ପୂର୍ବତନ ନଗରପାଳଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ
ଜି ଉଦୟଗିରି : ଜି ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ ନଗରପାଳ ପି ସଞ୍ଜୀବ କୁମାର ପାତ୍ରଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ ହୋଇଥିବା ଜଣାପଡିଛି। ବିବରଣୀରୁ ପ୍ରକାଶ ଯେ ୨୦୨୨ମସିହାରେ ଜି ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ ନଗରପାଳ ପି ସଞ୍ଜୀବ କୁମାର ପାତ୍ରଙ୍କ ଉପରେ ନିଲମ୍ବନ ଆଦେଶ ଲଗା ଯାଇଥିଲା। ଆଜି ରାଜ୍ୟ ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଥିବା ନେଇ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଲିଖିତ ସୁଚନା ଦେଇଛନ୍ତି । ପ୍ରକାଶ ଥାଉକି ବିଗତ ପୌର ନିର୍ବାଚନରେ ଦିବଂଗତ ଅଧକ୍ଷ। ଭାନୁପ୍ରଭା ମିଶ୍ର ଙ୍କୁ କଡ଼ା ଟକର ଦେଇ ଚର୍ଚ୍ଚାରେ ଥିଲେ। ବର୍ତ୍ତମାନ ହେବାକୁ ଥିବା ଅଧକ୍ଷ। ଉପନିର୍ବାଚନରେ ସେ ଦକ୍ଷ ସଙ୍ଗଠକ ଥିବାରୁ ଉକ୍ତ ନିର୍ବାଚନରେ ଶାସକ ବିଜେଡି ଦଳ ଭଲ ପ୍ରଦର୍ଶନ କରିବା ନେଇ ଚର୍ଚ୍ଚା ଜୋରଧରିଛି।
Comments are closed.