www.samajalive.in
Thursday, December 11, 2025
18.1 C
Bhubaneswar

ବରଗଡ଼ ଟାଉନ ଥାନା ସାହୁଟିକ୍ରାରେ ଅଭାବନୀୟ ଘଟଣା, ୨ ଯୁବକଙ୍କୁ ପିଟି ପିଟି ମାରିଦେଲେ ଲୋକେ

ବରଗଡ଼: ଚୋରି କରିବାକୁ ଯାଇଥିବା ୪ଜଣ ଯୁବକଙ୍କ ମଧ୍ୟରୁ ୨ ଜଣଙ୍କୁ ପିଟି ପିଟି ମାରିଦେଲେ ଲୋକେ। ଘଟଣାସ୍ଥଳରେ ଜଣେ ଓ ମେଡ଼ିକାଲରେ ଆଉଜଣଙ୍କ ମୃତ୍ୟୁ। ବରଗଡ଼ ଟାଉନ ଥାନା ସାହୁଟିକ୍ରାରେ ଘଟିଛି ଅଭାବନୀୟ ଘଟଣା। ଚୋରି ଅଭିଯୋଗରେ ୪ ଯୁବକଙ୍କୁ ଗାଁ ଲୋକ ଅଟକାଇଥିଲେ। ସେମାନଙ୍କ ମଧ୍ୟରୁ କୌଶଳକ୍ରମେ ଜଣେ ଖସି ପଳାଇଥିଲା। ତେବେ ଅଟକ ଥିବା ୩ ଜଣ ଯୁବକଙ୍କୁ ଲୋକ ପ୍ରବଳ ପିଟିଥିଲେ। ଫଳରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ଜଣେ ଯୁବକ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର ହୋଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ୍‌ର ପ୍ରାଥମିକ ତଦନ୍ତରୁ ଜାଣିପାରିଛି ଯେ ଏହି ୪ଜଣ ଯୁବକ ଚୋରି କରିବା ଉଦେଶ୍ୟରେ ସେଠାକୁ ଯାଇଥିଲେ ବୋଲି ଜଣାପଡ଼ିଛି। ତେବେ ଲୋକମାନେ ଆଇନକୁ ନିଜ ହାତକୁ ନେବା କଥାକୁ ବୁଦ୍ଧିଜୀବୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories