ଡେସ୍କ: ନିୟମ ପାଳନ ନ କରିବା ଯୋଗୁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଏୟାର ଇଣ୍ଡିଆ ଉପରେ ୧୦ ଲକ୍ଷ ଟଙ୍କା ଜୋରିମାନା ଲାଗୁ କରିଛି। ଡିଜିସିଏ ଚଳିତ ବର୍ଷ ମେ’ ଏବଂ ସେପ୍ଟେମ୍ବରରେ ଦିଲ୍ଲୀ, କୋଚି ଏବଂ ବାଙ୍ଗାଲୋର ବିମାନବନ୍ଦରରେ ଘରୋଇ ବିମାନ ଅପରେଟରମାନଙ୍କୁ ଯାଞ୍ଚ କରିଥିଲା। ଏହାର ଉଦ୍ଦେଶ୍ୟ ଥିଲା ଯାତ୍ରୀଙ୍କ ସୁବିଧା ସହ ଜଡିତ ଡିଜିସିଏ ନିୟମ ଅନୁସରଣ ହେଉଛି କି ନାହିଁ। ଡିଜିସିଏ ବିବୃତ୍ତି ଅନୁଯାୟୀ, ଯାଞ୍ଚ ସମୟରେ ଏହା ଜଣାପଡିଛି ଯେ ଏୟାର ଇଣ୍ଡିଆ ଏୟାରଲାଇନ୍ସ ଡିଜିସିଏ ନିୟମରେ ଦିଆଯାଇଥିବା ନିୟମକୁ ଅନୁସରଣ କରୁନାହିଁ। ଏ ବାବଦରେ ଏୟାର ଇଣ୍ଡିଆକୁ ଏକ କାରଣ ଦର୍ଶାଅ ବିଜ୍ଞପ୍ତି ଜାରି କରାଯାଇଥିଲା କିନ୍ତୁ କମ୍ପାନୀ ସନ୍ତୋଷଜନକ ଉତ୍ତର ଦେଇ ନ ଥିବା ଜଣାପଡିଛି।
Popular Categories



