www.samajalive.in
Saturday, December 6, 2025
26.1 C
Bhubaneswar

ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା ଏବଂ ଦୌରା ଜଜ୍‌‌ ସତ୍ୟପିର ମିଶ୍ରଙ୍କ ଅଦାଲତରେ ଆଜି ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୩ ଅନୁଷ୍ଠିତ ହୋଇଯାଇଛି। ପ୍ରାକ୍‌‌ ମକଦ୍ଦମା ମାମଲାଗୁଡ଼ିକ ମଧ୍ୟରୁ ୧୧୧ଟି ଅର୍ଥ ଅସୁଲି ମାମଲାର ବିଚାର କରାଯାଇ ୬୩ ଲକ୍ଷ ୫୨ ହଜାର ୬୧ ଟଙ୍କା ଆଦାୟ କରାଯାଇଥିବା ବେଳେ, ୨୪ଟି ବି.ଏସ୍‌‌.ଏନ୍‌‌.ଏଲ୍‌‌. ମାମଲା ବିଚାର କରାଯାଇ ୫୭ ହଜାର ୩୨୦ ଟଙ୍କା ଆଦାୟ କରାଯାଇଛି। ସେହିପରି ଅଦାଲତରେ ବିଚାରାଧୀନ ମାମଲାଗୁଡ଼ିକ ମଧ୍ୟରୁ ୪ ଗୋଟି ଅର୍ଥ ଅସୁଲି ମାମଲାର ବିଚାର କରାଯାଇ ୧ ଲକ୍ଷ ଟଙ୍କା ଆଦାୟ କରାଯାଇଥିବା ବେଳେ ୨ଟି ମୋଟର ଯାନ ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲାରେ ୯ ଲକ୍ଷ ୭୫ ହଜାର ଟଙ୍କା ଆଦାୟ କରାଯାଇଛି। ୧୩ ଗୋଟି ବୈବାହିକ ବିବାଦ ଫଇସଲା କରାଯାଇ ୧ ଲକ୍ଷ ୩୩ ହଜାର ୪୦୦ ଟଙ୍କା ଆଦାୟ କରାଯାଇଛି। ତେବେ ୧୧ଟି ଅପରାଧିକ କମ୍ପାଉଣ୍ଡେବଲ୍‌‌, ୨ଟି ଏନ୍‌‌.ଆଇ. ଆକ୍ଟ , ୩ଟି ଅନ୍ୟାନ୍ୟ ସିଭିଲ୍‌‌ ମାମଲା ଓ ୨୧୬ ଗୋଟି ଅନ୍ୟାନ୍ୟ ଅପରାଧିକ ମାମଲାର ଫଇସଲା ମଧ୍ୟ କରାଯାଇଛି।

ଆଜିର ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାକ୍‌‌ ମକଦ୍ଦମା ମାମଲାଗୁଡ଼ିକ ମଧ୍ୟରୁ ୧୩୫ଟି ଓ ଅଦାଲତରେ ବିଚାରାଧୀନ ମାମଲାଗୁଡ଼ିକ ମଧ୍ୟରୁ ୨୫୧ଟି ମାମଲାର ଫଇସଲା କରାଯାଇଛି ବୋଲି ଜଣାପଡ଼ିଛି। ଜିଲ୍ଲା ଜଜ୍‌‌-ତଥା-ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ସତ୍ୟପିର ମିଶ୍ର, ପାରିବାରିକ ଅଦାଲତ ବିଚାରପତି ଦେବଦତ୍ତ ଦାସ, ଅତିରିକ୍ତ ଜିଲ୍ଲା ଜଜ୍‌‌ ଓ ସେସନ୍‌‌ ଜଜ୍‌‌ ସୈକତ୍‌‌ ପାତ୍ର, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌‌ ସୌମ୍ୟ ସୁଭଦର୍ଶିନୀ, ସହକାରୀ ସେସନ୍‌‌ ଜଜ୍‌‌- ମହିଳା କୋର୍ଟ, ଫୁଲବାଣୀ ବିଶ୍ୱକଲ୍ୟାଣୀ ମିଶ୍ର, ପ୍ରଧାନ ମାଜିଷ୍ଟ୍ରେଟ୍‌‌, ଜୁଭେନିଲ ଜଷ୍ଟିସ ବୋର୍ଡ, ଫୁଲବାଣୀ ନିତିଶା ଚନ୍ଦକ୍‌‌, ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଅନୁଶିଲା ରୟ, ଏସ୍‌‌.ଡି.ଜେ.ଏମ୍‌‌, ଫୁଲବାଣୀ ଅରିଜିତ୍‌‌ ଦାସ, ଜେ.ଏମ୍‌‌. ଏଫ୍‌‌.ସି., ଫୁଲବାଣୀ ସୁଶ୍ରୀ ସୌମ୍ୟାଶ୍ରୀ ମହାପାତ୍ର ଏବଂ ସୁଶ୍ରୀ ସ୍ୱାଗତିକା ସ୍ୱାଇଁଙ୍କ ଇଜ୍‌‌ଲାସରେ ମାମଲା ଗୁଡ଼ିକର ବିଚାର କରାଯାଇଥିଲା। ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଫୁଲବାଣୀର ସମସ୍ତ କର୍ମଚାରୀଙ୍କ ସହାୟତାରେ ଏହି ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୩କୁ ସଫଳ କରିଥିଲେ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories