Patra electronics

ବିଭିନ୍ନ ସମସ୍ୟା ନେଇ ବ୍ଲକ ଘେରିଲା ବିଜେପି

ଦାବିପତ୍ର ନେବା ପାଇଁ ବିଡ଼ିଓଙ୍କ ବିଳମ୍ବ ଯୋଗୁଁ ଉତ୍ତେଜନା, ପୁଲିସ ସହ ଧସ୍ତାଧସ୍ତି

ଫୁଲବାଣୀ/ଫିରିଙ୍ଗିଆ :  ରାଜ୍ୟ ସରକାରଙ୍କ ଅପାରଗତା, ସ୍ଥାଣୁତା, ଦୁର୍ନୀତି, ଭ୍ରଷ୍ଟାଚାର, ମହିଳାଙ୍କ ପ୍ରତି ଅତ୍ୟାଚାର, ସବୁ ସରକାରୀ ସ୍ତରରେ ପିସି କାରବାର, ଦୁଷ୍କର୍ମ ବୃଦ୍ଧି, ଓ ଫିରିଙ୍ଗିଆ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା, ବ୍ଲକରେ ନିୟମିତ ଯୋଜନା ବୈଠକ ନ ହେବା, ପଞ୍ଚାୟତରେ ସରପଞ୍ଚ ଏବଂ ସମିତି ସଭ୍ୟ ମାନଙ୍କୁ ଅଗ୍ରାଧିକାର ନଦେବା, ପଞ୍ଚାୟତରେ ପଲ୍ଲିସଭା ମାଧ୍ୟମରେ ହିତାଧିକାରୀ ଚୟନ ନକରିବା ପ୍ରତିବାଦରେ ଫିରିଙ୍ଗିଆ ବିଜେପି ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଛି । ତେବେ ବିଜେପିର କନ୍ଧମାଳ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଗୋଲକ ବିହାରୀ କହଁରଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟିର ନେତା ଓ ଶତାଧିକ କର୍ମୀ ଏକ ବିରାଟ ଶୋଭାଯାତ୍ରାରେ ଫିରିଙ୍ଗିଆ ଶିଶୁମନ୍ଦିର ଠାରୁ ସହରର ମୁଖ୍ୟ ରାସ୍ତାରେ ବ୍ଲକ କାର୍ଯ୍ୟଳୟକୁ ଆସି ବିଡ଼ିଓଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଟୁକୁ ଦଳବେହେରାଙ୍କ ସହ ଜିଲ୍ଲା ଉପସଭାପତି ରମେଶ ଚନ୍ଦ୍ର ମହାନ୍ତି,ସଞ୍ଜିତ ପାତ୍ର, ସଞ୍ଜିତ ମଣ୍ଡଳ, ଶିଶିର ଘୋଷ, ହୃଷିକେଶ ବେହେରା, ରଘୁପତି କହଁର, ମଣ୍ଡଳ ସଭାପତି ଗଣେଶ୍ୱର ସାହୁ, ଗୋପୀନାଥ କହଁର, ଯୁବ ବିଜେପି ନେତା ସଞ୍ଜୟ ଡିଗାଲ, ବିଜେପି ନେତା କଂସଦେବ ସାହୁ ସୋମନାଥ ଦିଗାଲ, ପ୍ରଶାନ୍ତ କମ୍ପ, ଅକ୍ଷୟ କଟା ଓ ଶତାଧିକ କର୍ମୀ ଉପସ୍ଥିତ ଥିଲେ। ଅନ୍ୟପଟେ ବିଜେପି କର୍ମୀ ଓ ନେତା ମାନେ ଦାବିପତ୍ର ଦେବାପାଇଁ ବହୁ ସମୟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେରେ ଆପେକ୍ଷା କରି ରହିଥିବା ବେଳେ ଫିରିଙ୍ଗିଆ ଗୋଷ୍ଠି ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରା ଦାବିପତ୍ର ନେବା ପାଇଁ ଆସିବାରେ ବିଳମ୍ବ ହେବାରୁ ବିଜେପି କର୍ମୀ ଓ ନେତା ମାନେ ଜୋର ଜବରଦସ୍ତ କାର୍ଯ୍ୟାଳୟ ଭିତରକୁ ପସିବା ପାଇଁ ଚେଷ୍ଟା କରିଥିଲେ। ଯାହାପାଇଁ ବ୍ଲକ ପରିସରରେ କିଛିସମୟ ପାଇଁ ଉତ୍ତେଜନା ଦେଖାଦେବା ସହ ବିଜେପି କର୍ମୀ ଓ ପୁଲିସ ମଧ୍ୟରେ ସାମାନ୍ୟ ଧସ୍ତାଧସ୍ତି ହୋଇଥିଲେ। ପରେ ବିଡ଼ିଓ ଆସି ବିଜେପି କର୍ମୀ ଓ ନେତା ମାନଙ୍କ ଠାରୁ ଦାବିପତ୍ର ଗ୍ରହଣ କରିଥିଲେ।

Comments are closed.