www.samajalive.in
Sunday, December 7, 2025
16.1 C
Bhubaneswar

ପଦ୍ମପୁର ଜିଲା ‌​‌ଗଠନ ପ୍ରକ୍ରିୟା ଆରମ୍ଭ

ପଦ୍ମପୁର,   : ବରଗଡ଼ ଜିଲାର ପଦ୍ମପୁର ଉପଖଣ୍ଡ ଜିଲା ମାନ୍ୟତା ପାଇବା ଆଶା ଉଜ୍ଜ୍ବଳ ହୋଇଛି। ଏ ନେଇ ସରକାରୀ ସ୍ତରରେ ଆଜିଠାରୁ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଡ. ସୁରେଶ ଚନ୍ଦ୍ର ଦଳାଇଙ୍କ ଅଧ୍ୟକ୍ଷତାରେ ଏକ ୧୧ ଜଣିଆ ଉଚ୍ଚସ୍ତରୀୟ କମିଟି ପଦ୍ମପୁରକୁ ଯାଇ ସମ୍ଭାବ୍ୟ ପ୍ରଶାସନିକ ମୁଖ୍ୟାଳୟ ସ୍ଥାନ ଦେଖିଛନ୍ତି। ଚିରୋଲି ବନ୍ଧ କାର୍ଯ୍ୟାଳୟ, ଅନ୍ବେଷା ହଷ୍ଟେଲ ପଡ଼ିଆ ଓ ବରିକେଲ ଗ୍ରାମରେ ୩ଟି ସମ୍ଭାବ୍ୟ ସ୍ଥାନ ସେ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି। ୧୧ ଜଣିଆ କମିଟି ଜିଲାପାଳ କାର୍ଯ୍ୟାଳୟ, ଅନ୍ୟ ବିଭାଗୀୟ କାର୍ଯ୍ୟାଳୟ ଓ ସରକାରୀ ବାସଭବନ ନିର୍ମାଣ ପାଇଁ ଏହି ସ୍ଥାନଗୁଡ଼ିକ କେତେ ଉପଯୁକ୍ତ ହେବ ପ୍ରଶାସନିକ ଅଧିକାରୀମାନେ ତାହା ତଦାରଖ କରିଛନ୍ତି। ଏହି ୧୧ ଜଣିଆ

କମିଟିରେ ବରଗଡ଼ ଜିଲାପାଳ ମନିଷା ବାନାର୍ଜୀ, ଅତିରିକ୍ତ ଜିଲାପାଳ ଲଲାଟ ଲୁହା, ପଦ୍ମପୁର ଉପଜିଲାପାଳ ଆଲୋକ ପଟେଲଙ୍କ ସହିତ ବରଗଡ଼ ପୂର୍ତ୍ତ ଅଧୀକ୍ଷଣ ଯନ୍ତ୍ରୀ, ପଦ୍ମପୁର ଗ୍ରାମ୍ୟ ଅଧୀକ୍ଷଣ ଯନ୍ତ୍ରୀ, ଜିଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ, ପଦ୍ମପୁର ତହସିଲଦାର, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ, ବରଗଡ଼ ଜନସ୍ବାସ୍ଥ୍ୟ ନିର୍ବାହୀ ଯନ୍ତ୍ରୀ, ପଦ୍ମପୁର ଏନଏସି ନିର୍ବାହୀ ଅଧିକାରୀ ଅଛନ୍ତି। ଏହି ସ୍ଥାନ ନିରୁପଣ କମିଟି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ। ରାଜ୍ୟ ସରକାର ରିପୋର୍ଟ ଅନୁଧ୍ୟାନ କଲା ପରେ ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ଜଣାପଡ଼ିଛି। ଏହା କାର୍ଯ୍ୟକାରୀ ହେଲେ ପଦ୍ମପୁର ରାଜ୍ୟର ୩୧ ନମ୍ବର ଜିଲା ହେବ।

- Advertisement -

 

 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁରକୁ ୨୦୨୨ ଡିସେମ୍ବର ୨ରେ ଆସି ୨୦୧୩ ଡିସେମ୍ବର ସୁଦ୍ଧା ପଦ୍ମପୁର ଜିଲା ମାନ୍ୟତା ପାଇବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ଘୋଷଣାକୁ ଗତକାଲି ଏକ ବର୍ଷ ପୂରିଯାଇଛି; କିନ୍ତୁ ସେ ପର୍ଯ୍ୟନ୍ତ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ନ ହେବାରୁ ପଦ୍ମପୁର ଅଞ୍ଚଳରେ ତୀବ୍ର ଅସ​‌େ​‌ନ୍ତାଷ ଲାଗି ରହିଥିଲା। ଆଜି ପ୍ରଥମ ଥର ପାଇଁ ପ୍ରଶାସନିକ ଦଳର ଗସ୍ତ ପରେ ସାଧାରଣରେ ଆଶ୍ବସ୍ତି ପ୍ରକାଶ ପାଇଛି। ୧୯୭୫ ମସିହାରେ ଜଷ୍ଟିସ ରାଜକିଶୋର ଦାଶଙ୍କ ଅଧ୍ୟକ୍ଷତାରେ ଗଠିତ ଜିଲା ପୁନର୍ଗଠନ କମିଟି ନୂଆ ଜିଲା ଗଠନ ପାଇଁ ସୁପାରିସ କରିଥିଲେ। ସେହି କମିଟି ତାଙ୍କ ରିପୋର୍ଟରେ ପଦ୍ମପୁର ଅଞ୍ଚଳକୁ ବୋଡ଼ାସମ୍ବର ଜିଲା କରିବାକୁ ପ୍ରସ୍ତାବ ଦେଇଥିଲେ। ୧୯୯୦ରେ ତତ୍କାଳିନ ମୁଖ୍ୟମନ୍ତ୍ରୀ ‌ବିଜୁ ପଟ୍ଟନାୟକ କ୍ୟାବିନେଟ ସବକମିଟି ଗଠନ କରି ବିଭିନ୍ନ ଅଞ୍ଚଳର ଲୋକ ଓ ବିଧାୟକମାନଙ୍କ ସହ ଆଲୋଚନା କଲା ପରେ ରାଜ୍ୟର ୧୩ ଜିଲାକୁ ଭାଙ୍ଗି ୩୦ ଜିଲା କରିଥିଲେ; କିନ୍ତୁ ଚିର ମରୁଡ଼ି ପ୍ରପୀଡ଼ିତ, ଆଦିବାସୀ ବହୁଳ ପଦ୍ମପୁରକୁ ସେ ସମୟରେ ଉପେକ୍ଷା କରାଯାଇଥିଲା। ୨୦୧୮ରେ ପଦ୍ମପୁର ଜିଲା ମିଳିତ କ୍ରିୟାନୁଷ୍ଠାନ କମିଟି ଭୁବନେଶ୍ବରକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ଆଗରେ ଦାବି ଦୋହରାଇଥିଲେ। ତତ୍କାଳୀନ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଅକାଳ ବିୟୋଗ ପରେ ହୋଇଥିବା ଉପନିର୍ବାଚନ ସମୟରେ ରାଜ୍ୟ ସରକାରୀ ଦଳର ସଭାପତି ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନିର୍ବାଚନୀ ପ୍ରଚାର ସଭାରେ ଡିସେମ୍ବର ୨୦୨୩ ସୁଦ୍ଧା ପଦ୍ମପୁରବାସୀଙ୍କ ଜିଲା ଦାବି ପୂୂରଣ ହେବ ବୋଲି ଘୋଷଣା କରିଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories