www.samajalive.in
Saturday, December 13, 2025
23.1 C
Bhubaneswar

୯୦ ବର୍ଷ ତଳେ ସମାଜ ଖବରକାଗଜରେ ବାହାରିଥିବା ଖବର

ଡିସେମ୍ବର ୧୧ ତାରିଖ, ୧୯୩୩
ଫ୍ରେଞ୍ଚ ଗୌରହାଟିର ବନ୍ୟା ସାହାଯ୍ୟ
ଗୌରହାଟି, ତା ୯। ୧୨।୩୩ : ଏଠାରେ ଲୋକେ ଗୋଟିଏ କୀର୍ତ୍ତନ ଦଳ କରି ବନ୍ୟା ସାହାଯ୍ୟ ପାଇଁ ମାଗି କେତେକ ଚାଉଳ ଓ ପଇସା ସଂଗ୍ରହ କରିଥିଲେ। ସେଥିମଧ୍ୟରୁ ପ୍ରଥମ ଦଫାରେ ଟ ୧୪ ଙ୍କା ପଠାଇଥିଲେ। ଦ୍ବିତୀୟତଃ ଚାଉଳ ବିକ୍ରୟ କରି କମ୍ବଳ ୧୬ ଖଣ୍ଡ ଓ ଲୁଗା ୫ ଖଣ୍ଡ ପାର୍ଶଲ କରି ପଠାଇଅଛନ୍ତି। ଏଠାକାର ଲୋକଙ୍କର କାର୍ଯ୍ୟ ପ୍ରଶଂସନୀୟ। ନିମ୍ନଲିଖିତ ସଂଗ୍ରହକାରୀଙ୍କ ନାମ ଉଲ୍ଲେଖଯୋଗ୍ୟ।
ଶ୍ରୀଯୁକ୍ତ ମଦନମୋହନ ମହାନ୍ତି, ଶୁକଦେବ କର, ନୀଳମଣି ରାଉତ, ଭଗବାନ ଦାସ, ହରେକୃଷ୍ଣ ନାୟକ, ରାଖାଲ ଚନ୍ଦ୍ର ବହଳ, ଭିକାରୀ ମଲ୍ଲିକ, କୃଷ୍ଣଚନ୍ଦ୍ର ସାମଲ, ଚକ୍ରଧର ସ୍ବାଇଁ, ଶମ୍ଭୁନାଥ ନାୟକ, ପଦ୍ମନାଭ ପାଣିଗ୍ରାହୀ, ରାମଚନ୍ଦ୍ର ମଲ୍ଲିକ ଓ ଅଟଳ ବିହାରୀ ନାୟକ।
ପୁରୀରେ ସାଂଘାତିକ କୁକୁର କାମୁଡ଼ା
ପୁରୀ, ୧୦।୧୨।୩୩ : ଆଜି ସକାଳ ୯ ଘଣ୍ଟା ସମୟରେ ବାଲିସାହୀ ମାଛହାଟ ପାଖରେ ଗୋଟାଏ କାମୁଡ଼ା କୁକୁର ସେହି ସାହୀର ସାହି ନାହକ ପୁଅକୁ କାମୁଡ଼ି ଦେଇଛି। ଉକ୍ତ କୁକୁର ଏପରି ଭାବରେ କାମୁଡ଼ିଛି ଯେ ପିଲାଟି ବଞ୍ଚିବାର ଆଶା ନାହିଁ। ସେ ପିଲାଟି ବଡ଼ ଡାକ୍ତରଖାନାରେ ଚିକିତ୍ସାରେ ଅଛି। କାହା କୁକୁର କାମୁଡ଼ିଛି ପୁଲିସ ସେ ବିଷୟରେ ଅନୁସନ୍ଧାନ କରୁଅଛନ୍ତି।

ଜୟପୁର ସମ୍ବାଦ
ମହାରାଜାଙ୍କ ମହାଦାନ
ବିଶାଖାପାଟଣା, ତା ୯।୧୨।୩୩ : ଗତକାଲି ଆନ୍ଧ୍ର ବିଶ୍ବବିଦ୍ୟାଳୟଠାରେ ମାନ୍ଦ୍ରାଜ ଲାଟଙ୍କ ସମ୍ମୁଖରେ ଆନ୍ଧ୍ରବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଶ୍ରୀ ଶ୍ରୀ ଶ୍ରୀ ବିକ୍ରମଦେବ ମହାରାଜାଙ୍କ ଠାରୁ ଟ ୧୪୦୦୦(ଚଉଦ ହଜାର) ଦସ୍ତାବିଜରେ ବିଶ୍ବବିଦ୍ୟାଳୟକୁ ଏକକାଳୀନ ୨୫ ଲକ୍ଷ ଟଙ୍କା ଦେବାକୁ ନ ହେଲେ ପତିବର୍ଷ ଏକ ଲକ୍ଷ ଟଙ୍କା ଦେବା ଲାଗି ଜବାବ ପଢ଼ ଲେଖାଇ ପକାଇଲେ। ମହାରାଜା ସେଥିରେ ସ୍ବାକ୍ଷର କରିଦେଲେ। ରାଜାଜାମାତା ବିଦ୍ୟାଧର ସିଂହ ବି.ଏ,ବି.ଏଲ, ଏମ୍‌.ଆର୍‌, ଏ,ଏସ ମଧ୍ୟ ସାକ୍ଷ୍ୟ ଭାବେ ସ୍ବାକ୍ଷର କରିଅଛନ୍ତି। ମହାରାଜାଙ୍କ ଏ ମହତ ଦାନକୁ ଅବଶ୍ୟ ସମସ୍ତେ ପ୍ରଶଂସା କରିବେ। ଦରିଦ୍ର ଉତ୍କଳର ଉନ୍ନତିକଳ୍ପେ ଏହିପରି ବିରାଟ ତ୍ୟାଗ ଦେଖାଇଥିଲେ। ମହାରାଜା ସମଗ୍ର ଓଡ଼ିଆ ଜାତିର ଚିରକୃତଜ୍ଞତା ଅର୍ଜନ କରିଥାନ୍ତେ।

ଦିବାକର ବାବୁ ଅସୁସ୍ଥ
ଆଜି ଶ୍ରୀଯୁକ୍ତ ଦିବାକର ପଟ୍ଟନାୟକ ବିଶାଖାପାଟଣା ହସ୍‌ପିଟାଲରେ ରଞ୍ଜନ ରଶ୍ମୀ ଫଟୋ ବାହାର କଲା ପରେ ଡାକ୍ତର ସେଠାରେ ରହିବାକୁ କହିବାରୁ ସେ ହସ୍‌ପିଟାଲରେ ରହିଲେ। ସେ ଏକ ମାସରୁ ଉଣା ସେଠାରେ ରହିବେ ନାହିଁ। ତାହାଙ୍କୁ ପତ୍ର ଦେବା ବନ୍ଧୁମାନେ ତଳଲିଖିତ ଠିକଣାକୁ ପତ୍ର ଦେଲେ ସେ ପାଇବେ।
-ଶ୍ରୀ ଦିବାକର ପଟ୍ଟନାୟକ
ନମ୍ବର ୨୨, ଟିପି ୱାର୍ଡ଼, କେ.ଜି ହସ୍‌ପିଟାଲ, ବିଶାଖାପାଟଣା

Hot this week

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଢାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

Related Articles

Popular Categories