www.samajalive.in
Saturday, December 6, 2025
26.1 C
Bhubaneswar

ଆଠଗଡ଼ରେ ରାଷ୍ଟ୍ରୀୟ ଲୋକ ଅଦାଲତ

ଆଠଗଡ଼: ଆଠଗଡ଼ ତାଲୁକ ଆଇନସେବା ସମିତି ପକ୍ଷରୁ ଅଦାଲତ ପରିସରରେ ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏହାକୁ ଆଇନସେବା ସମିତିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌‌ ପ୍ରଦୀପ୍ତ କୁମାର ସାହୁ ଉଦ୍‌‌ଘାଟନ କରିବା ସହ ନିଜ ଅଦାଲତ ପରିଚାଳନା କରି ୮ଟି ମୋଟର ଯାନ ଦୁର୍ଘଟଣା ମାମଲା ସମାଧାନ କରି ୮୦.୨୧ଲକ୍ଷ ଟଙ୍କା କ୍ଷତିପୂରଣ ବାବାଦରେ ପ୍ରଦାନ କରିବାକୁ ବୀମା କମ୍ପାନୀଗୁଡିକୁ ଆଦେଶ ଦେଇଥିଲେ। ସେହିପରି ବରିଷ୍ଠ ଦେୱାନୀ ବିଚାରପତି ମହାଶ୍ୱେତା ପରିଜା ତାଙ୍କ ଅଦାଲତରେ ୧୦ଟି ଅନାଦେୟ ବ୍ୟାଙ୍କ ଋଣ ସଂକ୍ରାନ୍ତ ମାମଲା ବିଚାର କରି ଋଣଗ୍ରହିତାଙ୍କୁ ୬ଲକ୍ଷ ୬୨୯୨୬ଟଙ୍କା ବ୍ୟାଙ୍କରେ ପୈଠ କରିବାକୁ ଆଦେଶ ଦେଇଥିଲେ। ଏଥି ସହିତ ସେ ଗୋଟିଏ ବୈବାହିକ ଓ ଗୋଟିଏ ଦେୱାନୀ ମାମଲା ଫଇସଲା କରିଥିଲେ।

ଏସଡିଜେଏମ ଏସ କୁନମୁନ ଆଚାରୀ ୩ଟି ବୈବାହିକ ମାମଲା, ୪୮ଟି ଫୌଜଦାରୀ ମାମଲା ଓ ଗୋଟିଏ ଦେୱାନୀ ମାମଲା ସମାଧାନ କରିଥିଲେ। ଜେଏମଏଫସି ସମ୍ବେଦନା ସନ୍ଦିପ ମଧ୍ୟ ନିଜ ପରିଚାଳନା କରିଥିଲେ। ଏତଦ୍‌‌ବ୍ୟତୀତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ଓ ତହସିଲଦାର କ୍ଷେତ୍ରମୋହନ ସ୍ୱାଇଁ ନିଜ ନିଜ ଅଦାଲତରେ ୫୨୧ଟି ସାର୍ଟିଫିକେଟ ଓ ଦାଖଲଖାରଜ ମାମଲା ସମାଧାନ କରିଥିଲେ।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories