www.samajalive.in
Monday, December 15, 2025
27.1 C
Bhubaneswar

ଅଖାରୁ ଶିବ ପାର୍ବତୀଙ୍କ ଯୁଗଳ ମୂର୍ତ୍ତି ଉଦ୍ଧାର

ପିପିଲି: ପିପିଲି ନିକଟବର୍ତ୍ତୀ ଗୋବର୍ଦ୍ଧନପୁରସ୍ଥିତ ଦୟାନଦୀର ବାମପାର୍ଶ୍ବ ବନ୍ଧରୁ କଳା ମୁଗୁନି ପଥରରେ ନିର୍ମିତ ଶିବ ପାର୍ବତୀଙ୍କ ଯୁଗଳ ମୂର୍ତ୍ତିକୁ ସ୍ଥାନୀୟ ଲୋକେ ଗୁରୁବାର ଭୋର୍‌‌ ସମୟରେ ଉଦ୍ଧାର କରିଛନ୍ତି। ମୂର୍ତ୍ତିଟି ଏକ ଧଳା ଜରି ଅଖାରେ ଭର୍ତ୍ତି ହୋଇ ନଦୀବନ୍ଧରେ ରଖାଯାଇଥିବା ବେଳେ ସେଠାକୁ ଫୁଲ ତୋଳିବାକୁ ଯାଇଥିବା ଲୋକେ ମୂର୍ତ୍ତିକୁ ଜରିଅଖା ମଧ୍ୟରୁ ଉଦ୍ଧାର କରିଥିଲେ। ଏହି ଘଟଣାଟି ପ୍ରଚାର ହେବା ପରେ ଘଟଣାସ୍ଥଳରେ ବେଶ୍‌‌ ଭିଡ ଜମିଥିଲା। ଏହା ଏକ ପ୍ରାଚୀନ ମୂର୍ତ୍ତି ହୋଇଥିବା ଏବଂ କୌଣସି ମନ୍ଦିରର ହୋଇଥିବା ନେଇ ସାଧାରଣରେ ଆଲୋଚନା ଚାଲିଥିବା ବେଳେ ମୂର୍ତ୍ତିଟି ସେଠାକୁ କିଭଳି ଆସିଲା ସେନେଇ ନାନା ସନ୍ଦେହ ପ୍ରକାଶ ପାଇଛି। ମୂର୍ତ୍ତି ସଂପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ପୁଲିସ ଘଟଣାର ଅନୁସନ୍ଧାନ ଚଳାଇଥିବା ଜଣାଯାଇଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories