www.samajalive.in
Sunday, December 14, 2025
26.1 C
Bhubaneswar

ତିନି କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ଫିରିଙ୍ଗିଆ ପୁଲିସ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଗଞ୍ଜେଇ କାରବାର ଦମନ କରିବାକୁ ଅପେରସନ ଗଞ୍ଜେଇ ଗଛ କଟା ଅଭିଯାନ ଆରମ୍ଭ ହୋଇଛି। ତେବେ ଚଳିତ ବର୍ଷ ଜିଲ୍ଲାର ଫିରିଙ୍ଗିଆ ଥାନା ପକ୍ଷରୁ ଏହି ଅଭିଯାନ ଆରମ୍ଭ କରାଯାଇଥିବା ବେଳେ ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏହି ଅଭିଯାନ ଆରମ୍ଭ ହୋଇଥିଲା। ତେବେ ଫିରିଙ୍ଗିଆ ପୁଲିସ ପ୍ରାୟ ତିନି କୋଟି ୩୦ ହଜାର ଟଙ୍କାର ଗଞ୍ଜେଇ ଗଛ କାଟି ନଷ୍ଟ କରି ଦିଆଯାଇଥିବା ସୁଚନା ଦେଇଛି ଫିରିଙ୍ଗିଆ ପୁଲିସ। ଅନ୍ୟ ପଟେ ପୁଲିସ ସୁଚନା ଅନୁସାରେ ମଙ୍ଗଳବାର ହେଇଥିବା ଏହି ଅପରରସନ ନିଳ ଜହର ଅଭିଯାନରେ ଫୁଲବାଣୀ ସଦର ଏସଡିପିଓ ସୁପ୍ରସନ୍ନ ମଲ୍ଲିକ ସହ ଫିରିଙ୍ଗିଆ ତହସିଲଦାର ଅନାମିକା ପାଣ୍ଡେଙ୍କ ଉପସ୍ଥିତିରେ ଏହି ଅପରେଶନରେ ନୀଳ ଜହର କରା ଯାଇଥିବା ବେଳେ ଏହି ଅପରେସନରେ ୧୦ ଜଣ ଶ୍ରମିକ ଫିରିଙ୍ଗିଆ ଥାନାର ଅନ୍ୟାନ୍ୟ କର୍ମଚାରୀ ନିୟୋଜିତ ହୋଇଥିଲେ। ପ୍ରଥମ ଦିନରେ ଫିରିଙ୍ଗିଆ ଥାନା ଅନ୍ତର୍ଗତ ବାଲକିଡାଡି, ମଣି ପଦର ପିକରଡୀ ଓ ଜାମ୍ପୁଖୋଲ ଅଞ୍ଚଳରେ ଥିବା ପ୍ରାୟ ୩୨ ଏକର ପରିମିତ ଜଙ୍ଗଲ ଜମିରେ ବେଆଇନ୍ ଭାବରେ ଚାଷ ହୋଇଥିବା ଗଞ୍ଜେଇ ଗଛ ଗୁଡ଼ିକୁ କାଟି ନଷ୍ଟ କରାଯାଇଛି। ଅନ୍ୟପଟେ ସୁରକ୍ଷା ଦୃଷ୍ଟିରୁ ୧ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ଏହି ଗଞ୍ଜେଇ ଗଛ କଟାକୁ ନେଇ ଫିରିଙ୍ଗିଆ ଥାନାରେ ଏକ ମାମଲା ରୁଜୁ ହେଇଥିବା ଫିରିଙ୍ଗିଆ ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Hot this week

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

Related Articles

Popular Categories