www.samajalive.in
Sunday, December 7, 2025
26.1 C
Bhubaneswar

ବାକି ବିଲ୍‌ ମାଗି ପୋଷା କକୁର କାମୁଡାରେ ବିଦ୍ୟୁତ ବିଭାଗ ଇଂଜିନିୟର ଲହୁ ଲୁହଣ

ବୁଲନ୍ଦସହର- ଉତ୍ତରପ୍ରଦେଶର ବୁଲନ୍ଦ ସହରରେ ବିଦ୍ୟୁତ୍‌ ବିଭାଗର କର୍ମଚାରୀମାନେ ବାକିଥିବା ବିଦ୍ୟୁତ୍‌ ବିଲ୍‌ ଆଦାୟ କରିବା ପାଇଁ ଯାଇଥିଲେ । ଉତ୍ତରପ୍ରଦେଶ ପଶ୍ଚିମାଞ୍ଚଳ ବିଦ୍ୟୁତ୍‌ ବିତରଣ ନିଗମ ଲିମିଟେଡ୍‌ର କର୍ମଚାରୀମାନେ ବୁଲନ୍ଦରସହରର ଜ୍ଞାନ ଲୋକ କଲୋନୀରେ ଥିବା ରାଜେନ୍ଦ୍ର ଚୌଧୁରୀ ନାମକ ବ୍ୟକ୍ତିଙ୍କ ଘରକୁ ବାକିଥିବା ବିଦ୍ୟୁତ୍‌ ବିଲ୍‌ ଆଦାୟ କରିବା ପାଇଁ ଯାଇଥିଲେ ।

ରାଜେନ୍ଦ୍ରଙ୍କର ୩.୫୭ ଲକ୍ଷ ଟଙ୍କାରୁ ଅଧିକ ବିଦ୍ୟୁତ ବିଲ୍‌ ବାକିଥିଲା । ବିଦ୍ୟୁତ୍‌ ବିଭାଗର କନିଷ୍ଠ ଯନ୍ତ୍ରୀ ଜ୍ୟୋତି ଭାସ୍କର ସିହ୍ନା, ଏସ୍‌ଡିଓ ରୀନା ଏବଂ ସୁଧୀର, ଇବାଲ୍ ଏବଂ ଇରସାଦ୍‌ ନାମକ କର୍ମଚାରୀ ଯାଇଥିଲେ । ବିଦ୍ୟୁତ୍‌ ବିଲ୍‌ ଆଦାୟ କରିବାକୁ ପ୍ରଥମେ କଥା କଟାକଟି ହେବାରୁ ରାଜେନ୍ଦ୍ର ଏବଂ ତାଙ୍କ ପରିବାର ଲୋକ ବିଦ୍ୟୁତ୍‌ ବିଭାଗର କର୍ମଚାରୀମାନଙ୍କୁ ବାଡିରେ ପିଟିଥିଲେ । ପରେ ସେମାନଙ୍କୁ ତାଙ୍କ ପୋଷା କୁକୁର ଲଗାଇ ଦେଇଥିଲେ ବୋଲି ଅଭିଯୋଗ ହୋଇଛି ।

- Advertisement -

ପରେ ସେମାନଙ୍କୁ ବନ୍ଧୁକ ଦେଖାଇ ଧମକାଇଥିବା କଥା ଥାନାରେ ଅଭିଯୋଗ ହୋଇଛି । କନିଷ୍ଠ ଯନ୍ତ୍ରୀ ଜ୍ୟୋତି ଭାସ୍କର ସିହ୍ନାଙ୍କୁ କୁକୁର କାମୁଡି ଦେଇଥିବା ବେଳେ ବାଡି ମାଡରେ ସେ ଆହତ ହୋଇଛନ୍ତି । ତାଙ୍କୁ ରକ୍ଷା କରିବାକୁ ଯାଇ ଅନ୍ୟ କର୍ମଚାରୀମାନେ ସାମାନ୍ୟ ଆହତ ହୋଇଛନ୍ତି । ଥାନାରେ ଏ ନେଇ ମାମଲା ରୁଜୁ ହେବା ପରେ ପୁଲିସ ଅଭିଯୁକ୍ତମାନଙ୍କୁ ଥାନାରେ ଅଟକ ରଖିଛି ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories