କୋଚି ବିଶ୍ବବିଦ୍ୟାଳୟରେ ଦଳାଚକଟା, ୪ ମୃତ
କୋଚି: କୋଚି ବିଶ୍ବବିଦ୍ୟାଳୟରେ ଦଳାଚକଟାରେ ୪ଜଣଙ୍କ ମୃତ୍ୟୁ ହୋଇଛି। କେରଳର କୋଚିସ୍ଥିତ କୋଚିନ ୟୁନିଭର୍ସିଟି ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି(ସିୟୁଏସଏଟି) ବିଶ୍ବବିଦ୍ୟାଳୟରେ ଦଳାଚକଟା ହୋଇଛି। ଏହି ଦଳାଚକଟାରେ ୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ଆହତ ହୋଇଥିବା ସୂଚନା ମିଳିଛି। ବିଶ୍ବବିଦ୍ୟାଳୟ ପରିସରରେ ମ୍ୟୁଜିକ କନସର୍ଟ(ସଙ୍ଗୀତ କାର୍ଯ୍ୟକ୍ରମ)ଚାଲିଥିବାବେଳେ ଦଳାଚକଟା ହୋଇଥିଲା। ଏଥିରେ ବହୁ ଛାତ୍ରଛାତ୍ରୀ ଗୁରୁତର ଥିବା ମଧ୍ୟ ଜଣାପଡ଼ିଛି। ଗୁରୁତର ଛାତ୍ରଛାତ୍ରୀଙ୍କୁ ସ୍ଥାନୀୟ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଦଳାଚକଟାର ପ୍ରକୃତ କାରଣ ଜଣାପଡ଼ିନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Comments are closed.