www.samajalive.in
Wednesday, December 10, 2025
16.1 C
Bhubaneswar

ଡମ୍ପିଂୟାର୍ଡ ପାଲଟିଛି ଗୋପାଳପୁର ନଦୀପଠା

ଗୋପାଳପୁର: ଗୋପାଳପୁର ଏନଏସି ପକ୍ଷରୁ ସହରରୁ ବାହାରୁଥିବା ପଲିଥିନ, କପଡ଼ା ଓ ଥର୍ମୋକୁଲଗୁଡ଼ିକୁ ପୁନଃ ବ୍ୟବହାରଯୋଗ୍ୟ କରିବା ନିମନ୍ତେ କୌଣସି ସୁବିଧା ନଥିବାରୁ ସେଗୁଡିକୁ ସିଗିଡି ସାହି ନିକଟରେ ଥିବା ନଦୀପଠାରେ ଜମା କରାଯାଉଛି। ଯାହାଫଳରେ ଏବେ ସେଠାରେ ହଜାର ହଜାର କ୍ବିଣ୍ଟାଲର ପଲିଥିନ ଓ କପଡ଼ା ପଡ଼ିରହି ପରିବେଶ ପ୍ରଦୂଷିତ କରିବା ସହ ନଦୀ ଓ ସମୁଦ୍ର ଜଳରାଶିକୁ ଦୂଷିତ କରୁଛି। ଗୋପାଳପୁରରୁ ପ୍ରତିଦିନ ବାହାରୁଥିବା ବିଭିନ୍ନ ବର୍ଜ୍ୟବସ୍ତୁକୁ ହରିଜନ ସାହିଠାରେ ପ୍ରକ୍ରିୟା ପ୍ଲାଣ୍ଟକୁ ନିଆ ଯାଉଥିବା ସହ ସେଠାରେ ଓଦା ଓ ଶୁଖିଲା ବସ୍ତୁକୁ ଅଲଗା କରାଯାଇ ଖତ ପ୍ରସ୍ତୁତ କରାଯାଉଛି। କିନ୍ତୁ ସହରରୁ ବାହାରୁଥିବା ପଲିଥିନ, ପ୍ଲାଷ୍ଟିକ ବୋତଲ ସହ କପଡ଼ା ଓ ଅନ୍ୟାନ୍ୟ ସାମଗ୍ରୀର ରିସାଇକ୍ଲିଂ ପାଇଁ କୌଣସି ପନ୍ଥା ନଥିବାରୁ ସେଗୁଡିକୁ ନଦୀପଠାରେ ବେଆଇନ ଭାବେ ଏନଏସି ପକ୍ଷରୁ କରାଯାଇଥିବା ଡମ୍ପିଂୟାର୍ଡରେ ପ୍ରତିଦିନ ଗଦା କରାଯାଉଛି। ଯାହାଫଳରେ ସିଗିଡି ସାହି ସମେତ ହରିଜନ ସାହି ବାସିନ୍ଦା ଦୁର୍ଗନ୍ଧ ପରିବେଶ ଭିତରେ ଜୀବନ ବିତାଇବାକୁ ବାଧ୍ୟ ହେଉଥିବା ଅଭିଯୋଗ ହେଉଛି।

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିୟମାନୁସାରେ, ନଦୀପଠା କିମ୍ବା ଜନବସତି ଅଞ୍ଚଳଠୁ ଦୂରରେ ଡମ୍ପିଂୟାର୍ଡ କରିବା ନିୟମ ରହିଥିଲେ ସୁଦ୍ଧା ଗୋପାଳପୁରରେ ଏହାର ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଗୋପାଳପୁରର‌ ବରିଷ୍ଠ ନାଗରିକ ପଞ୍ଚୁ ବେହେରାଙ୍କ ଅଭିଯୋଗ ଅନୁଯାୟୀ ଏନଏସି ପକ୍ଷରୁ ବେଆଇନ ଭାବେ ଏକ ବେସରକାରୀ ଜମିରେ ନଦୀପଠାକୁ ଲାଗିକରି ଡମ୍ପିଂୟାର୍ଡ କରାଯାଇଛି, ଯାହା ସମ୍ପୂର୍ଣ୍ଣ ରୂପରେ ବେଆଇନ। ଯାହାଫଳରେ ଉକ୍ତ ଅଞ୍ଚଳ ଅପରିଷ୍କାର ସହ ପ୍ରଦୂଷିତ ହେଉଛି। ଏହା ଫଳରେ ନଦୀରେ ମାଛଚାଷ କରୁଥିବା ଚାଷୀଙ୍କୁ କ୍ଷତି ସହିବାକୁ ପଡୁଥିବା ବେଳେ ମାଛ ଆଦାୟ ମଧ୍ୟ କମିଯାଇଛି। ଏଣୁ ଜିଲ୍ଲା ପ୍ରଶାସନ ସମେତ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏଥି ପ୍ରତି ନଜର ଦେଇ ନଦୀପଠାରୁ ଡମ୍ପିଂୟାର୍ଡ ଉଠାଇବାକୁ ଦାବି ଜଣାଇଛନ୍ତି। ଏନେଇ ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକଙ୍କ ସହ ଯୋଗାଯୋଗ ବେଳେ ହରିଜନ ସାହିଠାରେ ଥିବା ପ୍ରକ୍ରିୟାକରଣ ପ୍ଲାଣ୍ଟରେ ଓଦା ଓ ଶୁଖିଲା ବର୍ଯ୍ୟବସ୍ତୁକୁ ପ୍ରକ୍ରିୟାକରଣ କରାଯାଉଛି। ଅନେକ ଅଦରକାରୀ ବର୍ଜ୍ୟବସ୍ତୁକୁ ପୂର୍ବରୁ ବ୍ୟବହାର କରାଯାଉଥିବା ଡମ୍ପିଂୟାର୍ଡରେ ପକାଯିବା ସହ ପର୍ଯ୍ୟାୟକ୍ରମେ ଏହାକୁ ସଫା କରାଯିବା ସହ ନଷ୍ଟ କରାଯାଉଥିବା ସୂଚନା ଦେଇଛନ୍ତି।

Hot this week

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

Related Articles

Popular Categories