www.samajalive.in
Saturday, December 6, 2025
14.1 C
Bhubaneswar

ବାସୁଦେବପୁରରେ ‘ସମାଜ’ ପରିବାର ପକ୍ଷରୁ ପାଠକ ମଞ୍ଚ

ବାସୁଦେବପୁର : ‘ସମାଜ’ ଏକ ଖବର କାଗଜ ନୁହେଁ , ଏହା ଏକ ଅନୁଷ୍ଠାନ । ସାମାଜିକ ପରିବର୍ତ୍ତନର ମୁଖ୍ୟ ସ୍ୱର ପାଲଟିଛି । ଯାହାର ପ୍ରତିଛବି ପ୍ରତିଟି ଜନମାନସକୁ ଆନ୍ଦୋଳିତ କରିଛି । ଦୀର୍ଘ ୧୦୪ ବର୍ଷର ଜୟଯାତ୍ରାରେ ସାଉଁଟି ଚାଲିଛି ଅନେକ ପ୍ରଶଂସା। ଦେଇଛି ସମାଜକୁ ମାର୍ଗ ଦର୍ଶନ। ନିଜର ମୈାଳିକତାକୁ ବଜାୟ ରଖି ସମାଜ ପାଇଁ କାର୍ଯ୍ୟ କରୁଛି। ବିଭିନ୍ନ ସମସ୍ୟା ହେଉ ଅଥବା ସାଧାରଣ ଗରିବ ଲୋକଟିର ଦୁଃଖ ଦୁର୍ଦଶା ସଂପର୍କିତ ଖବରକୁ ସର୍ବପ୍ରଥମ ପ୍ରସାରଣ କରି ଲୋକଙ୍କ ଆଶା ଭରସାକୁ ଅତୁଟ ରଖିଛି ବୋଲି ବାସୁଦେବପୁର ‘ସମାଜ’ ପାଠକ ମଞ୍ଚରେ ମତପ୍ରକାଶ ପାଇଛି ।
ସାମ୍ବାଦିକ ବୈଲୋଚନ ସାହୁଙ୍କ ଆବାହକତ୍ୱରେ ବାସୁଦେବପୁର ପ୍ରେସ କ୍ଲବ ପରିସରରେ ପାଠକ ମଞ୍ଚ ବୈଠକ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ସମାଜସେବୀ ବୈାଲୋଚନ ଜେନାଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଶିକ୍ଷାବିତ ଦୁଃଶାସନ ରାଉତ, ଅନୁବାଦକ ଅଭିମନ୍ୟୁ ବେହେରା, ଶିକ୍ଷାବିତ ସୁଧାଂଶୁଶେଖର ମିଶ୍ର , କବି ନିରଞ୍ଜନ ସେଠୀ , ଶିକ୍ଷକ ଦୈତାରୀ ବେହେରା, ଗୟାଧର ଦାସ,କବି ସଦାନନ୍ଦ ପାଣିଗ୍ରାହୀ, ଆଦର୍ଶ କୃଷକ ତଥା ଲୋକକଳା କଳାକାର ଗଗନବିହାରୀ ସେଠୀ , ଶିକ୍ଷକ ରାଜେନ୍ଦ୍ର ମାହୁନ୍ତ, ଶିକ୍ଷକ ଶଶାଂଙ୍କ ଶେଖର ସାହୁ,ସମାଜସେବୀ ଧନେଶ୍ୱର ରାଉତ, କବି ସଞ୍ଜୟ ଜେନାପ୍ରମୁଖ ଉପସ୍ଥିତ ଥିଲେ।
ସାପ୍ତାହିକ ଖବର ସମୀକ୍ଷା ପୃଷ୍ଠା ,ରବିବାର ପୃଷ୍ଠାକୁ ଗୁରୁତ୍ୱ ଦିଆଯିବା, ଆଞ୍ଚଳିକ ସ୍ତରରେ ବିଭିନ୍ନ ପ୍ରତିଯୋଗୀତାକୁ ଗୁରୁତ୍ୱ ଦେବା ସମେତ କୃଷି ଭିତ୍ତିକ ପୃଷ୍ଠା ଇତ୍ୟାଦି ଉପରେ ଗୁରୁତ୍ୱ ଦିଆଗଲେ ସମାଜର ଶ୍ରୀ ବୃଦ୍ଧି ହୋଇପାରିବ ବୋଲି ଆଲୋଚନା କରାଯାଇଥିଲା। ଖବର ସଂଗ୍ରହ କରି ପ୍ରସାରଣ କରିବାରେ ‘ସମାଜ ‘କେବେ ଥକି ପଡିନି, କିଛି ନୂଆ କରିବାର ଯୋଜନା ନେଇ ପାଠକମଞ୍ଚର ପରିକଳ୍ପନାକୁ ସାଧୁବାଦ ଜଣାଇଥିଲେ ଉପସ୍ଥିତ ଜ୍ଞାନୀ,ଗୁଣି ସଜ୍ଜନ ମଣ୍ଡଳୀ। ଏହି ଅବସରରେ ସଂଗ୍ରାହକ ତଥା କବି ବିକାଶକୁମାର ଶତପଥୀ ମଞ୍ଚ ସଂଯୋଜନା ସହିତ ବେଦପାଠ କରିଥିବା ବେଳେ ‘ସମାଜ’ ପ୍ରତିନିଧି ଲକ୍ଷ୍ମୀକାନ୍ତ ନାଥ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories