www.samajalive.in
Sunday, December 14, 2025
26.1 C
Bhubaneswar

ସ୍ୱାସ୍ଥ୍ୟସେବା ଓ ରକ୍ତଦାନ ଶିବିର

ଚୌଦ୍ୱାର : ଇମ୍ଫାର ସାମାଜିକ ଦାୟିତ୍ୱବୋଧ ଶାଖା ବଂଶୀଧର ଇଲାପଣ୍ଡା ଫାଉଣ୍ଡେସନ୍ ତରଫରୁ ଓଟିଏମ୍ କଲୋନୀସ୍ଥିତ ଆମ୍ବିସନ୍ କ୍ଲବରେ ଏକ ବହୁମୁଖୀ ଦାତବ୍ୟ ସ୍ୱାସ୍ଥ୍ୟସେବା ଶିବିର ଶନିବାର ଅନୁଷ୍ଠିତ ହୋଇଯାଇଛି । ହାଇଟେକ୍ ମେଡ଼ିକାଲର ଡା.ସବ୍ୟସାଚୀ ମହାପାତ୍ର(ଭେଷଜ), ଡା. ଅଙ୍କିତା ମିଶ୍ର(ଶିଶୁ ରୋଗ), ଡା. ବିଭୁଦର୍ଶୀ ମହାପାତ୍ର (ଅସ୍ଥି ଶଲ୍ୟ), ଡ. ଅୟେଶା ସିତମ୍ (ଚର୍ମ), ଡ. ତାରାକାନ୍ତ ଦାସ(ସ୍ତ୍ରୀ ରୋଗ) ପ୍ରମୁଖ ଶିବିରରେ ମୋଟ ୩୧୮ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଫାଉଣ୍ଡେସନ୍ ତରଫରୁ ରୋଗୀ ମାନଙ୍କୁ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା। ଆସନ୍ତା ୨୬ ତାରିଖ ଦିନ ଇମ୍ଫାର ପ୍ରତିଷ୍ଠାତା ସ୍ୱର୍ଗତ ଡ. ବଂଶୀକ୍ଷର ପଣ୍ଡାଙ୍କ ଜନ୍ମ ଦିବସ ଇମ୍ଫାର ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏହି କାର୍ଯ୍ୟକ୍ରମ ସହିତ ଶୁକ୍ରବାର ଦିନ ଚୌଦ୍ୱାର ଇମ୍ଫା ପରିସରରେ ଏକ ମେଗା ରକ୍ତଦାନ ଶିବିରର ମଧ୍ୟ ଆୟୋଜନ କରାଯାଇଥିଲା । ଶିବିରରେ ଏସସିବି ମେଡ଼ିକାଲ ରକ୍ତ ଭଣ୍ଡାର ଟିମ୍ ଦ୍ୱାରା ମୋଟ ୧୮୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଉଭୟ କାର୍ଯ୍ୟକ୍ରମକୁ ଇମ୍ଫାର ବରିଷ୍ଠ ଅଧିକାରୀ ଲଲାଟ କେଶରୀ ମହାପାତ୍ର, ସୁଜିତ୍ କୁମାର ମିଶ୍ର ଓ ଜି.ସାରଦା ପ୍ରସାଦ ରାଓ ଉଦଘାଟନ କରିଥିଲେ। ଆମ୍ବିସନ୍ କ୍ଲବର ସଭାପତି ଅମିତ୍ କୁମାର ବେହୁରା, ସମ୍ପାଦକ ବିଶ୍ୱଜିତ୍ ଭଞ୍ଜ, ଜୟନ୍ତ ଲେଙ୍କା, ଦୀପକ ସେନାପତି, ଦିବ୍ୟ ରଂଜନ ବଳ, ରାକେଶ ସାହୁ ପ୍ରମୁଖ ପରିଚାଳନା କରିଥିଲେ । ଇମ୍ଫାର ମାନସ ରଞ୍ଜନ ପ୍ରଧାନ, ଦେବାଶିଷ ତ୍ରିପାଠୀ,ସୁନୀଲ କୁମାର ଦାସ, ପ୍ରଣବ ରଞ୍ଜନ କର, ଆଶୀଷ ଦାସ, ବିଷ୍ଣୁ ଚରଣ ସାହୁ, ସୁଶାନ୍ତ ନାୟକ, ରଞ୍ଜିତ ବେହେରା, ଅଶାନ୍ତ ବେହେରା ପ୍ରମୁଖ ଉଭୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଲୋକ ସମ୍ପର୍କ ଅଧିକାରୀ ଧ୍ରୁବ ଚରଣ ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories