ଫୁଲବାଣୀ/ଟିକାବାଲି: କନ୍ଧମାଳ ଜିଲ୍ଲା ଟିକାବାଲି ଏ. ଏମ. ସି. ଏସ ମହାବିଦ୍ୟାଳୟରେ ଅନ୍ତଃ ମହାବିଦ୍ୟାଳୟ ଖୋଖୋ ଓ ଯୁବବିକାଶର ନୂଆ ଓଡିଶା, ଯୁବ ଓଡ଼ିଶା କାର୍ୟ୍ୟକ୍ରମ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଓଡିଶା ବିହନ ନିଗମ ଅଧ୍ୟକ୍ଷ ବିଜୟ ନାୟକ କାର୍ୟ୍ୟକ୍ରମକୁ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବରେ କନ୍ଧମାଳ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ରଦନ ମଲ୍ଲିକ, ସମ୍ମାନିତ ଅତିଥି ଭାବେ କଲେଜ ପରିଚାଳନା ସଭାପତି ଲଳିତେନ୍ଦୁ ପ୍ରଧାନ ପ୍ରମୁଖ ଯୋଗ ଦେଇ ନୂଆ ଓଡିଶା ଯୁବ ଓଡିଶାରେ ଓଡିଶା ଖେଳରେ ହବ ପାଲଟିଛି ବୋଲି କହିଥିଲେ। ଏଥିରେ ଚାରୋଟି ଜିଲ୍ଲାର ଷୋହଳଟି ଦଳର ୧୭୦ ଜଣ ଛାତ୍ରୀ ଯୋଗ ଦେଇଛନ୍ତି। ପ୍ରଥମ ସେଟରେ ରାୟଗଡା ମହିଳା ମହାବିଦ୍ୟାଳୟ ଓ ଫିରିଙ୍ଗିଆ ମଧ୍ୟରେ ମୁକାବିଲା ହୋଇଥିଲା ଏଥିରେ ଫିରିଙ୍ଗିଆ ବିଜୟୀ ହୋଇଛି।
Popular Categories



