www.samajalive.in
Monday, December 15, 2025
14.1 C
Bhubaneswar

ପ୍ରଶ୍ନପତ୍ର ବିଭ୍ରାଟ ଓ ପରୀକ୍ଷାକୁ ନେଇ ଏମକେସିଜି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା 

ଗୋପାଳପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଅଧୀନରେ ଥିବା ବ୍ରହ୍ମପୁର ମେଡିକାଲ କଲେଜର ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନେ ପରୀକ୍ଷାରେ ପ୍ରଶ୍ନପତ୍ର ବିଭ୍ରାଟ ଏବଂ  ପୁନଃ ପରୀକ୍ଷାକୁ ନେଇ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଦାବିପତ୍ର ପ୍ରଦାନ କରିଛନ୍ତି । ବୁଧବାର ସାଢେ ୧୨ଟା ସମୟରେ ବ୍ରହ୍ମପୁର ମେଡିକାଲ କଲେଜର ଶତାଧିକ ବିଦ୍ୟାର୍ଥୀ ବିଶ୍ଵବିଦ୍ୟାଳୟରେ ପହଞ୍ଚି ଗତ ୧୭ ତାରିଖରେ ହୋଇଥିବା ଡାକ୍ତରୀ(ଏମବିବିଏସ) ପରୀକ୍ଷାର ପ୍ରଥମ ପେପର ଆନୋଟୋମି -୧ର ପ୍ରଶ୍ନ ପତ୍ରରେ ପ୍ରଶ୍ନ ସହ ୨୦ ମାର୍କର ଉତ୍ତର ରହିଥିବାରୁ ଏହି ପରୀକ୍ଷାକୁ ବିଶ୍ଵବିଦ୍ୟାଳୟ ପରୀକ୍ଷା ବିଭାଗ ପକ୍ଷରୁ ପୁନଃ ପରୀକ୍ଷା କରିବା ପାଇଁ  ୨୪ ତାରିଖରେ ବିଜ୍ଞପ୍ତିରେ ପ୍ରକାଶ ପାଇବା ସହ ଏହି ପରୀକ୍ଷାକୁ ଡିସେମ୍ବର ୭ ରେ ପରୀକ୍ଷା କରିବା ପାଇଁ ବିଶ୍ଵବିଦ୍ୟାଳୟ ନିଷ୍ପତ୍ତି ନିଆଯାଇଥିଲା। ଏହାକୁ ନେଇ ବହୁ ଛାତ୍ରଛାତ୍ରୀ ବିଶ୍ଵବିଦ୍ୟାଳୟରେ ପହଞ୍ଚି ପରୀକ୍ଷା ନିୟନ୍ତ୍ରକ ଡ଼. ସତ୍ୟ ନାରୟଣ କୁଣ୍ଡ, କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କୁ ଭେଟି ଏକ ଲିଖିତ ଅଭିଯୋଗ ପତ୍ର ଦେଇ ଆଲୋଚନା କରିଥିଲେ।  ୧୭ ତାରିଖରେ ଅନୁଷ୍ଠିତ ପରୀକ୍ଷାରେ ୨୦ ମାର୍କ ଗ୍ରେସ ଦେବା ସହ ଡିସେମ୍ବର ୭ରେ ପୁନଃ ହେବାକୁ ଥିବା ପରୀକ୍ଷାକୁ ବାତିଲ କରିବାକୁ ଦାବି ଜଣାଇ ଥିଲେ। ଘଟଣାକୁ ନେଇ କୁଳପତିଙ୍କ ସମେତ ପରୀକ୍ଷା ନିୟନ୍ତ୍ରକଙ୍କ ପକ୍ଷରୁ ଶୀଘ୍ର ଏକ କମିଟି ଗଠନ କରାଯାଇ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି କର୍ତୃପକ୍ଷ କହିଥିବା ଛାତ୍ରଛାତ୍ରୀ କହିଛନ୍ତି। ଏହା ସହ ବିଶ୍ବବିଦ୍ୟାଳୟ ପରୀକ୍ଷା ବିଭାଗର ଭୁଲ ପାଇଁ ବିଦ୍ୟାର୍ଥୀ ମାନେ କଣ ପାଇଁ ହଇରାଣ ହେବା ସହ ପୁନଃ ପରୀକ୍ଷା ଦେଇ ମାନସିକ ଚାପ ଗ୍ରସ୍ତ ହେବେ ବୋଲି ମଧ୍ୟ ଅନେକ ବିଦ୍ୟାର୍ଥୀ ଆଜି ଅଭିଯୋଗ କରିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories