ବାଉଁଶୁଣି: ବାଉଁଶୁଣି ମାଁ ଡ଼ିଗ୍ରୀ ମହାବିଦ୍ୟାଳୟରେ ଯୁବ ଓଡ଼ିଶା-ନବୀନ ଓଡ଼ିଶା (ନୂଆ-ଓ) କାର୍ୟ୍ୟକ୍ରମର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ପରିଚାଳନା କମିଟି ସଭାପତି ତଥା ବୌଦ୍ଧ ଉପଜିଲ୍ଲାପାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟଅତିଥି ଭାବେ କଣ୍ଟାମାଳ ବିଧାୟକ ମହିଧର ରଣା, ସମ୍ମାନିତ ଅତିଥି ବାଉଁଶୁଣି ସରପଞ୍ଚ ଅଇଁଠୁ ମହାଲିକ, ଅଁଳାପାଲି ସରପଞ୍ଚ ଅଜିତ ମେହେର, ଗୋଛାପଡ଼ା ସମିତିସଭ୍ୟା ଶ୍ରଦ୍ଧାଞ୍ଜଳୀ ବାରିକ, ମହାବିଦ୍ୟାଳୟର ଅଧ୍ୟକ୍ଷ ଅନିରୁଦ୍ଧ ମହାକୁଳ ଯୋଗ ଦେଇଥିଲେ। ଏଥିରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟଅତିଥି ଶ୍ରୀ ରଣା ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ।
Popular Categories



