ତୁ ଏବେ ବୟସର ଅପରାହ୍ନରେ। ତେଣୁ ମୂଲ ଲାଗି ରୋଜଗାର କରିବା ପାଇଁ ସେମାନେ ସମ୍ପୂର୍ଣ୍ଣ ଅସମର୍ଥ। ଏଭଳି ସ୍ଥିତିରେ ସାମାଜିକ ସୁରକ୍ଷା ଆବଶ୍ୟକ ଥିବା ବେଳେ ବୃଦ୍ଧ ଦମ୍ପତିଙ୍କ ପାଇଁ ସରକାରୀ ଯୋଜନା ଅପହଞ୍ଚ।

Hot this week

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

Related Articles

Popular Categories