www.samajalive.in
Saturday, December 13, 2025
23.1 C
Bhubaneswar

ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରେଳ ଯାତ୍ରୀ ସଂଘ କଣ୍ଟାବାଞ୍ଜି ତରଫରୁ ୧୫ ଦଫା ଦାବିପତ୍ର ପ୍ରଦାନ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ସହରର ରେଳ ଯାତ୍ରୀ ସଂଘ ପକ୍ଷରୁ ରେଲୱେ ଏଡିଇଏନ୍, କଣ୍ଟାବାଞ୍ଜିଙ୍କୁ ରେଳ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରେଲୱେ ଅଞ୍ଚଳର ବିକାଶ ପାଇଁ ଏକ ୧୫ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଯେଉଁଥିରେ କଣ୍ଟାବାଞ୍ଜି ଦେଇ ଯାଉଥିବା କେତେକ ଟ୍ରେନର ସମ୍ପ୍ରସାରଣ ଏବଂ କଣ୍ଟାବାଞ୍ଜି ଦେଇ କେତୋଟି ନୂତନ ଟ୍ରେନ ଚଳେଇବା ପାଇଁ ଉଲ୍ଲେଖ କରାଯାଇଛି । ରେଲୱେ ଯାତ୍ରୀ ସଂଘ ସଭାପତି ଆଶିଷ ଖଇତାନ, ସମ୍ପାଦକ ପ୍ରଭଜିତସିଂହ ସାଲୁଜା, ଉପସଭାପତି କୱଲଜିତ୍ ସିଂହ ମାଖିଜା, ଯୁଗ୍ମ ସମ୍ପାଦକ ବନବାସୁ ବେହେରା ପ୍ରମୁଖ ସଦସ୍ୟ ପ୍ରତିନିଧି ମଣ୍ତଳ ଏଡିଇଏନ୍ ପି.ଗୌରୁ ନାୟଡୁଙ୍କୁ ଦାବିପତ୍ର ଦେଇଛନ୍ତି ।
ଦାବି ପତ୍ରରେ ଉଲ୍ଲେଖ ରହିଛି ଯେ ଏହି ଅଞ୍ଚଳ କେବିକେ ଜିଲା ଏବଂ ପଶ୍ଚିମ ଓଡିଶା ଅଧୀନରେ ଅଛି । ଏହି ବିଧାନସଭା କ୍ଷେତ୍ର ଅତ୍ୟନ୍ତ ପଛୁଆ ଏବଂ ଲୋକମାନେ ସେମାନଙ୍କର ଜୀବିକା ପାଇଁ ଦେଶର ବିଭିନ୍ନ ସ୍ଥାନକୁ ଯିବାକୁ ଏହି ରେଳ ଷ୍ଟେସନ ବ୍ୟବହାର କରନ୍ତି । ବ୍ୟବସାୟୀ, ସେବାଧାରକ, ଛାତ୍ର, ତୀର୍ଥଯାତ୍ରୀ ଇତ୍ୟାଦି ଅନ୍ୟ ଶ୍ରେଣୀର ଲୋକମାନେ ମଧ୍ୟ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ଯାଆନ୍ତି।କିନ୍ତୁ ଦେଶର କେତେକ ଗୁରୁତ୍ୱପୂର୍ଣ୍ଣ ସହର ଏବଂ ଟାଉନ ଗୁଡ଼ିକୁ ସଂଯୋଗ କରିବା ପାଇଁ ଏଠି ପର୍ଯ୍ୟାପ୍ତ ଟ୍ରେନ୍ ଉପଲବ୍ଧ ନଥିବାରୁ ସେମାନେ ବହୁ କଷ୍ଟ ଭୋଗୁଛନ୍ତି। ରେଳ ଟ୍ରାକର ଡବଲ୍ ଲାଇନ ଏବଂ ବିଦ୍ୟୁତିକରଣ ମଧ୍ୟ ସମାପ୍ତ ହୋଇଛି ତେଣୁ ଏହି ମାର୍ଗ ଗୁଡ଼ିକରେ ଟ୍ରେନ୍ ବିଳମ୍ବ ପାଇଁ କୌଣସି କାରଣ ନାହିଁ। ଏହି ଅଞ୍ଚଳରେ ଆହୁରି କେତେକ ଟ୍ରେନ ପୁନ – ଆରମ୍ଭ କଲେ ପଶ୍ଚିମ ଓଡ଼ିଶା ଏବଂ କେବିକେ ଜିଲାର ଲୋକମାନେ ଅଧିକ ଲାଭବାନ ହେବେ ।
କଣ୍ଟାବାଞ୍ଜି ରେଳ ବିଭାଗର ମୋଟ ୭୫୦ ଏକର ଜମି ଅଛି ଏବଂ ଏହା ପ୍ରାୟ ୧୫୦ ଏକର ବ୍ୟବହାର କରାଯାଉଛି। ରେଳ ୱାଗନ କାରଖାନା, ସ୍ଲିପର କାରଖାନା, ସ୍ପେସାଲିଟି ଡାକ୍ତରଖାନା ଇତ୍ୟାଦି ଅତୀତର ପ୍ରସ୍ତାବରେ ଦୁର୍ଭାଗ୍ୟବଶତ କଣ୍ଟାବାଞ୍ଜି ପାଇଁ ବିଚାରାଧୀନ ରହିଛି । କାହାକୁ ବାସ୍ତବ ରୂପ ଦିଆଯାଇ ନାହିଁ। ବହୁମୂଲ୍ୟ ଜମିର ଉପଯୁକ୍ତ ଉପଯୋଗ ପାଇଁ ଦାବିପତ୍ର ରେ ଉଲ୍ଲେଖ କରାଯାଇଛି । କଣ୍ଟାବାଞ୍ଜି ରୁ ରାୟପୁର ପର୍ଯ୍ୟନ୍ତ ଟ୍ରେନ ଡବଲଲାଇନ ଏବଂ ସମସ୍ତ ସୁବିଧା ରେଳୱେ ଦ୍ଵାରା କରାଯାଇଥିଲେ ମଧ୍ୟ ସମନ୍ନୟ ଅଭାବ ଯୋଗୁଁ ମହାସମୁନ୍ଦରୁ ରାୟପୁର ୫୫ କିଲୋମଟର ଟ୍ରେନକୁ ୧୫୦ ମିନିଟ ନେଉଛି ।
ଏଥିରେ ସୁଧାର ଆବଶ୍ୟକତା ରହିଛି ଦୁର୍ଗ ପୁରୀ ଏକ୍ସପ୍ରେସ ଟ୍ରେନରେ ଅତିରିକ୍ତ କୋଚ୍ ଯୋଡିବା , ଗାନ୍ଧୀଧାମ ପୁରୀ ଏକ୍ସପ୍ରେସ କୁ ପ୍ରତିଦିନ ଚଳାଇବା , ରେଳୱେ ତରଫରୁ ଘୋଷଣା ହୋଇଥିବା ସମ୍ବଲପୁର ଠାରୁ ପୁନେ ଏକ୍ସପ୍ରେସକୁ ଅବିଲମ୍ୱ ଆରମ୍ଭ କରିବା ଚୈତନ ପ୍ରଧାନ ଛକ ନିକଟରେ ପୂର୍ବରୁ ଘୋଷଣା ହୋଇଥିବା ଫୁଟ୍ ଓବର ବ୍ରିଜ୍ କାର୍ଯ୍ୟ ଏ ଯାଏଁ ଆରମ୍ଭ ହୋଇ ନାହିଁ ଯାହା ତୁରନ୍ତ ଆରମ୍ଭ କରିବା , କଣ୍ଟାବାଞ୍ଜି ଷ୍ଟେସନରେ ନିର୍ମିତ ହେଇଥିବା ନୂତନ ଗୁଡସ୍ ସେଡରେ ସମସ୍ତ ପ୍ରକାର ସୁବିଧା ଯୋଗାଇବା , କଣ୍ଟାବାଞ୍ଜିରୁ ହାୱଡା ଚାଲୁଥିବା ଇସ୍ପାତ ଏକ୍ସପ୍ରେସ ଟ୍ରେନକୁ ସପ୍ତାହ ୪ ଦିନ ଜାଗାରେ ପ୍ରତିଦିନ ଚଳାଇବା, କଣ୍ଟାବାଞ୍ଜି ଷ୍ଟେସନକୁ ଅମୃତଭାରତ ଯୋଜନାରେ ସାମିଲ କରାଯାଇଛି, କିନ୍ତୁ ଏହି ଯୋଜନାରେ ଯେଉଁସବୁ କାର୍ଯ୍ୟ ପ୍ରସ୍ତାବିତ ରହିଛି ତାହା ଧିମା ଗତିରେ ଚାଲୁଛି ଓ କାମ ମନ୍ଥର ଗତିରେ ହେଉଛି  ଆଦି ୧୫ ଦଫା ସମ୍ବଳିତ ଦାବିପତ୍ର ରେଳ ଯାତ୍ରୀ ସଂଘ ପକ୍ଷରୁ ପ୍ରଦାନ କରାଯାଇଛି ।

Hot this week

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

Related Articles

Popular Categories