www.samajalive.in
Saturday, December 13, 2025
14.1 C
Bhubaneswar

ବାବା ସାହେବଙ୍କ ମହାପରିନିର୍ବାଣ ଦିବସ

ଫୁଲବାଣୀ: ବାବା ସାହେବ ବିଶ୍ଵରତ୍ନ ଡ ବି ଆର ଆମ୍ବେଦକରଙ୍କ ୬୭ତମ ମହା ପରି ନିର୍ବାଣ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଏବଂ ଆଲୋଚନା ଚକ୍ର ସାମାଜିକ ସଂଗଠନ ଜାଗ୍ରତ କନ୍ଧମାଳ ଓଡିଶା ତରଫରୁ ପାଳିତ ହୋଇଯାଇଛି। କନ୍ଧମାଳ ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ର ମୁଖ୍ୟଅତିଥି, ଅନ୍ୟତମ ଅତିଥି ରୂପେ ସହକାରୀ ଜ଼ିଲ୍ଲାପାଳ ବିବେକାନନ୍ଦ ସାମଲ, ଜ଼ିଲ୍ଲା ଲୋକ ସମ୍ପର୍କ ଅଧିକାରୀ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏହି ଅବସରରେ ଫୁଲବାଣୀ ବିଜୁ କଲ୍ୟାଣ ମଣ୍ଡପରେ ଶ୍ରଦ୍ଧାଞ୍ଜଳି ସଭା ସଭାପତି ଅରୁଣ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଆଧୁନିକ ଭାରତ ନିର୍ମାଣରେ ବାବା ସାହେବଙ୍କ ଅବଦାନ ବିଷୟରେ ଆଲୋଚନା ହୋଇଥିଲା। ମୁଖ୍ୟତିଥି ଭାବେ ବିହନ ନିଗମ ଅଧ୍ୟକ୍ଷ ବିଜୟ ନାୟକ ଓ ମୁଖ୍ୟବକ୍ତା ଭାବେ ସହକାରୀ ଜ଼ିଲ୍ଲାପାଳ ବିବେକାନନ୍ଦ ସାମଲ ଯୋଗ ଦେଇଥିଲେ। ସନମାନିତ ଅତିଥିଭାବେ କନ୍ଧମାଳ କଂଗ୍ରେସ କମିଟି ପ୍ରଵକ୍ତା ଘନ କୁମାର ଶବର, ପୂର୍ବତନ ଖଜୁରୀପଡା ପଂଚାୟତ ସମିତି ଅଧ୍ୟକ୍ଷ ବୀରେନ୍ଦ୍ର କହ୍ନର, କୁଇସମାଜ ସମ୍ପାଦକ ଅବନୀ ଯାନୀ ପ୍ରମୁଖ ଯୋଗ ଦେଇଥିଲେ।

Hot this week

ଜାନୁଆରୀ ୩୦ରୁ ଅନଶନରେ ବସିବେ ଆନ୍ନା

ମୁମ୍ବଇ: ବିଶିଷ୍ଟ ଗାନ୍ଧୀବାଦୀ ନେତା ତଥା ସମାଜସେବୀ ଆନ୍ନା ହଜାରେ ଜାନୁଆରୀ...

“ବଳଦଙ୍କୁ ଖାଇଗଲା ବୋଲି, ବାଘକୁ ବିଷ ଦେଇ ମାରିଦେଲି”

ବଣାଇ : ତିନି ବଳଦ ଜଙ୍ଗଲକୁ ଚରିବାକୁ ଯାଇ ଆଉ ଫେରି...

ଭେଣ୍ଟିଲେଟରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆ

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲେଦା ଜିଆଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ...

ମେସିଙ୍କୁ ଦେଖିବା ପାଇଁ ଏୟାରପୋର୍ଟରେ ଅସମ୍ଭାଳ ଭିଡ; ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ତିନି ଦିନିଆ ଭାରତ ଗସ୍ତରେ ଆସି କଲକାତା...

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

Related Articles

Popular Categories