www.samajalive.in
Saturday, December 13, 2025
14.1 C
Bhubaneswar

ସମ୍ବିଧାନ ପ୍ରଣେତା ଡ଼ଃ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ପାଳିତ

କେନ୍ଦୁଝରଗଡ଼଼: ଜିଲା ସେବାସ୍ତମ୍ବ, ଅନୁସୂଚିତ ଜାତି ଏକତା ମଞ୍ଚ, ଭୂୟାଁ ସାଂସ୍କୃତିକ ସଙ୍ଗଠନ ଓ ସର୍ବଭାରତୀୟ ବ୍ୟାଙ୍କ ଅଫ୍‌‌ ଇଣ୍ଡିଆ ଅନୁସୂଚିତ ଜାତି, ଜନଜାତି ଓ ଦଳିତବର୍ଗ କର୍ମଚାରୀ ସଂଘ କେନ୍ଦୁଝର ପକ୍ଷରୁ ମିଳିତ ଭାବେ ସମ୍ବିଧାନପ୍ରଣେତା ଭାରତରତ୍ନ ଡ଼ଃ ବି.ଆର.ଆମ୍ବେଦକରଙ୍କ ୬୮ତମ ମହାପରିନିର୍ବାଣ ଦିବସ ପାଳିତ ହୋଇଯାଇଛି। ବୁଧବାର ପ୍ରତ୍ୟୁଷରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଡ଼. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ବ୍ୟକ୍ତିବିଶେଷ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ମିଳିତ ସଙ୍ଗଠନ ପକ୍ଷରୁ ସହିଦସଦନ ଠାରେ ହରିଶଙ୍କର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ସଙ୍ଗଠନର ୁପଦେଷ୍ଟା କୁମରମଣୀ ତନ୍ତୀ ମୁଖ୍ୟଅତିଥି ଭାବେ ଯୋଗଦେଇ ବାବାସାହେବ ଡ଼ଃ.ଆମ୍ବେଦକରଙ୍କୁ ଅଗଣିତ ପୀଡ଼ିତ ମାନବାତ୍ମାର ମୁକ୍ତିଦୂତ ଭାବେ ଅଭିହିତ କରବା ସହ ଦଳିତ ଏବଂ ପଛୁଆବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ତାଙ୍କର ସଂଗ୍ରାମ ଚିରଦିନ ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ।

Hot this week

ଜାନୁଆରୀ ୩୦ରୁ ଅନଶନରେ ବସିବେ ଆନ୍ନା

ମୁମ୍ବଇ: ବିଶିଷ୍ଟ ଗାନ୍ଧୀବାଦୀ ନେତା ତଥା ସମାଜସେବୀ ଆନ୍ନା ହଜାରେ ଜାନୁଆରୀ...

“ବଳଦଙ୍କୁ ଖାଇଗଲା ବୋଲି, ବାଘକୁ ବିଷ ଦେଇ ମାରିଦେଲି”

ବଣାଇ : ତିନି ବଳଦ ଜଙ୍ଗଲକୁ ଚରିବାକୁ ଯାଇ ଆଉ ଫେରି...

ଭେଣ୍ଟିଲେଟରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆ

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲେଦା ଜିଆଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ...

ମେସିଙ୍କୁ ଦେଖିବା ପାଇଁ ଏୟାରପୋର୍ଟରେ ଅସମ୍ଭାଳ ଭିଡ; ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ତିନି ଦିନିଆ ଭାରତ ଗସ୍ତରେ ଆସି କଲକାତା...

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

Related Articles

Popular Categories