www.samajalive.in
Sunday, December 14, 2025
26.1 C
Bhubaneswar

ବାଇକ ଧକ୍କାରେ ମହିଳା ମୃତ, ମୃତଦେହ ଫିଙ୍ଗି ଦେଇ ଚାଲିଗଲେ ଧକ୍କା ଦେଇଥିବା ଯୁବକ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କରପା ପଞ୍ଚାୟତର ସିଙ୍ଗା ପଠା ଗ୍ରାମର ମହିଳା ସିନାମୀ କାଡ୍ରକା, (୫୦) ଙ୍କର ବାଇକ ଧକ୍କାରେ ମୃତ୍ୟୁ ଘଟିଛି। ସୂଚନା ମୁତାବକ ସେ ଔଷଧ ପାଇଁ ସୁଳିପଦର ଗ୍ରାମର ଜଣେ ବୈଦଙ୍କ ନିକଟକୁ ଯାଇ ଫେରୁଥିବା ସମୟରେ ଅଜୟଗଡ ରାଣୀପଦର ମଧ୍ୟରେ ଦୁଇ ଜଣ ଯୁବକ କାମେଶ୍ୱର କାଡ୍ରକା ଓ ଧନ ନାଛିକା ବାଇକ ଯୋଗେ ଦ୍ରୁତ ଗତିରେ ତାଙ୍କୁ ଧକ୍କା ଦେଇଥିଲେ। ଯାହାଫଳରେ ମହିଳା ଅଚେତ ହୋଇ ଯିବାରୁ ପାଖ ଲଟା ଭିତରେ ଫିଙ୍ଗି ଦେଇ ଚାଲି ଯାଇଥିଲେ।

ଆଜି ମଙ୍ଗଳବାର ସାପ୍ତାହିକ ହାଟ ହୋଇଥିବାରୁ ବଜାର ଯାଇ ଫେରିବା ବେଳେ କିଛି ଲୋକ ମର ଶରୀରକୁ ଦେଖି ଚର୍ଚ୍ଚା ହେବାରୁ ଅଖା ପାଖ ଗାଁ ଲୋକେ ରୁଣ୍ଡ ହୋଇ ଥାନାକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ଏସ ଆଇ ସଞ୍ଜୟ ମୂର୍ମୁ ପହଁଚି ତଦନ୍ତ କରୁଥିବା ବେଳେ ବାଇକ ଚାଳକ ମାନେ ପୁଲିସ ପାଖରେ ଆତ୍ମ ସମର୍ପଣ ହୋଇଥିବା ଏସ ଆଇ ମୂର୍ମୁ ସୂଚନା ଦେଇଛନ୍ତି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories