www.samajalive.in
Saturday, December 6, 2025
23.1 C
Bhubaneswar

ଦନ୍ତା ଆକ୍ରମଣରେ ଗୁରୁତର ରେଞ୍ଜରଙ୍କ ମୃତ୍ୟୁ

ନର୍ଲା/ଭବାନୀପାଟଣା : ଦନ୍ତା ଆକ୍ରମଣରେ ଗୁରୁତର କଳାହାଣ୍ଡି ନର୍ଲା ରେଞ୍ଜର ପ୍ରଶାନ୍ତ କୁମାର ପାଲୋ (୫୮)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ରବିବାର ମୃତ୍ୟୁ ଘଟିଛି। ରବିବାର ପୂର୍ବାହ୍ନ ୧୦: ୩୦ରେ ପ୍ରଶାନ୍ତ କୁମାର ପାଲୋ ହାତୀ ଆକ୍ରମଣରେ ଗୁରୁତର ହୋଇଥିଲେ।ଆମପଡା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଦନ୍ତା ହାତୀ ରେଞ୍ଜରଙ୍କୁ ଆକ୍ରମଣ କରିଥିଲା। ଉକ୍ତ ଅଞ୍ଚଳରେ ହାତୀ ରହିଥିବାରୁ ଅଞ୍ଚଳରେ ଭୟର ବାତାବରଣ ଲାଗି ରହିଛି। ବନ ବିଭାଗ ଘଟଣା ସ୍ଥଳରେ ଉପସ୍ଥିତ ରହିଛନ୍ତି। ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି।

ସୂଚନା ଯୋଗ୍ୟ, ସକାଳେ ନର୍ଲା ରେଞ୍ଜର ଆମପଡା ନିକଟ ଜଙ୍ଗଲରେ ହାତୀ ପଲ ଥିବା ଖବର ପାଇ ଶ୍ରୀ ପାଲୋ ସହକର୍ମୀ ମାନଙ୍କ ସହ ଘଟଣା ସ୍ଥଳରେ ହାତୀ ପଲ ଉପରେ ନଜର ରଖିଥିଲେ। ଏହି ସମୟରେ ଗୋଟାଏ ହାତୀ ତାଙ୍କୁ ଦଳି ଦେଇଥିଲା। ପ୍ରଶାନ୍ତଙ୍କୁ ଗୁରୁତର ଅବସ୍ଥାରେ ନର୍ଲା ଡାକ୍ତରଖାନାକୁ ଅଣାଯାଇଥିଲା।

ଶ୍ରୀ ପାଲୋ ୧୯୮୬ ମସିହାରେ କଳାହାଣ୍ଡି ବନ ବିଭାଗରେ ଫରେଷ୍ଟର ଭାବେ ନିଯୁକ୍ତି ପାଇ ଜିଲ୍ଲାର ବିଭିନ୍ନ ବନଖଣ୍ଡରେ କାର୍ଯ୍ୟ କରିଥିଲେ। ଦିନ ପ୍ରାୟ ୧୦ଟା ବେଳେ ଜାମପଦର ଛକରେ କିଛି ବନ୍ଧୁଙ୍କ ସହ ଖୁସି ଗପ କରିବାର ଅଳ୍ପ ସମୟ ମଧ୍ୟରେ ସେ ହାତୀ ଆକ୍ରମଣର ଶିକାର ହେଇଥିଲେ। ଏହି ଖବର ବିଭିନ୍ନ ମହଲରେ ଶୋକର ଛାୟା ଖେଳାଇ ଦେଇଛି। ମିଷ୍ଟଭାଷୀ ଶ୍ରୀ ପାଲୋଙ୍କର ଛୋଟ ପୁଅ ଏବଂ ସ୍ତ୍ରୀ ଅଛନ୍ତି। ଉଲ୍ଲେଖ ଯୋଗ୍ୟ,ପୂର୍ବରୁ ହାତୀ ଆକ୍ରମଣରେ ନର୍ଲା ରେଞ୍ଜର ଜଣେ କର୍ମଚାରୀ ଆହତ ହେଇଥିବା ବେଳେ ଜୁନାଗଡ଼ ରେଞ୍ଜର ଜଣେ ଅସ୍ଥାୟୀ କର୍ମଚାରୀଙ୍କର ମୃତ୍ୟୁ ଘଟିଥିଲା।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories