www.samajalive.in
Wednesday, December 10, 2025
18.1 C
Bhubaneswar

ସାବଧାନ ଘୂରି ବୁଲୁଛି ଦନ୍ତା – ନେଇଯାଉଛି ଜୀବନ

ଅନୁଗୋଳ :୭ ତାରିଖ ବିଳମ୍ବିତ ରାତିରେ ଦୁଇଟି ନିରୀହ ଜୀବନ ନେବା ପରେ ପୁଣି ଆତଙ୍କ ଖେଳାଇଛି ନରହନ୍ତା ଦନ୍ତା। ଶରଧାପୁର ଓ ଛେଳିଆପଡା ଗ୍ରାମରେ ଉକ୍ତ ଦନ୍ତା ଆକ୍ରମଣରେ ଜଣେ ୧୮ ବର୍ଷ ବୟସର ଛାତ୍ର ଓ ଜଣେ ୫୮ ବର୍ଷୀୟ ଚାଷୀଙ୍କ ଜୀବନ ଚାଲି ଯାଇଥିଲା । ଶୁକ୍ରବାର ଦିନତମାମ ହାତୀଟି ଶରଧାପୁର ଅଞ୍ଚଳରେ ଘୁରି ବୁଲିବାରୁ ଆତଙ୍କ ଖେଳି ଯାଇଥିଲା। ଟ୍ରାଙ୍କୁଲାଇଜିଂ କରିବା ପାଇଁ ବନ ବିଭାଗ ଉଦ୍ୟମ କରିଥିଲେ ମଧ୍ୟ ସନ୍ଧ୍ୟା ସୁଦ୍ଧା ସମ୍ଭବପର ହୋଇ ପାରିନଥିଲା। ହାତୀକୁ ସ୍ଥାନାନ୍ତର ସମୟରେ ଯେପରି କୌଣସି ଅସୁବିଧା ନଉପୁଜିବ ସେଥିପାଇଁ ନନ୍ଦନକାନନରୁ ମୋଟା ଲୁହା ଶିକୁଳି ଓ ମାହୁନ୍ତି ମଗା ଯିବା ପରେ ଆଜି ସନ୍ଧ୍ୟାରେ ନନ୍ଦନକାନନର ଏକ ସ୍ୱତନ୍ତ୍ର ଦଳ ବାହାରିଛନ୍ତି। ଆସନ୍ତାକାଲି ଏହି ପ୍ରକ୍ରିୟା ପୁନର୍ବାର ଆରମ୍ଭ ହେବ।

ଗୁରୁବାର ରାତି ପ୍ରାୟ ସାଢେ ୯ଟା ବେଳେ ଶରଧାପୁର ଗାଁରେ ଘର ପାଖରେ ମୋବାଇଲ ଫୋନ ଦେଖୁଥିବା ଜଣେ ଛାତ୍ର ଦନ୍ତା ହାବୁଡ଼ରେ ପଡ଼ି ଯାଇଥିଲା। ଦନ୍ତାଟି ଛାତ୍ରଙ୍କୁ ଶୁଣ୍ଢରେ ଘୋଷାଡ଼ି ଆଣି ପାଦରେ ଦଳିଦେଇ ବିଲକୁ ଫୋପାଡି ଦେଇଥିଲା। ମୃତ ଛାତ୍ରଜଣକ ହେଲେ ଗୁରୁ ନାଏକ (୧୮)। ସେଠାରୁ ଦନ୍ତାଟି ଯାଇ ଛେଳିଆପଡା ଗ୍ରାମରେ ପହଞ୍ଚିଥିଲା। ସେହି ଗ୍ରାମର ଜଣେ ଚାଷୀ ଏକ କୁଡ଼ିଆ କରି ଫସଲ ଜଗିଥିଲେ । ସେହି ସମୟରେ ଫସଲ ବାଡ଼ ଖସଖସ ହେବାରୁ ଷଣ୍ଢ ପଶିଯାଇଥିବା ସନ୍ଦେହ କରି ଟର୍ଚ୍ଚ ମାରି ଦେଖିବା ବେଳେ ଦନ୍ତା ସହ ଚାଷୀଙ୍କ ମୁହାଁମୁହିଁ ହୋଇଥିଲା । ମୁହାଁମୁହିଁ ଅବସ୍ଥାରେ ଦନ୍ତାଟି ଚାଷୀଙ୍କୁ ପାଦରେ ଦଳି ଦେଇଥିଲା । ମୃତ ଚାଷୀ ଜଣକ ହେଲେ ଅଇଁଠୁ ସାହୁ।

- Advertisement -

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories