www.samajalive.in
Saturday, December 6, 2025
26.1 C
Bhubaneswar

ହାଟ ସାରି ଫେରୁଥିଲେ ମହିଳା ; ହାତୀ ଆକ୍ରମଣରେ ଚାଲିଗଲା ଜୀବନ

ପାଟଣା : ଘଟଗାଁ ବ୍ଲକ ଅନ୍ତର୍ଗତ ତୋରାଣିପୋଖରୀ ପଞ୍ଚାୟତ ପୋଇପାଣି ଗ୍ରାମର ଗୁରୁଚରଣ ମହାରଣାଙ୍କ ପତ୍ନୀ ତୁଳସୀ ମହାରଣା (୪୫)ଙ୍କୁ ଗତ ୪ତାରିଖ ସନ୍ଧ୍ୟା ପାଖାପାଖି ୬ଟା ସମୟରେ ଏକ ଦନ୍ତା ହାତୀ ଟେକି କଚାଡି ଦେବାରୁ ସେ ଗୁରୁତର ହୋଇଥିଲେ। ତୁଳସୀ ସଦର ବ୍ଲକ ଅନ୍ତର୍ଗତ ଡୁମୁରିଆ ହାଟରୁ ହାଟ ସାରି ରାସ୍ତାରେ ଘରକୁ ଫେରୁଥିବା ସମୟରେ ପୋଇପାଣି ଜଙ୍ଗଲରୁ ହଠାତ୍ ଏକ ଦନ୍ତା ହାତୀ ବାହାରି ଆସି ତୁଳସୀଙ୍କୁ ଟେକି କଚାଡି ଦେଇଥିଲା। ଖବର ପାଇ ପାଟଣା ବନପାଳ ପିଅନ ନାଏକ ଓ ବନବିଭାଗ ପାରାକର୍ମଚାରୀ ମାନେ ଘଟଣା ସ୍ଥଳରେ ତାଙ୍କୁ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ। ଅବସ୍ଥା ଉଦବେଗ ଜନକ ଥିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଗୁରୁବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତୁଳସୀଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ପରିବାରକୁ ସହାୟତା ରାଶି ବାବଦରେ ବନବିଭାଗ ମୋଟ ୬ ଲକ୍ଷ ଟଙ୍କା ଦେବ ଓ ଶବ ଗ୍ରାମରେ ପହଞ୍ଚିବା ପରେ ତତକାଳ ମୋଟ ଅର୍ଥରୁ ୧୦ ପ୍ରତିଶତ ଅର୍ଥ ସହାୟତା ପ୍ରଦାନ କରାଯିବ ବୋଲି ପାଟଣା ବନାଞ୍ଚଳ ଅଧିକାରୀ ବନବିହାରୀ ସର୍ଦ୍ଦାର ସୂଚନା ଦେଇଛନ୍ତି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories