www.samajalive.in
Sunday, December 14, 2025
23.1 C
Bhubaneswar

କାନାରା ବ୍ୟାଙ୍କର ୧୧୮ତମ ପ୍ରତିଷ୍ଠାତା ଦିବସ ପାଳିତ, ଘାଟିକିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଚାରାରୋପଣ

ଭୁବନେଶ୍ୱର: କାନାରା ବ୍ୟାଙ୍କ ଭୁବନେଶ୍ୱର ଅଞ୍ଚଳ କାର୍ଯ୍ୟାଳୟ ତରଫରୁ ଏହାର ୧୧୮ ତମ ପ୍ରତିଷ୍ଠାତା ଦିବସ ବ୍ୟାଙ୍କର ଅଞ୍ଚଳ ମୁଖ୍ୟ ଜଗଦୀଶ ଚନ୍ଦରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳ କାର୍ଯ୍ୟାଳୟ ସମେତ ୫ଟି କ୍ଷେତ୍ରୀୟ କାର୍ଯ୍ୟାଳୟ । ଏହାର ଅନ୍ତର୍ଗତ ଶାଖା କାର୍ଯ୍ୟାଳୟ ଗୁଡିକରେ ଆୟୋଜିତ ହୋଇଥିଲା। ପ୍ରଦୀପ ପ୍ରଜ୍ଜ୍ୱଳନ ସହ ବ୍ୟାଙ୍କର ପ୍ରତିଷ୍ଠାତା ଆମେମ୍ବାଲ ସୁବା ରାଓ ପାଇଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।

ଏହି ଅବସରରେ ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳ କାର୍ଯ୍ୟାଳୟ ତରଫରୁ ଘାଟିକିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଚାରାରୋପଣ କରାଯାଇଥିବା ସହ କାନାରା ବିଦ୍ୟା ଜ୍ୟୋତି ଅନ୍ତର୍ଗତ ପଞ୍ଚମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ଛାତ୍ରୀମାନଙ୍କୁ ବୃତ୍ତି ପ୍ରଦାନ କରାଯାଇଥିଲା। ପ୍ରତିଷ୍ଠାତା ଦିବସ ଅବସରରେ ରୁଡ୍‌ସେଟି ଭୁବନେଶ୍ୱରରେ ରେଫ୍ରିଜିରେସନ ଓ ଏୟାର କଣ୍ଡିସନରର ପ୍ରଶିକ୍ଷଣ ନେଉଥିବା ପ୍ରାର୍ଥୀମାନଙ୍କୁ ବ୍ୟାଙ୍କ ତରଫରୁ ଟୁଲ କିଟ୍ ପ୍ରଦାନ କରାଯାଇଥିଲା। କାନାରା ବ୍ୟାଙ୍କର ସମ୍ମାନିତ ଏଚ୍ଏନ୍ଆଇ ଗ୍ରାହକ, କାନାରା ବ୍ୟାଙ୍କର ସର୍ବଶ୍ରେଷ୍ଠ କର୍ମଚାରୀ ଓ ସ୍କେଚ୍ ପ୍ରତିଯୋଗିତାର ପୁରସ୍କାର ବିଜେତାମାନଙ୍କୁ ଅଞ୍ଚଳ ମୁଖ୍ୟ ଶ୍ରୀ ଚନ୍ଦର ସମ୍ମାନିତ କରିଥିଲେ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories