www.samajalive.in
Friday, December 5, 2025
20.1 C
Bhubaneswar

ଚତୁର୍ଥ ଲୋକ ଅଦାଲତ ଅନୁଷ୍ଠିତ

ସମ୍ବଲପୁର: ସମ୍ବଲପୁର ଜିଲା ଆଇନସେବା ପ୍ରାଧିକରଣ ତରଫରୁ ଶନିବାର ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଜିଲା ସଦର ମହକୁମା ସ୍ଥିତ ଅଦାଲତ ଗୁଡିକ ସମେତ ତାଲୁକ ସ୍ତରୀୟ କୁଚିଣ୍ଡା ଓ ରେଢ଼ାଖୋଲ ଅଦାଲତ ଗୁଡିକରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଲୋକ ଅଦାଲତରେ ମୋଟରଯାନ ଦୁର୍ଘଟଣା ଜନିତ ୧୮ଟି ମାମଲାର କ୍ଷତିପୂରଣ ପାଇଁ ୯୯ ଲକ୍ଷ ୪୭ ହଜାର ଟଙ୍କା ବୀମା କମ୍ପାନୀ ମାନଙ୍କୁ ପ୍ରଦାନ ପାଇଁ ଆଦେଶ ଦିଆଯାଇଛି। ୨୮ଟି ପରିବାର ସଂକ୍ରାନ୍ତୀୟ ମାମଲା ଓ ୪୩ଟି ଦେୱାନୀ ମୋକଦ୍ଦମାର ସମାଧାନ ପାଇଁ ସମୁଦାୟ ୧ କୋଟି ୩୮ ଲକ୍ଷ ୪୯୨.୮୯ ଟଙ୍କା ଜରିମାନା ଆଦାୟ କରାଯାଇଛି। ଲୋକ ଅଦାଲତରେ ୪୧୧ଟି ଫୋଜଦାରୀ ମୋକଦ୍ଦମା, ୧୦୬ଟି ଏନଆଇ ଆକ୍ଟ ମାମଲାର ଫଇସଲା କରାଯାଇ ମୋଟ ୧ କୋଟି ୯୭ ଲକ୍ଷ ୮୨ ହଜାର ୯୯୦.୪୫ ଟଙ୍କା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହଭଳି ଲୋକ ଅଦାଲତରେ ବିଭିନ୍ନ ରାଷ୍ଟ୍ରାୟତ୍ତ ଓ ଅନ୍ୟାନ୍ୟ ବ୍ୟାଙ୍କ ଯୋଗ ଦେଇ ୬୬ଟି ପ୍ରି ଲିଟିଗେସନ ମାମଲାର ଫଇସଲା କରାଯାଇ ୯ ଲକ୍ଷ ୭୨ ହଜାର ୬୪୬ ଟଙ୍କାର ଋଣ ଆଦାୟ କରିଛନ୍ତି। ସେହଭଳି ରାଜସ୍ୱ ବିଭାଗର ୩୮୦୮ଟି ମାମଲାର ସମାଧାନ କରାଯାଇ ୨୬ ଲକ୍ଷ ୨୦ ହଜାର ୬୯୬ ଟଙ୍କା ଜରିମାନା ଆଦାୟ କରାଯାଇଛି।

ସମ୍ବଲପୁର ଠାରେ ଅନୁଷ୍ଠିତ ଲୋକ ଅଦାଲତ ଜିଲା ଜଜ ତଥା ଜିଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ତତ୍ୱାବଧାନରେ ହୋଇଥିଲା। ଏଥିରେ ବିଚାରପତି ଲୋକନାଥ ମହାପାତ୍ର ଓ ବିଚାରପତି ସତ୍ୟ ନାରାୟଣ କର ପ୍ରମୁଖ ବିଭିନ୍ନ ମୋଟରଯାନ ଜନିତ ଦୁର୍ଘଟଣା, ପରିବାର ସଂକ୍ରାନ୍ତୀୟ ମୋକଦ୍ଦମା ଗୁଡିକର ସମାଧାନ କରିଥିଲେ। ବିଚାରପତି ସରିତା ମହାନ୍ତି, ସୁଚରିତା ମହାନ୍ତି, ଗାର୍ଗୀ ପଟ୍ଟନାୟକ, ଆରାଧନା ଷଡଙ୍ଗୀ ଓ ପାର୍ଥ ପଟ୍ଟନାୟକ ପ୍ରମୁଖ ଦେୱାନୀ, ଋଣ ଆଦାୟ, ଜମି ସଂକ୍ରାନ୍ତୀୟ ମାମଲା ଗୁଡିକୁ ଫଇସଲା କରିଥିଲେ। ସେହିପରି ବିଚାରପିତ ବିଶ୍ୱଜିତ ସାହୁ, ମନୋଜ କୁମାର ଦାଶ ମହ।।ପତ୍ର ଓ ସିଦ୍ଧାନ୍ତ ମିଶ୍ର ଫୌଜଦାରୀ ଓ ଏନଆଇ ଆକ୍ଟ ମାମଲା ଗୁଡିକୁ ଫଇସଲା କରିଥିଲେ। ତାଲୁକସ୍ତରୀୟ କୁଚିଣ୍ଡା ଠାରେ ବିଚାରପତି ରାଜ କିଶୋର ଲେଙ୍କା ଓ ରେଢ଼ାଖୋଲ ଠାରେ ବିଚାରପତି ଦିପ୍ତି ପ୍ରକାଶ ବ୍ରହ୍ମାଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଜିଲା ଆଇନ ସେବା ପ୍ରାଧିକରଣର ସଚିବ ସୌମ୍ୟା ପ୍ରଧାନ ଓ ସୁଭେନ କାନୁନଗୋ ସମ୍ବଲପୁର ଠାରେ ହୋଇଥିବା ଲୋକ ଅଦାଲତକୁ ପରିଚାଳନା କରିଥିଲେ।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories