www.samajalive.in
Tuesday, December 9, 2025
15.1 C
Bhubaneswar

ମୃତଦେହ ଉଦ୍ଧାର ଘଟଣାରେ ୬ ଜଣ ଗିରଫ

ବୌଦ୍ଧ: ବୌଦ୍ଧଜିଲା ଆମ୍ବଝରୀ ପଞ୍ଚାୟତର ଡିଡିଙ୍ଗାପଦର ଗାଁ ମୁଣ୍ଡରୁ ଗତ ୩୦ ତାରିଖ ଦିନ ଏକ ଅଜଣା ଯୁବକର ମୃତ ଦେହ ଠାବ କରାଯାଇଥିଲା। ଶବଟି କ୍ଷତ ବିକ୍ଷତ ଓ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର ହୋଇଥିବା ବେଳେ ଏହାକୁ ଏକ ହତ୍ୟାକାଣ୍ଡ ଘଟଣା ବୋଲି ସନ୍ଦେହ କରି ପୁଲିସ ନିଜ ଆଡୁ ବୌଦ୍ଧ ଥାନା ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଜିଲା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ, ଏସଡିପିଓ କୈଳାଶ ସେଠୀ, ବୌଦ୍ଧଥାନା ଅଧିକାରୀ ଶାରଦା ପ୍ରସନ୍ନ ଦାଶ, ମନମୁଣ୍ଡା ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବାପରେ ବଲାଙ୍ଗୀରରୁ ସାଇଣ୍ଟିଫିକ୍‌‌ ଟିମ ଓ ଅନୁସନ୍ଧାନୀ କୁକୁର ଅଣାଯାଇ ଘଟଣାର ତଦନ୍ତ କରାଯାଇଥିଲା। ତଦନ୍ତରେ ପୁଲିସକୁ ବଡ ସଫଳତା ମିଳିବା ସହିତ ଏହା ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଛି। ବୁଧବାର ଏନେଇ ବୌଦ୍ଧଥାନାଠାରେ ଏସପି ରାଜପ୍ରସାଦ ଏକ ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ସୂଚନା ମୁତବାକ ଡିଡିଙ୍ଗାପଦର ହତ୍ୟାକାଣ୍ଡ ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ଏକ ମାରୁତୀ ସୁଜୁକି କାର ଏବଂ ଏକ ଆପାଚି ବାଇକ୍‌‌, ୩ ଟି ସ୍ମାର୍ଟ ଫୋନ ଏବଂ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀକୁ ପୁଲିସ ଜବତ କରିଛି। ପୁଲିସର ସୂଚନା ମୁତବାକ ମୃତକ ମଧୁ କହଁର ଜଣେ ଚାଷୀ ହୋଇଥିବା ବେଳେ ପୂର୍ବ ଶତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଅଛି। ମୃତକ ଗୁଣିଗାରେଡି ବିଦ୍ୟା ମଧ୍ୟ ଜାଣିଥିଲେ। ତେଣୁ କୌଣସି ଘଟଣାକୁ ନେଇ ପୂର୍ବ ଶତ୍ରୁତାରୁ ତାଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ପୁଲିସ ପ୍ରକାଶ କରିଛି। ଅଭିଯୁକ୍ତମାନଙ୍କ ପରିଚୟକୁ ପୁଲିସ ପକ୍ଷରୁ ଗୋପନ ରଖାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories