ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ପୁଣ୍ୟତୋୟା ବୈତଣୀ ନଦୀ କୂଳ ଶୈବ୍ୟାକାବେରୀ ଘାଟରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ରାଜନଗର ଗ୍ରାମ କମିଟି ପକ୍ଷରୁ ଏକ ବିରାଟ ୪୦ଫୁଟ ଲମ୍ବ ୫ଫୁଟ ଓସାର ବୋଇତ ଭସାଣ କରାଯାଇଛି । ଏଥିରେ ପୂଜକ ପ୍ରଦୀପ କୁମାର ପାଣି ପୂଜା କାର୍ଯ୍ୟ ତୁଲାଇ ଥିଲେ। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଜଗନ୍ନାଥ ନାଏକ ଯୋଗ ଦେଇ ପ୍ରଥମେ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସୁଧାଂଶୁ ନାଏକ, ଛାତ୍ର ବିଜେଡି ସାଧାରଣ ସମ୍ପାଦକ ସୌମ୍ୟ ରଞ୍ଜନ ରାଉତ, ଗ୍ରାମ କମିଟିର ରାଜେନ୍ଦ୍ର ସିଂହ, ବସନ୍ତ କୁମାର ମିଶ୍ର, ତ୍ରୁପିରଞ୍ଜନ ସିଂହ, ଦିଲିପ କୁମାର ସିଂହ, ଧରଣୀଧର ଦାସ ଓ ଗ୍ରାମ ବାସୀ ବୃନ୍ଦ ବୋଇତ ବନ୍ଦାଣ ଓ ଭସାଣ ପରିଚାଳନା କରିଥିଲେ। ଏଠାରେ ଅମୃତ ଧାରା ଗ୍ରୁପ କେନ୍ଦୁଝରଙ୍କ ପକ୍ଷରୁ ଭଜନ ପରିବେଷଣ କରାଯାଇଥିଲା ଏହାଛଡା ଆତସବାଜି କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଅନ୍ୟୁନ ୩୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ଏଠାରେ ନଦୀରେ ବୁଡ଼ ପକାଇବା ସହ ବୋଇତ ବନ୍ଦାଣ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ରଘୁନାଥ ଜୀଉ ମଠ ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇ ପ୍ରସାଦ ବିତରଣର ବ୍ୟବସ୍ଥା କରାଯାଇଥିଲା।
Comments are closed.