www.samajalive.in
Wednesday, December 10, 2025
18.1 C
Bhubaneswar

ପଦ୍ମପୁରରେ ପହଞ୍ଚିଲା ଅଯୋଧ୍ୟାର ପବିତ୍ର ଅକ୍ଷତ କଳସ

ପଦ୍ମପୁର :ଆସନ୍ତା ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟା ଠାରେ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କର ଭବ୍ୟ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଏଣୁ ଭାରତର କୋଣ ଅନୁକୋଣକୁ ଅଯୋଧ୍ୟାରୁ ଅକ୍ଷତ କଳସ ପହଞ୍ଚିଛି । ଯାହାକି ରାମ ମନ୍ଦିର ନିର୍ମାଣ ପାଇଁ ପ୍ରତ୍ୟେକ ଭାରତୀୟଙ୍କୁ ନିମନ୍ତ୍ରଣ ପତ୍ର ଯାହା ଆଜି ରାୟଗଡା ଜିଲାରୁ ଆସି ପଦ୍ମପୁର ସ୍ଥିତ ପଞ୍ଚମୁଖୀ ହନୁମାନ ମନ୍ଦିରରେ ପହଞ୍ଚିଲା। ସେହି ଅକ୍ଷତ କଳସ ପଦ୍ମପୁର ବ୍ଲକର ପ୍ରତି ଗ୍ରାମକୁ ପହଞ୍ଚିବାର ଲକ୍ଷ୍ୟ ରହିଛି।

ପଦ୍ମପୁର ଗ୍ରାମର ବରିଷ୍ଠ ମୃଦଙ୍ଗ ଗୁରୁ ଗୌରଚନ୍ଦ୍ର ସାହୁ ଓ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ରାୟଗଡା ଯାଇ ପୂଜାର୍ଚ୍ଚନା କରିବା ପରେ ଅକ୍ଷତ କଳସକୁ ଜଗମଣ୍ଡା ସ୍ଥିତ ତ୍ରିନାଥ ମନ୍ଦିରରେ ପହଞ୍ଚାଇଥିଲେ । ଏହାପରେ ଜଗମଣ୍ଡା ତ୍ରିନାଥ ମନ୍ଦିର ଠାରୁ ବିଶ୍ୱ ହିନ୍ଦୁ ପରିଷଦ ପଦ୍ମପୁର ଓ ଅନ୍ୟାନ୍ୟ ହିନ୍ଦୁ ସଙ୍ଗଠନମାନେ ଗୈରିକ ଧ୍ୱଜା, ଘଣ୍ଟ, ଶଙ୍ଖ, ବାଦ୍ୟରେ ସ୍ୱାଗତ କରି ଏକ ବିରାଟ ପଟୁଆରରେ ଜଗମୁଣ୍ଡା ଠାରୁ ପଦଯାତ୍ରାରେ ବାହାରି ସହର ପରିକ୍ରମା କରି ସ୍ଥାନୀୟ ଗୁଣ୍ଡିଚାବାଡ଼ି ସ୍ଥିତ ପଞ୍ଚମୁଖୀ ହନୁମାନ  ମନ୍ଦିର କୁ ପାଛୋଟି ନେଇଥିଲେ।

- Advertisement -

ସେଠାରେ ଜନସାଧରଣଙ୍କ ଦର୍ଶନ ପାଇଁ ଅକ୍ଷତ ରଖାଯିବାର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ଦିନ ଅକ୍ଷତ କଳସ ପୂଜାର୍ଚ୍ଚନା କରାଯିବା ସହ ହନୁମାନ ଚାଳିଶା ପଠନ ଏବଂ ସଂକୀର୍ତ୍ତନର ବ୍ୟବସ୍ଥା ହୋଇଛି । ଶୁଭ କଳସ ସ୍ବାଗତ ସମୟରେ  କୃଷ୍ଣଚନ୍ଦ୍ର ପଣ୍ଡା, ଗୋପାଳ ଚନ୍ଦ୍ର ସାହୁ, ଶ୍ୟାମ ସୁନ୍ଦର ସାହୁ, ବିଦ୍ୟଧର ଶବର, ଜଗନ୍ନାଥ ପାଣିଗ୍ରାହୀ, ରାଜେଶ ପଣ୍ଡା ରାମଚନ୍ଦ୍ର ସାହୁ, ସୁଶାନ୍ତ ସାହୁ, ରାମ ପାଣିଗ୍ରାହୀ, ରାକେଶ ପଣ୍ଡା ସମେତ ଶତାଧିକ ଭକ୍ତମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories