www.samajalive.in
Monday, December 8, 2025
27.1 C
Bhubaneswar

ଲୋକଙ୍କୁ ସଚେତନ କରାଇଲେ ମହାବିଦ୍ୟାଳୟ ଛାତ୍ରଛାତ୍ରୀ

ଡେସ୍କ: ଯୁବ ଶକ୍ତି ଜାଗ୍ରତ ହେଲେ ଆମ ସମାଜ ବାଲ୍ୟ ବିବାହ ଏବଂ ଯୌତୁକ ପ୍ରଥା ଭଳି ବ୍ୟାଧିରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇପାରିବ। ବିଭିନ୍ନ ସଚେତନଧର୍ମୀ କାର୍ଯ୍ୟକ୍ରମ ମାଧ୍ୟମରେ ମୋହନ ସୁବୁଦ୍ଧି ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଗଣ ନୂଆ ଓ ଯୁବ ଓଡିଶା, ନବୀନ ଓଡିଶା ଅନ୍ତର୍ଗତ ସାମାଜିକ ସଚେତନଧର୍ମୀ କାର୍ଯ୍ୟକ୍ରମରେ ସାମିଲ ହୋଇ ଜନସାଧାରଣଙ୍କୁ ସଚେତନ କରାଇଛନ୍ତି।


ମହାବିଦ୍ୟାଳୟର ପୋଷ୍ୟ ଗ୍ରାମ ଗୋପୀନାଥପୁର ହାଟ ଛକ ନିକଟରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏହିସବୁ ବିଷୟବସ୍ତୁକୁ ନେଇ ପଥପ୍ରାନ୍ତ ନାଟକ ପ୍ରଦର୍ଶିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ତଥା କାର୍ଯ୍ୟକ୍ରମର ମୁଖ୍ୟ ସଂଗଠକ ଡଃ ଶୁଚିସ୍ମିତା ମହାନ୍ତିଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ଜିଲ୍ଲା ପରିଷଦ ସଭ୍ୟ ରବୀନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି, ଗୋପୀନାଥପୁର ସରପଞ୍ଚ ଯଯାତି କେଶରୀ ନାୟକ ସମ୍ମାନିତ ଅତିଥି ଓ ବଡମ୍ବା ବ୍ଲକର ଗ୍ରାମ ପଂଚାୟତ ସମ୍ପ୍ରସାରଣ ଅଧିକାରୀ ସଞ୍ଜୟ କୁମାର ସାହୁ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଉପସ୍ଥିତ ଲୋକଙ୍କୁ ବୁଝାଇଥିଲେ।

- Advertisement -


କାର୍ଯ୍ୟକ୍ରମ ନିର୍ବାହୀ ତଥା ପ୍ରାଧ୍ୟାପକ ବିଶ୍ୱନାଥ ପଟ୍ଟନାୟକ, ପ୍ରାଧ୍ୟାପିକା ଡଃ ତନୟା ପଟେଲ, ନୋଡାଲ ଅଧିକାରୀ ତଥା ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପିକା ସରିତା ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ସହ ଯୌତୁକ ଓ ବାଲ୍ୟବିବାହ ଭଳି କୁ-ପ୍ରଥାରୁ ସମାଜକୁ ମୁକ୍ତ ରଖିବାକୁ ଆହ୍ୱାନ ଦେଇଥିଲେ। ମହାବିଦ୍ୟାଳୟର +୩ ଛାତ୍ରୀ ପ୍ରଜ୍ଞା ପାରମିତା ପୁହାଣ ଓ ସାଥିମାନେ ବାଲ୍ୟବିବାହ ଉପରେ ନୃତ୍ୟାଭିନୟ ପରିବେଷଣ କରିଥିଲେ। ସୁଲୋଚନା ମହାନ୍ତିଙ୍କ ରଚିତ ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ଅକ୍ଷୟ ମହାନ୍ତିଙ୍କ ଲୋକପ୍ରିୟ ଲଘୁ ସଂଗୀତ ‘ଶୁଣ ସମୁଦୁଣୀ ଶୁଣ…’ ଗୀତକୁ ନେଇ +୨ ଛାତ୍ରୀ ଇର୍ଷା ପ୍ରିୟଦର୍ଶିନୀ ଏବଂ ଅର୍ଚ୍ଚିତାଙ୍କ ଅଭିନୟ ଦର୍ଶକଙ୍କ ମନ ମୋହିଥିଲା। ଏହି ସାମାଜିକ ସଚେତନତା କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ/ଅଧ୍ୟାପିକା ସହଯୋଗ କରିଥିଲେ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories