www.samajalive.in
Tuesday, December 9, 2025
15.1 C
Bhubaneswar

କୋଇଲା ପରିବହନ ସମସ୍ୟା ଓ ବେଆଇନ ପାର୍କିଂ ପ୍ରତିବାଦରେ ଆନ୍ଦୋଳନ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ଖିଣ୍ଡା ପଞ୍ଚାୟତରେ ଥିବା ଏନଏଲସି କୋଇଲା ଖଣିରୁ ବାହାରୁଥିବା କୋଇଲାକୁ ସମ୍ବଲପୁର ରାଉରକେଲା ରାଜ୍ୟ ରାଜପଥରେ ପରିବହନ କରାଯାଉଛି । ଏଥିଯୋଗୁଁ ରାଜ୍ୟରାଜପଥ ଉପରେ ଧୂଳି ମାଟିର ମୋଟା ଆସ୍ତରଣ ଜମା ହୋଇ ଗମନାଗମନରେ ବାଧକ ହେବା ଏବଂ ବେଆଇନ ପାର୍କିଂ ସମସ୍ୟାର ପ୍ରତିକାର ଦାବୀରେ ବୁଧବାର ସକାଳ ୯ଟାରୁ ଖିଣ୍ଡା ସରପଞ୍ଚ ସନ୍ଧ୍ୟାରାଣୀ ପଧାନ, ଯୁବନେତା ବାବୁଲୁ ରାଉତ, ଦୁର୍ଗା ଭୋଇ ପ୍ରମୁଖଙ୍କ ନେତୃତ୍ବରେ ଅଞ୍ଚଳର ଜନସାଧାରଣ ଏନଏଲସି କୋଇଲା ଖଣିର ମୁଖ୍ୟ ଫାଟକ ଅବରୋଧ କରି କୋଇଲା ପରିବହନ କାମ ବନ୍ଦ କରି ଆନ୍ଦୋଳନ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ରାଜ୍ୟ ରାଜପଥ ଉପରେ ଖିଣ୍ଡାଛକରୁ ଠେଲକୋଲୋଇ ପର୍ଯ୍ୟନ୍ତ ଧୂଳିମାଟି କୋଇଲା ଗୁଣ୍ଡର ମୋଟା ଆସ୍ତରଣ ଜମାଟ ବାନ୍ଧି ଯାନବାହାନ ଚଳାଚଳ ସମୟରେ ଧୂଳି ଝଡ ସୃଷ୍ଟି ହୋଇ ପରିବେଶ ଭୟଙ୍କର ଭାବରେ ପ୍ରଦୂଷିତ ହେଉଛି। ଏହା ସହିତ ଏଥିଯୋଗୁଁ ବାରମ୍ବାର ସଡକ ଦୁର୍ଘଟଣା ଘଟି ଲୋକେ ମୃତାହତ ହେଉଛନ୍ତି। କୋଇଲା ପରିବହନ ପାଇଁ ଆସୁଥିବା ଭାରିଯାନ ରାସ୍ତାର ଉଭୟ ପାର୍ଶ୍ବରେ ବେଆଇନ ପାର୍କିଂ ଯୋଗୁଁ ଟ୍ରାଫିକ ସମସ୍ୟା ଦେଖାଦେଇ ଦୁର୍ଘଟଣା ଘଟୁଛି। ଆନ୍ଦୋଳନର ଖବର ପାଇ ଏନଏଲସି ଓ ଆଦାନୀ କମ୍ପାନୀର ବରିଷ୍ଠ ଅଧିକାରୀ ଆନ୍ଦୋଳନ ସ୍ଥଳକୁ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରି ଗ୍ରେଡର୍ ମେସିନ ଲଗାଇ ରାସ୍ତା ସଫେଇ କାମ ଆରମ୍ଭ କଲାପରେ ଦିନ ୧୨ଟାରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା। ଭବିଷ୍ୟତରେ ଏଭଳି ସମସ୍ୟା ଯେପରି ସୃଷ୍ଟି ନହୁଏ ସେଥିପ୍ରତି ସ୍ଵତନ୍ତ୍ର ଧ୍ୟାନ ଦିଆଯିବ ବୋଲି କମ୍ପାନୀ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିବା ପ୍ରକାଶ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories