ଉତ୍ତରାଧିକାରୀ ଘୋଷଣା କଲେ ମାୟାବତୀ; ଆକାଶ ଆନନ୍ଦଙ୍କ କାନ୍ଧରେ ‘ବିଏସ୍ପି’ ଭାର
ଲକ୍ଷ୍ନୌ: ବହୁଜନ ସମାଜ ପାର୍ଟିର(ବିଏସ୍ପି) ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ରବିବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଲକ୍ଷ୍ନୌରେ ଆୟୋଜିତ ଦଳୀୟ ବୈଠକରେ ସେ ନିଜ ରାଜନୈତିକ ଉତ୍ତରାଧିକାରୀ ଘୋଷଣା କରିଛନ୍ତି। ପୁତୁରା ଆକାଶ ଆନନ୍ଦଙ୍କୁ ସେ ନିଜ ରାଜନୈତିକ ଉତ୍ତରାଧିକାରୀ ଭାବେ ଘୋଷଣା କରିଛନ୍ତି।
ମାୟାବତୀ ଦଳର ସମସ୍ତ ରାଷ୍ଟ୍ରୀୟ ପଦାଧିକାରୀ ଏବଂ ରାଜ୍ୟର ପ୍ରମୁଖ ପଦାଧିକାରୀମାନଙ୍କୁ ଏହି ବୈଠକକୁ ଡାକିଥିଲେ। ଆକାଶ ଆନନ୍ଦ ହେଉଛନ୍ତି ମାୟାବତୀଙ୍କ ସାନଭାଇ ଆନନ୍ଦ କୁମାରଙ୍କ ପୁଅ।
Comments are closed.